ଲଭ୍‌-ସେକ୍ସ ଧୋକ୍କା ଅଭିଯୋଗରେ ଭୁବନେଶ୍ୱର ଏୟାରପୋର୍ଟ ଡିଜିଏମ୍ ଗିରଫ

Madhusudan Das Picture
Published On

ଭୁବନେଶ୍ୱର: ଏୟାର ହଷ୍ଟେସଙ୍କୁ ଧୋକା ଦେଇ ବନ୍ଧାହେଲେ ଭୁବନେଶ୍ବର ଏୟାରପୋର୍ଟ ଡିଜିଏମ । ଭୁବନେଶ୍ବର ବିମାନବନ୍ଦର ଡିଜିଏମ ଉମାକାନ୍ତ ପଟେଲକୁ ଗିରଫ କଲା ଏୟାରପୋର୍ଟ ଥାନା ପୋଲିସ । ଘରୋଇ ଏୟାରଲାଇନ୍ସରେ କାର୍ଯ୍ୟରତ ଯୁବତୀଙ୍କୁ ମିଛ କଥା କହି ଅବୈଧ ସମ୍ପର୍କ ରଖିବା ପରେ ବେଆଇନ୍ ଗର୍ଭପାତ କରିବା ଅଭିଯୋଗରେ ଉମାକାନ୍ତଙ୍କୁ ବାନ୍ଧିଲା ପୋଲିସ । ଉମାକାନ୍ତ ବିବାହିତ ହୋଇ ମଧ୍ୟ ଏ କଥା ଲୁଚାଇ ରଖିବା ସହ ଏୟାରଲାଇନ୍ସରେ କାମ କରୁଥିବା ଯୁବତୀଙ୍କ ସହ ସମ୍ପର୍କ ରଖିଥିଲେ  । ବିବାହର ପ୍ରଲୋଭନ ଦେଖାଇଥିଲେ । ବାରମ୍ବାର ଶାରୀରିକ ସମ୍ପର୍କ ରଖି ମଧ୍ୟ ବିବାହ ନକରିବାରୁ ବାଧ୍ୟ ହୋଇ ଆଇନର ଆଶ୍ରୟ ନେଇଥିଲେ ଏୟାର ହଷ୍ଟେସ ଜଣକ । ଅଭିଯୁକ୍ତ ଜଣଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି ପୋଲିସ ।

Join Us @ WhatsApp

About The Author

Google News
Join Us @ WhatsApp

ରାଶିଫଳ