କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ

Madhusudan Das Picture
Published On

ମେଷ: ରବି, ସୋମବାରରେ ସ୍ବପ୍ନ ସାକାର ହୋଇପାରେ। ଉଚ୍ଚ ସଫଳତା ପାଇବେ। ମଙ୍ଗଳ, ବୁଧବାରରେ ସମସ୍ୟା ବହୁଳ ରହିବ। ରାଜନୀତିରେ ବିରୋଧୀ ପ୍ରଭାବିତ କରିବେ। ଗୁରୁ, ଶୁକ୍ର, ଶନିବାରରେ  ଅଯଥା ଖର୍ଚ୍ଚରୁ ଦୂରେଇ ରହିବେ। ଛାତ୍ରଛାତ୍ରୀମାନେ କୃତକାର୍ଯ୍ୟ ହେବେ।

ବୃଷ: ରବି, ସୋମବାରରେ  ଉତ୍ତମ ଆସନରେ ଅଳଂକୃତ ହୋଇପାରନ୍ତି। ଧନ ସମ୍ମାନ ପ୍ରାପ୍ତି ହେବ। ମଙ୍ଗଳ, ବୁଧବାରରେ ସମସ୍ତ କାର୍ଯ୍ୟରେ ସିଦ୍ଧିଲାଭ କରିବେ। କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ। ଗୁରୁ, ଶୁକ୍ର, ଶନିବାରରେ ଅଯଥା ବ୍ୟୟରେ ପଡ଼ିଯାଇପାରନ୍ତି। ବ୍ୟବସାୟିକ ଆୟବ୍ୟୟ ସମାନ ରହିବ।

ମିଥୁନ: ରବି, ସୋମବାରରେ ଅର୍ଥପ୍ରାପ୍ତିର ଯୋଗ ରହିଛି। ପଡ଼ୋଶୀଙ୍କଠାରୁ ସଂପୂର୍ଣ୍ଣ ସହଯୋଗ ପାଇବେ। ମଙ୍ଗଳ, ବୁଧବାରରେ  କାର୍ଯ୍ୟସିଦ୍ଧି ସହ ଭାଇଭଉଣୀଙ୍କ ସହଯୋଗ ପାଇବେ। ଗୁରୁ, ଶୁକ୍ର, ଶନିବାରରେ ସମାଜରେ  ଲୋକସମ୍ପର୍କ ବୃଦ୍ଧି ପାଇବ। ବ୍ୟବସାୟିକ ସଫଳତା ମିଳିବ।

କର୍କଟ:  ରବି,ସୋମବାରରେ ଉଚ୍ଚ ସମ୍ମାନ ପ୍ରାପ୍ତି ହେବ। ସମସ୍ତ  କାର୍ଯ୍ୟରେ ସଫଳ ହେବ। ମଙ୍ଗଳ, ବୁଧବାରରେ ମହିଳାମାନେ ଚଳଚଞ୍ଚଳ ରହିବେ। ସାଙ୍ଗମାନଙ୍କ ସହ ଦୂରଯାତ୍ରା କରିପାରନ୍ତି। ଗୁରୁ,ଶୁକ୍ର, ଶନିବାରରେ କାର୍ଯ୍ୟ ବିଳମ୍ବ ଦେଖାଦେବ। ସନ୍ତାନମାନଙ୍କ ପାଇଁ ଚିନ୍ତା ଲାଗି ରହିବ।  

ସିଂହ: ରବି, ସୋମବାରରେ ବିଭିନ୍ନ ସମସ୍ୟାର ସମାଧାନ କରିବେ। ଅତିଥିଙ୍କ ଆଗମନ ହୋଇପାରେ। ମଙ୍ଗଳ, ବୁଧବାରରେ ପାରିବାରିକ ବୁଝାମଣା ଭଲ ରହିବ। ଜୀବନରେ ନୂତନ ମୋଡ଼ ଦେଖାଦେବ। ଶୁକ୍ର, ଶନିବାରରେ ଭାଇଭଣୀଙ୍କ ସହଯୋଗ ମିଳିବ। ବ୍ୟବସାୟିକ ଉନ୍ନତି ହେବ। 

କନ୍ୟା: ରବି,ସୋମବାରରେ ବ୍ୟବହାରିକ କାର୍ଯ୍ୟରେ  ବାଧା ଦେଖାଦେବ। ମଙ୍ଗଳ, ବୁଧବାରରେ ପରିବାରରେ ସୁଖ ସନ୍ତୋଷ ବୃଦ୍ଧି ପାଇବ। ସ୍ବାଦିଷ୍ଠ ଭୋଜନ ପ୍ରାପ୍ତି ହେବ। ଗୁରୁ, ଶୁକ୍ର, ଶନିବାରରେ ଭବିଷ୍ୟତ ଯୋଜନା ଫଳପ୍ରଦ ହେବ। ବ୍ୟବସାୟିକ ପୁଞ୍ଜିନିବେଶ କରି ସଫଳ ହେବେ।

ତୁଳା: ରବି,ସୋମବାରରେ ଉଚ୍ଚ ସମ୍ମାନର ଅଧିକାରୀ ହେବେ।  ପ୍ରଶାସନିକ ଦାୟିତ୍ବବୋଧ ରହିବ। ମଙ୍ଗଳ,ବୁଧବାରରେ ବନ୍ଧୁ ମନାନ୍ତର ହୋଇପାରେ। ଗୁରୁ,ଶୁକ୍ର,ଶନିବାରରେ ଶତ୍ରୁମାନଙ୍କର କୂଟଚକ୍ରାନ୍ତର ଶିକାର ହୋଇପାରନ୍ତି।  କଠିନ ପରିଶ୍ରମର ଫଳପ୍ରାପ୍ତି ହେବ।  ବ୍ୟବସାୟ ଲାଭଜନକ ରହିବ।

ବିଛା: ରବି,ସୋମବାରରେ  ବିଭିନ୍ନ ଦିଗରୁ ଅର୍ଥପ୍ରାପ୍ତି।  ପଡ଼ୋଶୀଙ୍କ ସହଯୋଗ ପାଇବେ। ମଙ୍ଗଳ,ବୁଧବାରରେ ସମାଜରେ ପ୍ରତିଷ୍ଠା ବୃଦ୍ଧି ପାଇବ। ଭାଇଭଉଣୀଙ୍କ ସହଯୋଗ ପାଇବେ। ଗୁରୁ, ଶୁକ୍ର, ଶନିବାରରେ ଆତ୍ମବିଶ୍ବାସର ଅଭାବ ଦେଖାଦେବ।  ବ୍ୟବସାୟୀମାନେ ଦୂରଯାତ୍ର କରିପାରନ୍ତି। ବିଦ୍ୟାର୍ଥୀ ଅସ୍ଥିରମନା ହେବେ। 

ଧନୁ: ରବି,ସୋମବାରରେ ସୁସ୍ବାଦୁ ଭୋଜନ ପାଇବେ। ବସ୍ତ୍ରାଦି ଆଭୂଷଣ ସୁଖ ରହିଛି। ବନ୍ଧୁ ସହଯୋଗ  ପାଇ ଆଗକୁ ବଢ଼ିବେ। ମଙ୍ଗଳ,ବୁଧବାରରେ  ବିରୋଧାଭାସ ମନୋବୃତ୍ତି ରଖି କଷ୍ଟ ପାଇବେ।  ଅର୍ଥାଭାବ ଦେଖାଦେଇପାରେ । ଗୁରୁ,ଶୁକ୍ର, ଶନିବାରରେ  ଛାତ୍ରଛାତ୍ରୀ ଦୃଢ଼ମନା  ହେବେ।  

ମକର: ରବି,ସୋମବାରରେ ପରିବାର ସହ ସୁଖଶାନ୍ତିରେ ରହିବେ। ମଙ୍ଗଳ, ବୁଧବାରରେ କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି।  ଆର୍ଥିକ ଯୋଜନା କାର୍ଯ୍ୟକାରୀ ହେବ। ଗୁରୁ, ଶୁକ୍ର, ଶନିବାରରେ ଉଚ୍ଚଆଶା ସଫଳ ହେବ। ବ୍ୟବସାୟିକ ଆୟ ବୃଦ୍ଧି ହେବ। 

କୁମ୍ଭ:  ରବି,ସୋମବାରରେ ଆଶା ମୁତାବକ ଫଳ ପାଇବେ। ମଙ୍ଗଳ,ବୁଧବାରରେ ସାଙ୍ଗସାଥୀଙ୍କ ସହ ଦୂରଯାତ୍ରା କରିପାରନ୍ତି। କର୍ମକ୍ଷେତ୍ରରେ ସୁଚାରୁ ରୂପରେ କାର୍ଯ୍ୟ କରି ସୁନାମ ପାଇବେ। ଗୁରୁ, ଶୁକ୍ର, ଶନିବାରରେ ଦାମ୍ପତ୍ୟ ଜୀବନରେ ସୁଖସନ୍ତୋଷ ବୃଦ୍ଧି। ବ୍ୟବସାୟ ସନ୍ତୋଷଜନକ ରହିବ।

ମୀନ: ରବି,ସୋମବାରରେ ଅଯଥାରେ ବ୍ୟୟ ବହୁଳତାରେ ପଡ଼ିଯାଇପାରନ୍ତି। ମହିଳାମାନେ ହତାଦର ହୋଇପାରନ୍ତି। ମଙ୍ଗଳ, ବୁଧବାରରେ ହର୍ଷୋଲ୍ଲାସ ଓ ଭ୍ରମଣଯୋଗ ରହିଛି। ଗୁରୁ, ଶୁକ୍ର, ଶନିବାରରେ ଛାତ୍ରଛାତ୍ରୀମାନେ କ୍ୟାରିୟର ପାଇଁ ଚିନ୍ତିତ ରହିପାରନ୍ତି। କାର୍ଯ୍ୟରେ ବାଧା ଉପୁଜିପାରେ।  ଗୁରୁଜନଙ୍କ ପରାମର୍ଶ କ୍ରମେ କାର୍ଯ୍ୟ କରନ୍ତୁ।

Join Us @ WhatsApp

About The Author

Google News
Join Us @ WhatsApp

ରାଶିଫଳ