ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ ଆର୍‌ବିଆଇର ବଡ଼ ସଂସ୍କାର, ଲକରରୁ ଚୋରି ହେଲେ ୧୦୦ ଗୁଣା କ୍ଷତିପୂରଣ...

Deviprasad Mohanty Picture
Published On

ସାଧାରଣ ଆକାଉଣ୍ଟ ପାଇଁ ୧୦ ବର୍ଷରେ ଥରେ କେୱାଇସି

ନୂଆଦିଲ୍ଲୀ: ଲକର ବିବାଦରେ ଗ୍ରାହକଙ୍କ ସ୍ୱାର୍ଥକୁ ନଜରରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବାକୁ ଯାଉଛି। ଏଣିକି ବ୍ୟାଙ୍କ ଲକରରୁ ଚୋରି ହେଲେ ଗ୍ରାହକଙ୍କୁ ମିଳିବ ୧୦୦ ଗୁଣ କ୍ଷତିପୂରଣ ରାଶି। ଅର୍ଥାତ୍‌ ଯଦି ବ୍ୟାଙ୍କର ଅବହେଳା କିମ୍ବା ସୁରକ୍ଷା ଭୁଲ ଯୋଗୁଁ କୌଣସି ଗ୍ରାହକଙ୍କ ଲକର ଚୋରି ହୋଇଯାଏ କିମ୍ବା କ୍ଷତିଗ୍ରସ୍ତ ହୁଏ, ତେବେ ବ୍ୟାଙ୍କକୁ ଲକର ଫି’ର ୧୦୦ ଗୁଣ ପର୍ଯ୍ୟନ୍ତ କ୍ଷତିପୂରଣ ଦେବାକୁ ପଡ଼ିବ। ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଏକ ବଡ଼ ଧରଣର ସଂସ୍କାର ଆଣିବାକୁ ଯାଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଏପରି ଏକ ନିୟମ କାର୍ଯ୍ୟକାରୀ କରିବାକୁ ଯାଉଛି।  ଆର୍‌ବିଆଇ ୨୩୮ଟି ନୂତନ ବ୍ୟାଙ୍କିଙ୍ଗ ନିୟମ ସମ୍ପର୍କିତ ଏକ ଚିଠା ପ୍ରକାଶ କରିଛି। ଏଥÒପାଇଁ ଜନସାଧାରଣଙ୍କଠାରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ମତାମତ ଲୋଡାଯାଇଛି। ମତାମତ ମିଳିବା ପରେ ଏହି ନିୟମଗୁଡ଼ିକୁ ୨୦୨୬ରୁ କାର୍ଯ୍ୟକାରୀ କରାଯିବ।  ଏହି ପ୍ରସ୍ତାବିତ ପରିବର୍ତ୍ତନଗୁଡ଼ିକର ଲକ୍ଷ୍ୟ ହେଉଛି ଗ୍ରାହକ ସୁରକ୍ଷା ବୃଦ୍ଧି କରିବା, ବ୍ୟାଙ୍କିଙ୍ଗ ସେବାକୁ ସରଳ କରିବା ଏବଂ ବ୍ୟାଙ୍କଗୁଡ଼ିକର ଦାୟିତ୍ୱ ସୁନିଶ୍ଚିତ କରିବା। ଆର୍‌ବିଆଇ କହିଛି ଯେ ଯଦି କୌଣସି ଗ୍ରାହକଙ୍କ ଆକାଉଣ୍ଟ ସାଇବର ଠକେଇର ଶିକାର ହୁଏ ଏବଂ ସେମାନେ ତିନି ଦିନ ମଧ୍ୟରେ ବ୍ୟାଙ୍କକୁ ରିପୋର୍ଟ କରନ୍ତି, ତେବେ ସେମାନଙ୍କର ଦାୟିତ୍ୱ ଶୂନ୍ୟ ବୋଲି ବିବେଚନା କରାଯିବ। ଏହାର ଅର୍ଥ ହେଉଛି ଗ୍ରାହକ କୌଣସି କ୍ଷତି ସହିବେ ନାହିଁ। ଏହାବ୍ୟତୀତ, ଯଦି ବ୍ୟାଙ୍କଗୁଡ଼ିକ ଏପରି ପରିସ୍ଥିତିରେ ସମୟୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୁଅନ୍ତି, ତେବେ ସେମାନଙ୍କୁ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିପାରେ। ଏଥିପାଇଁ ବ୍ୟାଙ୍କଗୁଡ଼ିକୁ ସାଇବର ସୁରକ୍ଷା ସମ୍ପର୍କରେ ଅଧିକ ସତର୍କ ରହିବାକୁ ପଡ଼ିବ।

