ଚାଟ୍‌ଜିପିଟି ବ୍ୟବହାର କରିବାରେ ପୁରୁଷଙ୍କ ତୁଳନାରେ ମହିଳାମାନେ ଆଗରେ

Madhusudan Das Picture
Published On

ସାଧାରଣତଃ ମହିଳାଙ୍କ ତୁଳନାରେ ପୁରୁଷମାନେ ଟେକ୍ନୋଲୋଜି କ୍ଷେତ୍ରରେ ଆଗୁଆ ଥାନ୍ତି। ଓପନ ଏଆଇର ରିପୋର୍ଟ ଅନୁସାରେ, ଚାଟ୍‌ଜିପିଟି ବ୍ୟବହାର କରିବାରେ ପୁରୁଷଙ୍କ ତୁଳନାରେ ମହିଳାମାନେ ଆଗରେ ଅଛନ୍ତି। ଓପନ ଏଆଇ ନାଁକୁ ବିଶ୍ଲେଷଣ କରି ଲିଙ୍ଗ ଆଧାରରେ ଏକଥା ଜାଣିଛି। ଜୁନ୍ ତଥ୍ୟରୁ ଜଣାପଡ଼ିଛି, ଚାଟ୍‌ଜିପିଟି ବ୍ୟବହାର କରିବାରେ ମହିଳାମାନେ ପୁରୁଷଙ୍କୁ ପଛରେ ପକାଇ ଦେଇଛନ୍ତି। ଏଥିରୁ ଏଆଇ ବ୍ୟବହାର କରିବା ଏବେ ସମସ୍ତେ ଆରମ୍ଭ କରିଦେଲେଣି ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି।  ତା’ସହ ଏହା ଶିକ୍ଷା, ସ୍ବାସ୍ଥ୍ୟ ଏବଂ ମ୍ୟାନେଜମେଣ୍ଟରେ ଲୋକଙ୍କ କାର୍ଯ୍ୟଦକ୍ଷତା ମଧ୍ୟ ବୃଦ୍ଧି  କରିଛି ବୋଲି ଜଣାପଡ଼ିଛି।  ୨୦୨୨ ମସିହା ନଭେମ୍ବରରୁ ଚାଟ୍‌ଜିପିଟି ଲଞ୍ଚ ହେବା ପରଠୁ ଏହାକୁ ୭୦ରୁ କୋଟିରୁ ଅଧିକ ଲୋକ ବ୍ୟବହାର କରୁଛନ୍ତି। 

ଆହୁରି ପଢ଼ନ୍ତୁ: ହୋଲି ପାଇଁ ବ୍ୟବହାର ହେଉଥିବା ‘ଫଗୁ’ ବା ରଙ୍ଗ କିପରି ପ୍ରସ୍ତୁତ ହୁଏ? ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ବିଶ୍ବରେ ପ୍ରତି ୧୦ ଜଣରେ ଜଣେ ବୟସ୍କ ଏଆଇ ବ୍ୟବହାର କରୁଛନ୍ତି। ଓପନ ଏଆଇ, ହାଭାର୍ଡ ବିଶ୍ୱବିଦ୍ୟାଳୟ ଏବଂ ଡ୍ୟୁକ୍ ବିଶ୍ୱବିଦ୍ୟାଳୟର ଗବେଷଣା ଅନୁଯାୟୀ, ପ୍ରତି ସେକେଣ୍ଡରେ ପ୍ରାୟ ୨୯ ହଜାର ମେସେଜ ଚାଟ୍‌ଜିପିଟିକୁ ପ୍ରେରଣ କରାଯାଏ। ଏହା ଏଆଇର ଲୋକପ୍ରିୟତାକୁ ଦେଖାଉଛି।  ତେବେ ଲୋକେ  ଇ-ମେଲ୍‌ ଏବଂ ଆର୍ଟିକିଲ ଲେଖିବା ପାଇଁ ୪୦% ଚାଟ୍‌ଜିପିଟିର ବ୍ୟବହାର କରିଥାନ୍ତି। ଏହାସହ ପରାମର୍ଶ ଓ ମାର୍ଗଦର୍ଶନ ଲାଗି ୨୯ ପ୍ରତିଶତ ଏବଂ ତଥ୍ୟ ସନ୍ଧାନ ପାଇଁ ୨୪ ପ୍ରତିଶତ ଲୋକ ଏହାକୁ ବ୍ୟବହାର କରୁଛନ୍ତି। ଏହାବାଦ୍ ଟେକ୍ନିକାଲ ଏବଂ ପୋଗ୍ରାମିଂ ମେସେଜ୍‌ କେବଳ ୪.୨ ପ୍ରତିଶତ ଅଛି। ୧.୯ ପ୍ରତିଶତ ବ୍ୟବହାରକାରୀ ଚାଟ୍‌ଜିପିଟିରେ ସମ୍ପର୍କ ଏବଂ ଭାବନା ବିଷୟରେ ଆଲୋଚନା କରନ୍ତି  ଏବଂ ୦.୪ ପ୍ରତିଶତ  ବ୍ୟବହାରକାରୀ ଗେମିଂ ବିଷୟଗୁଡ଼ିକୁ ପସନ୍ଦ କରନ୍ତି। ଜୁଲାଇ ୨୦୨୫ ସୁଦ୍ଧା ମହିଳାମାନେ ଚାଟ୍‌ଜିପିଟି ଅଧିକ ବ୍ୟବହାର କରିଥିବା ଜଣାପଡ଼ିଛି। ଚାଟ୍‌ଜିପିଟିର ସର୍ବାଧିକ ସକ୍ରିୟ ବ୍ୟବହାରକାରୀଙ୍କ ମଧ୍ୟରୁ କେବଳ ୪୬ ପ୍ରତିଶତ ୧୮ ରୁ ୨୫ ବର୍ଷ ବୟସର ଅଛନ୍ତି। ସେହିପରି ଏଆଇର ଲୋକପ୍ରିୟତା ନିମ୍ନ ଧରଣର ଆୟ ଏବଂ ମଧ୍ୟମ ