ଦୁଇ ନାବାଳିକାଙ୍କୁ ଗଣ ଦୁଷ୍କର୍ମ, ସମ୍ପର୍କୀୟଙ୍କୁ ମାଡ଼ ମାରି ନିଛାଟିଆ ସ୍ଥାନକୁ ଉଠାଇ ନେଲେ ଦୁର୍ବୃତ୍ତ..

Deviprasad Mohanty Picture
Published On

ବାଲେଶ୍ଵର/ମୟୂରଭଞ୍ଜ: ପୁଣି ସାମ୍ନାକୁ ଆସିଲା ଗଣ ଦୁଷ୍କର୍ମ ଅଭିଯୋଗ। ୨ ନାବାଳିକାଙ୍କୁ ଗଣ ଦୁଷ୍କର୍ମ। ନିଛାଟିଆ ସ୍ଥାନରେ ୫ରୁ ୬ଜଣ ଦୁର୍ବୃତ୍ତ ଉକ୍ତ ନାବାଳିକାଙ୍କୁ ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏ ନେଇ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତାଙ୍କ ବାପା। ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଦୁଇ ଜଣ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ଘଟଣା ଅନୁଯାୟୀ, ନିକଟସ୍ଥ ଗ୍ରାମରେ ହେଉଥିବା ଯାତ୍ରା ଦେଖି ସମ୍ପର୍କୀୟଙ୍କ ସହ ଫେରୁଥିବା ବେଳେ ଏଭଳି ଘଟଣା ଘଟିଛି।  ୫ରୁ ୬ ଜଣ ଦୁର୍ବୃତ୍ତ  ସମ୍ପର୍କୀୟଙ୍କୁ ମାଡ ମାରି ମୋବାଇଲ ଛଡାଇ ନେବା ସହ ନାବାଳିକା ୨ଜଣଙ୍କୁ ଜବରଦସ୍ତ ବାଇକରେ ଉଠାଇ ନେଇଥିଲେ। ପରେ ନିଛାଟିଆ ସ୍ଥାନରେ ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିଲେ। ଏ ନେଇ ଥାନାରେ ଦ୍ୱାରସ୍ଥ ହୋଇଛନ୍ତ ପୀଡ଼ିତାଙ୍କ ବାପା l ବେତନଟି ଏସଡିପିଓଙ୍କ ତତ୍ୱାବଧାନରେ ଚାଲିଛି ତଦନ୍ତ।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର