ପ୍ରଦର୍ଶନ ଭଲ ନ ଥିବା ଦର୍ଶାଇ ସରକାରୀ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଅକ୍ଟୋବରରୁ ଡିସେମ୍ବର ଦରମା ବନ୍ଦ

Deviprasad Mohanty Picture
Published On

କଟକ: ସରକାରୀ କାର୍ଯ୍ୟରେ ଆଖିଦୃଶିଆ ଅଗ୍ରଗତି ହୋଇନଥିବା ଦର୍ଶାଇ AE, JE, PEO ଏବଂ ADEOଙ୍କ ଦରମା ବନ୍ଦ ପାଇଁ ସାଲେପୁର ବ୍ଳକ୍ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଲେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେ ସିନ୍ଧେ। ସାଲେପୁର, ମାହାଙ୍ଗା, ନିଶ୍ଚିନ୍ତକୋଇଲି, ଆଠଗଡ଼, ନରସିଂହପୁର, ବାଙ୍କୀ, ଟାଙ୍ଗି-ଚୌଦ୍ୱାରରେ ମନରେଗା ଯୋଜନାରେ କାମର ଅଗ୍ରଗତି ନିମ୍ନମାନର ହୋଇଥିବାରୁ ଆକାଉଣ୍ଟ କମ୍ ଡିଇଓଙ୍କ ୩ମାସର ଦରମା ବନ୍ଦ ପାଇଁ ୭ଟି ବ୍ଲକ୍ ବିଡ଼ିଓଙ୍କୁ ମଧ୍ୟ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳଙ୍କ ପୁନଃନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଦରମା ବନ୍ଦ ରହିବ ବୋଲି କଟକ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

Join Us @ WhatsApp

About The Author

Google News
Join Us @ WhatsApp

ରାଶିଫଳ