ଆହୁରି ପଢ଼ନ୍ତୁ: ଆଜିଠୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା: ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ ମହାପ୍ରଭୁ, ଅପେକ୍ଷାରେ ନନ୍ଦା ଓ ଭଦ୍ରା

ଆର୍‌ବିଆଇର ନୂତନ ବ୍ୟାଙ୍କିଙ୍ଗ୍‌ ନିୟମରେ କେୱାଇସି (ଆପଣଙ୍କ ଗ୍ରାହକଙ୍କୁ ଜାଣନ୍ତୁ) ପ୍ରକ୍ରିୟାକୁ ଆହୁରି ସରଳ କରାଯାଇଛି। ଏଥ଄ରେ  ସାଧାରଣ ଆକାଉଣ୍ଟ ପାଇଁ ଗ୍ରାହକଙ୍କୁ ପ୍ରତି ୧୦ ବର୍ଷରେ ଥରେ କେୱାଇସି  ଦେବାକୁ ପଡିବ। ଏହାଛଡା ମଧ୍ୟମ ଓ ସମ୍ବେଦନଶୀଳ ଆକାଉଣ୍ଟ ପାଇଁ ଏହି ପ୍ରକ୍ରିୟା ପ୍ରତି ୮ ବର୍ଷ ଥରେ ଏବଂ ଅଧÒକ ସମ୍ବେଦନଶୀଳ ଆକାଉଣ୍ଟ ପାଇଁ ପ୍ରତି ୨ ବର୍ଷରେ ଥେୋର କେୱାଇସି ଦେବାକୁ ପଡିବ। ଏହା ଗ୍ରାହକମାନଙ୍କୁ ବାରମ୍ବାର ଡକ୍ୟୁମେଣ୍ଟ ଦାଖଲ କରିବାର ଝିନ୍‌ଝଟ୍‌ରୁ ମୁକ୍ତି ଦେବ। ଏହାବ୍ୟତୀତଋଣ ସମ୍ବନ୍ଧୀୟ ମାମଲାରେ ଗ୍ରାହକଙ୍କୁ ମଧ୍ୟ ଆଶ୍ୱସ୍ତି ପ୍ରଦାନ କରାଯାଇଛି। ଏଣିକି ସମସ୍ତ ବ୍ୟାଙ୍କଗୁଡ଼ିକୁ ସୁଧ ହାର ନିର୍ଣ୍ଣୟ କରିବା, ସ୍ୱଚ୍ଛତା ବଜାୟ ରଖିବା ପାଇଁ ଏକ ସମାନ ସୂତ୍ର ଗ୍ରହଣ କରିବାକୁ ପଡିବ। ସମସ୍ତ ଋଣ ଉପରେ ପ୍ରିପେମେଣ୍ଟ ଜରିମାନା (ଶୀଘ୍ର ପରିଶୋଧ ପାଇଁ ଜରିମାନା) ସମ୍ପୂର୍ଣ୍ଣ ଉଚ୍ଛେଦ କରାଯିବ। ଏହା ଗ୍ରାହକଙ୍କୁ କୌଣସି ଅତିରିକ୍ତ ଶୁଳ୍କ ବିନା ଶୀଘ୍ର ସେମାନଙ୍କର ଋଣ ପରିଶୋଧ କରିବାକୁ ଅନୁମତି ଦେବ। ଏହାବାଦ୍‌ ୭୦ ବର୍ଷ ଏବଂ ତଦୁର୍ଦ୍ଧ୍ୱ ବୟସର ଗ୍ରାହକମାନଙ୍କୁ ଦ୍ୱାରଦେଶ ବ୍ୟାଙ୍କିଙ୍ଗ୍‌ ସୁବିଧା ପ୍ରଦାନ କରିବା ପାଇଁ ଏକ ପ୍ରସ୍ତାବ ମଧ୍ୟ ଦିଆଯାଇଛି। ଏହାର ଅର୍ଥ ହେଉଛି ସେମାନଙ୍କୁ ବ୍ୟାଙ୍କ ଶାଖାକୁ ଯିବାକୁ ପଡ଼ିବନାହିଁ। ବ୍ୟାଙ୍କ ଅଧିକାରୀମାନେ ସେମାନଙ୍କୁ ଘରେ ଅତ୍ୟାବଶ୍ୟକ ସେବା ଯୋଗାଇଦେବେ।

ଆହୁରି ପଢ଼ନ୍ତୁ: ଜନଗଣନା କରିବା ବାହାନାରେ ଆସିଲା, ବେକରେ ଛୁରୀ ଲଗାଇ ଫୋନ ଓ ମଙ୍ଗଳସୂତ୍ର ନେଇଗଲା ଲୁଟେରା

23 Oct 2025 By Deviprasad Mohanty

ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ ଆର୍‌ବିଆଇର ବଡ଼ ସଂସ୍କାର, ଲକରରୁ ଚୋରି ହେଲେ ୧୦୦ ଗୁଣା କ୍ଷତିପୂରଣ...

ନୂଆଦିଲ୍ଲୀ: ଲକର ବିବାଦରେ ଗ୍ରାହକଙ୍କ ସ୍ୱାର୍ଥକୁ ନଜରରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବାକୁ ଯାଉଛି। ଏଣିକି ବ୍ୟାଙ୍କ ଲକରରୁ ଚୋରି ହେଲେ ଗ୍ରାହକଙ୍କୁ ମିଳିବ ୧୦୦ ଗୁଣ କ୍ଷତିପୂରଣ ରାଶି। ଅର୍ଥାତ୍‌ ଯଦି ବ୍ୟାଙ୍କର ଅବହେଳା କିମ୍ବା ସୁରକ୍ଷା ଭୁଲ ଯୋଗୁଁ କୌଣସି ଗ୍ରାହକଙ୍କ ଲକର ଚୋରି ହୋଇଯାଏ କିମ୍ବା କ୍ଷତିଗ୍ରସ୍ତ ହୁଏ, ତେବେ ବ୍ୟାଙ୍କକୁ ଲକର ଫି’ର ୧୦୦ ଗୁଣ ପର୍ଯ୍ୟନ୍ତ କ୍ଷତିପୂରଣ ଦେବାକୁ ପଡ଼ିବ। ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଏକ ବଡ଼ ଧରଣର ସଂସ୍କାର ଆଣିବାକୁ ଯାଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଏପରି ଏକ ନିୟମ କାର୍ଯ୍ୟକାରୀ କରିବାକୁ ଯାଉଛି।  ଆର୍‌ବିଆଇ ୨୩୮ଟି ନୂତନ ବ୍ୟାଙ୍କିଙ୍ଗ ନିୟମ ସମ୍ପର୍କିତ ଏକ ଚିଠା ପ୍ରକାଶ କରିଛି। ଏଥÒପାଇଁ ଜନସାଧାରଣଙ୍କଠାରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ମତାମତ ଲୋଡାଯାଇଛି। ମତାମତ ମିଳିବା ପରେ ଏହି ନିୟମଗୁଡ଼ିକୁ ୨୦୨୬ରୁ କାର୍ଯ୍ୟକାରୀ କରାଯିବ।  ଏହି ପ୍ରସ୍ତାବିତ ପରିବର୍ତ୍ତନଗୁଡ଼ିକର ଲକ୍ଷ୍ୟ ହେଉଛି ଗ୍ରାହକ ସୁରକ୍ଷା ବୃଦ୍ଧି କରିବା, ବ୍ୟାଙ୍କିଙ୍ଗ ସେବାକୁ ସରଳ କରିବା ଏବଂ ବ୍ୟାଙ୍କଗୁଡ଼ିକର ଦାୟିତ୍ୱ ସୁନିଶ୍ଚିତ କରିବା। ଆର୍‌ବିଆଇ କହିଛି ଯେ ଯଦି କୌଣସି ଗ୍ରାହକଙ୍କ ଆକାଉଣ୍ଟ ସାଇବର ଠକେଇର ଶିକାର ହୁଏ ଏବଂ ସେମାନେ ତିନି ଦିନ ମଧ୍ୟରେ ବ୍ୟାଙ୍କକୁ ରିପୋର୍ଟ କରନ୍ତି, ତେବେ ସେମାନଙ୍କର ଦାୟିତ୍ୱ ଶୂନ୍ୟ ବୋଲି ବିବେଚନା କରାଯିବ। ଏହାର ଅର୍ଥ ହେଉଛି ଗ୍ରାହକ କୌଣସି କ୍ଷତି ସହିବେ ନାହିଁ। ଏହାବ୍ୟତୀତ, ଯଦି ବ୍ୟାଙ୍କଗୁଡ଼ିକ ଏପରି ପରିସ୍ଥିତିରେ ସମୟୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୁଅନ୍ତି, ତେବେ ସେମାନଙ୍କୁ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିପାରେ। ଏଥିପାଇଁ ବ୍ୟାଙ୍କଗୁଡ଼ିକୁ ସାଇବର ସୁରକ୍ଷା ସମ୍ପର୍କରେ ଅଧିକ ସତର୍କ ରହିବାକୁ ପଡ଼ିବ।

