ମନୋରଞ୍ଜନ
ରାଜସ୍ଥାନ କୋଟାରେ ଓଡ଼ିଆ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ମୃତ୍ୟୁର କାରଣ ଅସ୍ପଷ୍ଟ
ଗଂଜାମ: କୋଟାରେ ଓଡ଼ିଆ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ।ମୃତ୍ୟୁର କାରଣ ଅସ୍ପଷ୍ଟ। ନିଟ୍ ପାଇଁ କୋଟାରେ ଗତବର୍ଷଠୁ କୋଚିଂ ନେଉଥିଲେ । ଛାତ୍ର ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଜରଡ଼ା ପଂଚାୟତ ଅଭୟ ପୁର ଗ୍ରାମର ରାଧାଶ୍ୟାମ ପାତ୍ରଙ୍କ ପୁଅ ରୋସନ କୁମାର ପାତ୍ର। ତାଙ୍କର ବୟସ ୨୪ ବର୍ଷ। ରୋସନ ଗତବର୍ଷଠାରୁ କୋଟାରେ ରହି ଏକ ଅନୁଷ୍ଠାନରେ ତାଲିମ ନେଉଥିଲେ। ଗତକାଲି ତାଙ୍କର ମୃତ୍ୟୁ ହୋଇଛି ବୋଲି ଖବର ଆସିବା ପରେ ତାଙ୍କ ପରିବାର କୋଟା ଯାଇଛନ୍ତି। ସେମାନେ ପହଞ୍ଚିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ। ରୋସନଙ୍କ ମୃତ୍ୟୁ ଖବର ପାଇବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।






