ସହି ପାରିଲାନି ମାଆର ରୋଗ ଯନ୍ତ୍ରଣାର ଦୁଃଖ, କେନାଲକୁ ଡେଇଁ ଜୀବନ ହାରିଲା ପୁଅ...

Deviprasad Mohanty Picture
Published On

ସମ୍ୱଲପୁର: ସମାଜରେ ବାପା ମାଆ ପ୍ରତି ପୁଅର ନିର୍ଯାତନା ସବୁବେଳେ ଦେଖିବାକୁ ମିଳିଥାଏ।  ସମ୍ବଲପୁର ବୁର୍ଲାରେ ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି। ଜଣେ ପୁଅ ତା ରୋଗୀଣି ମା’ର ଦୁଃଖ ସହି ନ ପାରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ୍ୟ ପୂର୍ବରୁ ମାଆଙ୍କ ମୋବାଇଲକୁ ଶେଷ ମେସେଜ ମଧ୍ୟ ପଠାଇଛି। ଭିମସାରରେ ଚିକିତ୍ସିତ ହେଉଥିବା କୀଡନି ଖରାପ ରୋଗରେ ପୀଡିତ ମା'ଙ୍କ ଯନ୍ତ୍ରଣା ଦେଖି ଅସହ୍ୟ ହୋଇ ପଡ଼ିଛି ୨୨ ବର୍ଷର ପୁଅ ସୌରଭ ସମ୍ବିତ ତ୍ରିପାଠୀ। ଶେଷରେ ବୁର୍ଲା ପାଓ୍ବାର କେନାଲରେ ଡେଇଁ ଜୀବନ ହାରିଛି ପୁଅ ସୌରଭ ସମ୍ୱିତ ତ୍ରିପାଠୀ। ଯୁବକ ଜଣକ ବଲାଙ୍ଗିର ଜିଲ୍ଲା ମହାଲକ୍ଷ୍ମୀନଗରପଡାର ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

ସୂଚନା ଅନୁଯାୟୀ, ତାଙ୍କ ମା' ଗତ କିଛି ମାସ ଧରି କିଡନି ରୋଗରେ ଆକ୍ରାନ୍ତ ହୋଇ ବୁର୍ଲା ଭିମସାରରେ ଚିକିତ୍ସାଧୀନ ହେଉଛନ୍ତି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି। ପୁଅ ସୌରଭ ସବୁବେଳେ ମା'ଙ୍କ ପାଖରେ ରହି ସେବା କରୁଥିଲେ।କିଛି ଦିନି ତଳେ ଡାକ୍ତର ମାଆଙ୍କ ଦେହ ଭଲ ନଥିବା କହିଥିଲେ। ଏଥିପାଇଁ ସବୁ ବେଳେ ସେ ଚିନ୍ତାଗ୍ରସ୍ତ ରହୁଥିଲେ। ଗତ ୨୨ତାରିଖ  ସନ୍ଧ୍ୟା ସମୟରେ, ସେ ହଠାତ୍‌ ହସ୍ପିଟାଲରୁ ନିଖୋଜ ହୋଇଯାଇଥିଲେ। ପରିବାରଲୋକେ ଖୋଜାଖୋଜି କରିବା ପରେ ବି କୌଣସି ପତ୍ତା ପାଇନଥିଲେ। କିନ୍ତୁ ତାଙ୍କ ମୋବାଇଲ ଫୋନରେ ଏକ ମେସେଜ ଆସିଥିଲା। ଯାହାକୁ ପଢି ମା' ମୁହଁରେ ଲୁହ ଝରି ପଡିଛି।

ଆହୁରି ପଢ଼ନ୍ତୁ: କଲେଜ ହଷ୍ଟେଲରୁ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ମେସେଜରେ ଲେଖାଥିଲା, ‘ମା’ ମୁଁ ତମ ଦୁଃଖ ସହିପାରୁନି, ତେଣୁ କେନାଲରୁ ଡେଇଁ ଆତ୍ମହତ୍ୟା କରିବି’। ପରିବାର ସହ ସମଗ୍ର ୱାର୍ଡରେ ଏହି ଘଟଣା ଏକ ଦୁଃଖଦ ପରିବେଶ ସୃଷ୍ଟି କରିଛି। ଶେଷରେ ପରିବାର ପକ୍ଷରୁ ବୁର୍ଲା  ଥାନାରେ ଯୁବକ ନିଖୋଜ ଥିବା ନେଇ ଲିଖିତ ଅଭିଯୋଗ କରାଯାଇଥିଲା। ବୁର୍ଲା ପୁଲିସ ବର୍ତ୍ତମାନ ବୁର୍ଲା ପାୱାର କେନାଲ ଓ ନିକଟସ୍ଥ ଅଞ୍ଚଳରେ ସୌରଭଙ୍କ ସନ୍ଧାନ ଜାରି ରଖିଥିଲା। ଶୁକ୍ରବାର ସକାଳୁ ପୁଲିସ ଏବଂ ବୁର୍ଲା ଅଗ୍ନିଶମ ବାହିନୀ ବୋଟରେ ସହରର ବିଷ୍ଣୁ ମନ୍ଦିର ପଡା ଘାଟରୁ ପାୱାର କେନାଲରେ ନିଖୋଜ ଯୁବକକୁ ଖୋଜାଖୋଜି କରିଥିଲେ। କିନ୍ତୁ ନିଖୋଜ ଯୁବକର କୌଣସି ସନ୍ଧାନ ମିଳିପାରି ନ ଥିଲା। ଶେଷରେ ଆଜି ସକାଳୁ ସକାଳୁ ସୌରଭଙ୍କ ମୃତଦେହ ଚିପିଲିମା କେନାଲରୁ ଉଦ୍ଧାର କରାଯାଇଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ବ୍ରାହ୍ମଣୀ ବ୍ରିଜ୍‌ ଉପରେ କାର୍ ରଖି ନଦୀକୁ ଡେଇଁଲେ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର