ଦୀପାବଳିରେ ଘରକୁ ନୂଆ ଶୈଳୀରେ ଆଲୋକିତ କରିବାକୁ ଚାହୁଁଥିଲେ, ଏହି ଉପାୟ ଆପଣାନ୍ତୁ...

Madhusudan Das Picture
Published On

ଆଲୋକର ପର୍ବ ଦୀପାବଳି। ଦୀପାବଳିରେ ଘରେ ଆଲୋକ, ରଙ୍ଗ ଓ ଉତ୍ସବର ମାହୋଲ ଖେଳିଯାଏ। ଏହା ଅନ୍ଧକାରକୁ ଦୂର କରି ଆଲୋକ ପ୍ରଦାନ କରିଥାଏ। ଏଥିପାଇଁ ସମସ୍ତେ ଘରେ ରଙ୍ଗୋଲି, ଲିଚୁଲାଇଟ୍‌ ଆଦି ଲଗାଇ ସଜାଇଥାନ୍ତି। ସେହିପରି ଦୀପାବଳିରେ ଘରକୁ ନୂଆ ଶୈଳୀରେ ଆଲୋକିତ କରିବାକୁ ଚାହୁଁଥିଲେ, ଏହି ଉପାୟ ଆପଣାନ୍ତୁ। 

ଆହୁରି ପଢ଼ନ୍ତୁ: ମନି ପ୍ଲାଣ୍ଟ ଲଗାଇବା ବେଳେ କରନ୍ତୁ ନାହିଁ ଏହି ଭୁଲ୍, ଜାଣନ୍ତୁ ଶୀଘ୍ର ବଢ଼ିବାର ସହଜ ଉପାୟ

ଆକ୍ରେଲିକ୍ ରଙ୍ଗ କରନ୍ତୁ
ମାଟିଦୀପକୁ ସୁନ୍ଦର ତଥା ରଙ୍ଗିନ୍‌ କରିବାକୁ ଚାହୁଁଥିଲେ ଏହାକୁ, ନାଲି, ସୁନେଲି , ସବୁଜ ଓ ହଳଦିଆ ରଙ୍ଗ ଭଳି ଆକ୍ରେଲିକ୍ ରଙ୍ଗ  କରିପାରିବେ। ଏହାକୁ ଆକର୍ଷଣୀୟ କରିବା ପାଇଁ  ଉପରେ ଗ୍ଲିଟର୍‌ ଓ ଗୋଲ୍‌ଡେନ୍‌ ରଙ୍ଗର ବର୍ଡର ତିଆରି  କରିପାରିବେ। 

ଆହୁରି ପଢ଼ନ୍ତୁ: ହୃଦରୋଗୀଙ୍କ ପାଇଁ କେଉଁ ଶୋଇବା ସ୍ଥିତି ସବୁଠାରୁ ଭଲ? ଜାଣନ୍ତୁ କ'ଣ କରିବେ ଏବଂ କ'ଣ ନୁହେଁ

ମିରର୍‌ ଓ ଷ୍ଟୋନ୍‌
ଏହା ଉପରେ ଛୋଟ ମୋତିମାଳି, ରଙ୍ଗିନ୍‌ ଷ୍ଟୋନ୍‌ ଆଦି ଅଠାରେ ଲଗାଇପାରିବେ। ଏଥିରେ ଦୀପ ଖୁବ୍‌ ସୁନ୍ଦର ଦିଶିଥାଏ। ସେହିପରି ଦୀପରେ ଲେସ୍‌ ଓ ରିବନ ଲଗାନ୍ତୁ। ଏହା ପାରମ୍ପରିକ ସାଙ୍ଗକୁ ଏକ କ୍ଲାସି ଲୁକ୍ ଦେଇଥାଏ। 

ଆହୁରି ପଢ଼ନ୍ତୁ: ବାର୍ଦ୍ଧକ୍ୟ ନୁହେଁ, ବରଂ ୩୦ ବର୍ଷ ବୟସରୁ ଆରମ୍ଭ ହୁଏ ମାଂସପେଶୀ କ୍ଷୟ: ଜାଣନ୍ତୁ କିପରି ରଖିବେ ନିଜକୁ ସୁସ୍ଥ

ବାନିଶ ରଙ୍ଗ ଲଗାନ୍ତୁ 
ଦୀପ ସଜାଇବା ପରେ ତା ଉପରେ ଏକ ବାନିଶ ପରସ୍ତ ଲଗାନ୍ତୁ। ଏହାଦ୍ବାରା ରଙ୍ଗ ଓ ସାଜସଜ୍ଜା ଦୀର୍ଘ ସମୟ ରହିଥାଏ। 

ଭାସମାନ ଦୀପ  
ଏଥିପାଇଁ ଦୀପରେ ତେଲ ଭର୍ତ୍ତି କରନ୍ତୁ। ଏହାପରେ ଏକ ରସ ଠିପି କିମ୍ବା ଏକ ଛାଞ୍ଚରେ ସଳିତା ଲଗାନ୍ତୁ। ଏହାକୁ ଦିଆସିଲ୍‌ ଲଗାଇ ଜଳାଇଲେ ପାଣିରେ ଭାସିଥାଏ। ଏହା ଦେଖିବାକୁ ଖୁବ୍‌ ସୁନ୍ଦର ହୋଇଥାଏ।  ଚାହିଁଲେ ଏଥିରେ ଫୁଲ, ପାଖୁଡ଼ା ସଜାଇପାରିବେ। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp