ଅର୍ଣ୍ଣବ ଓ ମୁରାସୁ ପରେ ନଭେମ୍ବର ୧୩ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ
ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସମ୍ଭାବନା। ଛଅ ଦିନ ମଧ୍ୟରେ ଦୁଇଟି ବାତ୍ୟା - ଅର୍ଣ୍ଣବ ଏବଂ ମୁରାସୁ - ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଅତିକ୍ରମ କରି ଦକ୍ଷିଣ ଓଡ଼ିଶାରେ ବ୍ୟାପକ କ୍ଷତି ଘଟାଇବା ପରେ ଏବେ ବଙ୍ଗୋପସାଗରରେ ଆଉ ଏକ ପାଣିପାଗ ପ୍ରଣାଳୀ ସୃଷ୍ଟି ହେବାର ସମ୍ଭାବନା ରହିଛି। ସଦ୍ୟତମ ସୂଚନା ଅନୁଯାୟୀ, ଆସନ୍ତା ନଭେମ୍ବର ୧୩ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।
ଏହି ସମ୍ଭାବ୍ୟ ଲଘୁଚାପ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହେବା ନେଇ ପୂର୍ବାନୁମାନ କରାଯାଇଛି। ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ, ତାହା ବର୍ତ୍ତମାନର ବାୟୁମଣ୍ଡଳୀୟ ଏବଂ ସାମୁଦ୍ରିକ ସ୍ଥିତି ଉପରେ ନିର୍ଭର କରିବ। ପାଣିପାଗ ବିଭାଗ ଏହି ସିଷ୍ଟମ ଉପରେ ତୀକ୍ଷ୍ଣ ନଜର ରଖିଛି।
ଗତ ଅକ୍ଟୋବର ମାସରେ ବାତ୍ୟା ଅର୍ଣ୍ଣବ ଏବଂ ଏହାର ଠିକ୍ ପରେ ପରେ ବାତ୍ୟା ମୁରାସୁ ଉପକୂଳ ଅତିକ୍ରମ କରିଥିଲା। ଏହି ବ୍ୟାକ-ଟୁ-ବ୍ୟାକ ବାତ୍ୟା ଯୋଗୁଁ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା, ବନ୍ୟା ଏବଂ ଭୂସ୍ଖଳନ ଦେଖାଦେଇଥିଲା। ବିଶେଷ କରି ପୋଷ୍ଟ-ମନସୁନ୍ ସିଜିନରେ ବଙ୍ଗୋପସାଗର ଅଧିକ ସକ୍ରିୟ ରହୁଥିବାରୁ ଏଭଳି ପରିସ୍ଥିତି ଉପୁଜୁଥିବା ପାଣିପାଗ ବିଜ୍ଞାନୀମାନେ ମତ ଦେଇଛନ୍ତି।