ଆର୍‌ବିଆଇର ନୂତନ ବ୍ୟାଙ୍କିଙ୍ଗ୍‌ ନିୟମରେ କେୱାଇସି (ଆପଣଙ୍କ ଗ୍ରାହକଙ୍କୁ ଜାଣନ୍ତୁ) ପ୍ରକ୍ରିୟାକୁ ଆହୁରି ସରଳ କରାଯାଇଛି। ଏଥ଄ରେ  ସାଧାରଣ ଆକାଉଣ୍ଟ ପାଇଁ ଗ୍ରାହକଙ୍କୁ ପ୍ରତି ୧୦ ବର୍ଷରେ ଥରେ କେୱାଇସି  ଦେବାକୁ ପଡିବ। ଏହାଛଡା ମଧ୍ୟମ ଓ ସମ୍ବେଦନଶୀଳ ଆକାଉଣ୍ଟ ପାଇଁ ଏହି ପ୍ରକ୍ରିୟା ପ୍ରତି ୮ ବର୍ଷ ଥରେ ଏବଂ ଅଧÒକ ସମ୍ବେଦନଶୀଳ ଆକାଉଣ୍ଟ ପାଇଁ ପ୍ରତି ୨ ବର୍ଷରେ ଥେୋର କେୱାଇସି ଦେବାକୁ ପଡିବ। ଏହା ଗ୍ରାହକମାନଙ୍କୁ ବାରମ୍ବାର ଡକ୍ୟୁମେଣ୍ଟ ଦାଖଲ କରିବାର ଝିନ୍‌ଝଟ୍‌ରୁ ମୁକ୍ତି ଦେବ। ଏହାବ୍ୟତୀତଋଣ ସମ୍ବନ୍ଧୀୟ ମାମଲାରେ ଗ୍ରାହକଙ୍କୁ ମଧ୍ୟ ଆଶ୍ୱସ୍ତି ପ୍ରଦାନ କରାଯାଇଛି। ଏଣିକି ସମସ୍ତ ବ୍ୟାଙ୍କଗୁଡ଼ିକୁ ସୁଧ ହାର ନିର୍ଣ୍ଣୟ କରିବା, ସ୍ୱଚ୍ଛତା ବଜାୟ ରଖିବା ପାଇଁ ଏକ ସମାନ ସୂତ୍ର ଗ୍ରହଣ କରିବାକୁ ପଡିବ। ସମସ୍ତ ଋଣ ଉପରେ ପ୍ରିପେମେଣ୍ଟ ଜରିମାନା (ଶୀଘ୍ର ପରିଶୋଧ ପାଇଁ ଜରିମାନା) ସମ୍ପୂର୍ଣ୍ଣ ଉଚ୍ଛେଦ କରାଯିବ। ଏହା ଗ୍ରାହକଙ୍କୁ କୌଣସି ଅତିରିକ୍ତ ଶୁଳ୍କ ବିନା ଶୀଘ୍ର ସେମାନଙ୍କର ଋଣ ପରିଶୋଧ କରିବାକୁ ଅନୁମତି ଦେବ। ଏହାବାଦ୍‌ ୭୦ ବର୍ଷ ଏବଂ ତଦୁର୍ଦ୍ଧ୍ୱ ବୟସର ଗ୍ରାହକମାନଙ୍କୁ ଦ୍ୱାରଦେଶ ବ୍ୟାଙ୍କିଙ୍ଗ୍‌ ସୁବିଧା ପ୍ରଦାନ କରିବା ପାଇଁ ଏକ ପ୍ରସ୍ତାବ ମଧ୍ୟ ଦିଆଯାଇଛି। ଏହାର ଅର୍ଥ ହେଉଛି ସେମାନଙ୍କୁ ବ୍ୟାଙ୍କ ଶାଖାକୁ ଯିବାକୁ ପଡ଼ିବନାହିଁ। ବ୍ୟାଙ୍କ ଅଧିକାରୀମାନେ ସେମାନଙ୍କୁ ଘରେ ଅତ୍ୟାବଶ୍ୟକ ସେବା ଯୋଗାଇଦେବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର