ଜଣାଶୁଣା ବଲିଉଡ ଗାୟକ ଜୁବିନଙ୍କୁ ବିଷ ଦେଇଛନ୍ତି ମ୍ୟାନେଜର! ହତ୍ୟାକୁ ଦୁର୍ଘଟଣାର ରୂପ ଦେବାକୁ ହୋଇଛି ଷଡ଼ଯନ୍ତ୍ର

Satyajeet Sahoo Picture
Published On

ନୂଆଦିଲ୍ଲୀ :  ଜଣାଶୁଣା ବଲିଉଡ ଓ  ଆସାମ ଗାୟକ ଜୁବିନ ଗର୍ଗଙ୍କ ମୃତ୍ୟୁ ମାମଲା ନୂଆ ମୋଡ଼ ନେଇଛି। ଏହି ମାମଲାରେ ଜୁବିନଙ୍କ ବ୍ୟାଣ୍ଡମେଟ୍‌ ତଥା ସାଥି ଗାୟକ ଶେଖର ଜ୍ୟୋତି ଗୋସ୍ୱାମୀ ଚକିତ ଭଲା ଭଳି ମନ୍ତବ୍ୟ ଦେଇଛନ୍ତି। ଜୁବିନଙ୍କ ମ୍ୟାନେଜର ସିଦ୍ଧାର୍ଥ ଶର୍ମା ଓ ଇଭେଣ୍ଟ ଆୟୋଜକ ଶ୍ୟାମକାନୁ ମହନ୍ତ ତାଙ୍କୁ ବିଷ ଦେଇଛନ୍ତି ବୋଲି ଶେଖର ସ୍ପେଶାଲ ଇନ୍‌ଭେଷ୍ଟିଗେସନ ଟିମ୍‌ (ଏସ୍‌ଆଇଟି)କୁ କହିଛି। ଏହି ଦୁଇଜଣ ହତ୍ୟାକୁ ଦୁର୍ଘଟଣାର ରୂପ ଦେବାକୁ ଷଡ଼ଯନ୍ତ୍ର କରିଛନ୍ତି ବୋଲି ସେ ଦାବି କରିଛି।

ଆହୁରି ପଢ଼ନ୍ତୁ: ପୁଲିସ କବଜାରେ ରିକଭରି ଏଜେଣ୍ଟ, ମହଙ୍ଗା ପଡ଼ିଲା ଗାଡ଼ି ଭିଡ଼ିନେବା ...

ସିଙ୍ଗାପୁରର ପାନ୍‌ ପାସିଫିକ୍‌ ହୋଟେଲରେ ମ୍ୟାନେଜର ସିଦ୍ଧାର୍ଥ ସେମାନଙ୍କ ସହ ରହୁଥିଲେ ଓ ଜୁବିନଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ଆଚରଣ ସନ୍ଦେହଜନକ ଥିଲା ବୋଲି ସେ କହିଛି। ସିଦ୍ଧାର୍ଥ ସମୁଦ୍ର ମଝିରେ ବୋଟ୍‌ର ଚାଳକଙ୍କୁ ହଟାଇ ନୟନ୍ତ୍ରଣ ହାତକୁ ନେଇଥିଲେ। ଜୁବିନ ସମୁଦ୍ରକୁ ଭିତରକୁ ଯିବା ପରେ ଅଣନିଶ୍ୱାସୀ ହେବା ଭଳି ଲାଗୁଥିଲା। ଏହା ସତ୍ତ୍ବେ ସିଦ୍ଧାର୍ଥ ଜୁବିନଙ୍କୁ ଯିବାକୁ ଦିଅ, ଯିବାକୁ ଦିଅ ବୋଲି କହିଥିଲେ ବୋଲି ଶେଖର କହିଛି। ତେଣୁ ଏହା ଆଦୌ ଦୁର୍ଘଟଣା ନଥିଲା ବୋଲି ସେ କହିଛି। ଉଲ୍ଲେଖଥାଉ କି, ସିଙ୍ଗାପୁରରେ ସେପ୍ଟେମ୍ବର ୧୯ରେ ଜୁବିନ ସ୍କୁବା ଡାଇଭିଂ କରିବା ବେଳେ ମୃତ୍ୟୁବରଣ କରିଥିଲେ। ୨୦ ତାରିଖରେ ସିଙ୍ଗାପୁରରେ ହେବାକୁ ଥିବା ନର୍ଥ ଇଷ୍ଟ ଇଣ୍ଡିଆ ଫେଷ୍ଟିଭାଲରେ ସଂଗୀତ ପରିବେଷଣ କରିଥାନ୍ତେ। କିନ୍ତୁ ଜୁବିନ ଇଭେଣ୍ଟ ପୂର୍ବରୁ ୱାଟର ଆଡଭାନଚର ଆକ୍ଟିଭିଟିରେ ଭାଗ ନେଇଥିଲେ। ଜୁବିନଙ୍କୁ ଭଲଭାବେ ପହଁରା ଜଣାଥିଲା।

ତେଣୁ ସେ ପାଣିରେ ବୁଡ଼ି ମୃତ୍ୟୁବରଣ କରିନାହାନ୍ତି ବୋଲି ଶେଖର ଦାବି କରିଛି। ଆସାମ ସରକାର ଖୁବଶୀଘ୍ର ଜୁବିନଙ୍କ ମୃତ୍ୟୁର ତଦନ୍ତ ପାଇଁ ବିଚାରବିଭାଗୀୟ କମିଟି ଗଠନ କରିବେ ବୋଲି କହିଛନ୍ତି। ମୃତଦେହକୁ ଦୁଇଥର ବ୍ୟବଚ୍ଛେଦ କରାଯାଇଥିଲା। ୫୧ ବର୍ଷୀୟ ଜୁବିନ ତାଙ୍କ  କ୍ୟାରିଅରରେ ୪୦ଟି ଭାଷାରେ ମୋଟ୍‌ ୩୮ ହଜାର ଗୀତ ଗାଇଛନ୍ତି। ଜୁବିନଙ୍କ ମୃତ୍ୟୁ ନେଇ ଏପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟରେ ୧୦ ଜଣ ଲୋକଙ୍କ ବିରୋଦରେ ୬୦ଟି ଏଫ୍‌ଆଇଆର ଦାଏର କରାଯାଇଛି ବୋଲି ଏସ୍‌ଆଇଟି କହିଛି।

Join Us @ WhatsApp

About The Author

Google News
Join Us @ WhatsApp