ପରଲୋକରେ ବଲିଉଡ୍‌ ଏବଂ ଟେଲିଭିଜନ ଦୁନିଆର ଚର୍ଚ୍ଚିତ ହାସ୍ୟ ଅଭିନେତା ସତୀଶ ଶାହ

Madhusudan Das Picture
Published On

ମୁମ୍ବାଇ: ପରଲୋକରେ ବଲିଉଡ୍‌ ଏବଂ ଟେଲିଭିଜନ ଦୁନିଆର ଚର୍ଚ୍ଚିତ ହାସ୍ୟ ଅଭିନେତା ସତୀଶ ଶାହ। ଆଜି ଦିନ ପ୍ରାୟ ୨:୩୦ମିନିଟରେ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ୭୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘଦିନ ଧରି ସେ କିଡନି ରୋଗରେ ପୀଡ଼ିତ ଥିଲେ । ତାଙ୍କ ମ୍ୟାନେଜରଙ୍କ ସୂଚନା ଅନୁଯାୟୀ, ରବିବାର ଆସନ୍ତା ରବିବାର ତାଙ୍କର ଅନ୍ତିମ ସଂସ୍କାର କରାଯିବ। ସତୀଶଙ୍କ ମୃତ୍ୟୁ ବଲିଉଡ୍‌ରେ ଶୋକର ଛାୟା ଖେଳାଇ ଦେଇଛି । 

ଆହୁରି ପଢ଼ନ୍ତୁ: ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି ଦରଦାମ ବୃଦ୍ଧି: ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଦର ବୃଦ୍ଧି ହାର ଅଧିକ

ସତୀଶ ଶାହ ଦୀର୍ଘ ଦିନ ଧରି କିଡ୍ନୀ ସମ୍ବନ୍ଧୀୟ ସମସ୍ୟାରେ ପୀଡ଼ିତ ଥିଲେ ଏବଂ ନିକଟରେ ତାଙ୍କର କିଡ୍ନୀ ପ୍ରତିରୋପଣ କରାଯାଇଥିଲା। ସେ ସାରାଭାଇ ଭର୍ସେସ୍‌ ସାରାଭାଇ' ଏବଂ 'ଜାନେ ଭି ଦୋ ୟାରୋ' ପରି କାର୍ଯ୍ୟକ୍ରମରୁ ଘରେ ଘରେ ପରିଚିତ ହୋଇଥିଲେ। ଚଳଚ୍‌ଚିତ୍ର କଥା କହିବାକୁ ଗଲେ, 'ମେଁ ହୁଁ ନା', 'କଲ୍‌ ହୋ ନା ହୋ', 'ଫନା', ଓ 'ଓମ୍‌ ଶାନ୍ତି ଓମ୍‌' ପରି ଅନେକ ସଫଳ ଚଳଚ୍‌ଚିତ୍ରରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। "ଗୁଜୁରାଟର ମାଣ୍ଡଭୀରେ ଜନ୍ମଗ୍ରହଣ କରିଥିବା ସତୀଶ ଶାହ, ପୁଣେର ପ୍ରତିଷ୍ଠିତ ଏଫ୍‌.ଟି.ଆଇ.ଆଇରୁ ପାଠପଢ଼ା ଶେଷ କରିଥିଲେ। ସେ ୧୯୭୦ ମସିହାରେ 'ଭଗବାନ ପରଶୁରାମ' ଚଳଚ୍‌ଚିତ୍ରରୁ ନିଜର ଅଭିନୟ ଯାତ୍ରା ଆରମ୍ଭ କରିଥିଲେ।

ଆହୁରି ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଉତ୍ତେଜନା; ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର