ମନୋରଞ୍ଜନ
ଭାରତରେ ଏମିତି ଏକ ଷ୍ଟେସନ୍ ଯାହା ରବିବାର ଦିନ ଛୁଟି ରୁହେ...
ଭାରାତୀୟ ରେଳବାଇ ହେଉଛି ବିଶ୍ୱର ଚତୁର୍ଥ ସର୍ବବୃହତ୍ ରେଳ ନେଟୱର୍କ । ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଟ୍ରେନରେ ଯାତ୍ରା କରିଥାନ୍ତି। ଭାରତରେ ଏମିତି ଏକ ଷ୍ଟେସନ୍ ରହିଛି ଯାହା ରବିବାର ଦିନ ଛୁଟି ରୁହେ। ଏହି ଷ୍ଟେସନ୍ଟି ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାରୁ ପାଖାପାଖି ୩୫ କିଲୋମିଟର ଦୂରରେ ଅବସ୍ଥିତ। ଏଠାରେ କେବଳ ବାଙ୍କୁଡ଼ା-ମାସାଗ୍ରାମ୍ ଯାତ୍ରୀବାହୀ ଟ୍ରେନ୍ଟି ଅଟକିଥାଏ। ହେଲେ ରବିବାର ଦିନ ଏହି ଟ୍ରେନ୍ଟି ଷ୍ଟେସନକୁ ଆସୁ ନ ଥିବାରୁ ପୂରା ଷ୍ଟେସନଟି ଶୂନ୍ଶାନ୍ ଲାଗିଥାଏ। ତେବେ ରବିବାର ଦିନ ଷ୍ଟେସନ ମାଷ୍ଟରଙ୍କୁ ଟ୍ରେନ୍ ଟିକଟ କିଣିବାକୁ ବର୍ଦ୍ଧମାନ ସହର ଯିବାକୁ ପଡ଼ୁଥିବାରୁ ଏହିଦିନ ଟିକେଟ୍ କାଉଣ୍ଟର ଏବଂ ସମସ୍ତ ସେବା ବନ୍ଦ ରହିଥାଏ। ତେଣୁ ଏହି ଷ୍ଟେସନଟି ରବିବାର ଦିନ ବନ୍ଦ ରୁହେ। କେବଳ ସେତିକି ନୁହେଁ, ଏହି ଷ୍ଟେସନର କୌଣସି ସରକାରୀ ନାଁ ମଧ୍ୟ ନାହିଁ। ଏବେ ବି ଟିକେଟରେ ପୁରାତନ ସମୟର ନାଁ ରେନାଗର ମୁଦ୍ରିତ ରହିଛି। ୨୦୦୮ରୁ ଏହି ଷ୍ଟେସନ୍ଟି ବିନା ନାମରେ ପରିଚାଳିତ ହେଉଛି।






