ମନୋରଞ୍ଜନ
ଓଡ଼ିଶା
ରାଜ୍ୟରେ ୨୮ଓ୨୯ ତାରିଖରେ ପ୍ରବଳ ବର୍ଷା ସମ୍ଭାବନା, ୬୦ରୁ ୭୦ କି.ମି ବେଗରେ ପବନ ବହିବ: ଆଞ୍ଚଳିକ ପାଣିପାଗ ବିଭାଗ
ଭୁବନେଶ୍ୱର: ଧୀରେ ଧୀରେ ମାଡିଆସୁଛି ବାତ୍ୟା ’ମୋନ୍ଥା’ । ଆଜି ସକାଳ ସାଢ଼େ ୫ଟା ସୁଦ୍ଧା ଏହା ଆଣ୍ଡାମାନ ନିକୋବରରୁ ୪୨୦ କିଲୋମିଟର, ବିଶାଖାପାଟଣାରୁ ୯୯୦ କିଲୋମିଟର ଓ ଚେନ୍ନାଇରୁ ୯୯୦ କିଲୋମିଟର ଓ ଗୋପାଳପୁରରୁ ୧୦୪୦ କିଲୋମିଟର ଦୂରରେ ରହିଛି । ଆଗାମୀ ୧୨ ଘଣ୍ଟା ମଧ୍ୟ ଅଧିକ ଘନୀଭୂତ ହେବ। ଆଗକୁ ଘନୀଭୂତ ହୋଇ ୨୬ରେ ଗଭୀର ଅବପାତରେ (ଡିପ୍ ଡିପ୍ରେସନ) ରୂପ ନେବ । ୨୭ ସକାଳ ସୁଦ୍ଧା ଦକ୍ଷିଣ- ପଶ୍ଚିମ ଓ ପାର୍ଶ୍ଵବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହେବ । ଏହା ପରେ ଅଧିକ ବଳ ଗୋଟାଇ ୨୮ ତାରିଖରେ ଭୀଷଣ ଝଡ଼ର ରୂପ ନେବ ‘ମୋନ୍ଥା’।
ଏହା ପ୍ରଭାବରେ ଓଡ଼ିଶା ଉପକୂଳରେ ୨୮ ଓ ୨୯ ତାରିଖରେ ପ୍ରବଳ ବର୍ଷା ସମ୍ଭାବନା । ଏ ନେଇ ସୂଚନା ଦେଲେ ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି । ଦକ୍ଷିଣ ଓଡ଼ିଶାରେ ୬୦ରୁ ୭୦ କି.ମି ବେଗରେ ପବନ ବହିବ । ଉପକୂଳବର୍ତ୍ତୀ ପୁରୀ, ଖୋର୍ଦ୍ଧା, କନ୍ଧମାଳରେ ୫୦ରୁ ୭୦ କି.ମି ପବନ ହୋଇପାରେ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ୨୬ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ମନା କରାଯାଇଛି। ୨୫ ଓ ୨୬ରେ ଦକ୍ଷିଣ ଓ ଉପକୂଳର କିଛି ଜାଗାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୨୭ରେ ଅନେକ ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ହେବ । ଗଞ୍ଜାମ, ଗଜପତି, ରାୟଗଡ଼ାରସ୍ଥାନେ ସ୍ଥାନେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି,କନ୍ଧମାଳ, ବଲାଙ୍ଗୀର, ନୂଆପଡ଼ା, ବୌଦ୍ଧ, ନୟାଗଡ଼, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଟକର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ଆଶଙ୍କା ଅଛି ।






