ଓଜନ ନିୟନ୍ତ୍ରଣକାରୀ ଧନିଆ: ଚର୍ବି କମାଇବାରେ ମୁଖ୍ୟ ଭୂମିକା ନିଭାଇଥାଏ

Madhusudan Das Picture
Published On

ଧନିଆ ମସଲା ଭାବେ ବ୍ୟବହାର ହୁଏ। ତରକାରି ହେଉ କି ସାଲାଡରେ ଧନିଆ ପତ୍ର ବ୍ୟବହାର କରାଯାଏ। ଧନିଆପତ୍ର ଓ ଏବଂ ମଞ୍ଜିରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍‌ ସି ଆଦି ଔଷଧୀୟ ଗୁଣ ରହିଛି।  ଏହା ନାନା ରୋଗ ଦୂର କରେ। ଓଜନ ନିୟନ୍ତ୍ରଣ ପାଇଁ ଧନିଆ ଏକ ପ୍ରଭାବୀ ବିକଳ୍ପ। 

ଆହୁରି ପଢ଼ନ୍ତୁ: ଜାଣନ୍ତୁ ବାସ୍ତୁ ଅନୁସାରେ କେଉଁ ଉପହାର ଦେବା ଅନୁଚିତ...

ଧନିଆରେ ଆଣ୍ଟିଅକ୍ସିଡାଣ୍ଟ ଥିବାରୁ ନିୟମିତ ଏହାକୁ ଖାଇଲେ ଶରୀରରୁ ବିଷାକ୍ତ ତତ୍ତ୍ବ ବାହାରିଯାଏ। ଏଥିରେ ଥିବା ଫାଇବର ଯୋଗୁଁ କମ୍‌ ଭୋକ ଲାଗେ। ଚର୍ବି କମାଇବାରେ ମୁଖ୍ୟ ଭୂମିକା ନିଭାଇଥାଏ। ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହିତ ପାଚନତନ୍ତ୍ରକୁ  ସକ୍ରିୟ ରଖେ ଧନିଆ।  ତେଣୁ ଏକ ଗ୍ଲାସ ପାଣିରେ ଧନିଆ ପତ୍ର କିମ୍ବା ମଞ୍ଜିକୁ ଧୋଇ ରାତିସାରା ଭିଜାଇ ସକାଳୁ ଖାଲି ପେଟରେ ତାହାକୁ ଛାଣି ପିଇ ପାରିବେ। 

ଆହୁରି ପଢ଼ନ୍ତୁ: ସାବଧାନ ! ରାତିରେ ଲାଇଟ୍‌ ଜଳାଇ ଶୋଉଛନ୍ତି କି, ଆପଣଙ୍କ ହୃଦୟ ଓ ମସ୍ତିଷ୍କ ଉପରେ ପଡିପାରେ ପ୍ରଭାବ

ଆଣ୍ଠୁଗଣ୍ଠିଜନିତ ସମସ୍ୟା ଥିଲେ ଧନିଆ ବହୁତ ଉପକାରୀ। ହୃଦୟକୁ ସୁସ୍ଥ ରଖିବାରେ ଏହା ସାହାଯ୍ୟ କରେ। ଧନିଆ ସେବନ ଦ୍ବାରା କୋଲେଷ୍ଟ୍ରଲ ଓ  ରକ୍ତ ଶର୍କରା ନିୟନ୍ତ୍ରଣରେ ରୁହେ। ଦୃଷ୍ଟିଶକ୍ତି ପାଇଁ ଏହା ବହୁତ ଭଲ।  ତେଣୁ ଧନିଆ ଚଟଣୀ, ସାଲାଡ଼ରେ ଧନିଆ ପତ୍ର ଆଦି ଖାଇବା ହିତକର। 

Join Us @ WhatsApp

About The Author

Google News
Join Us @ WhatsApp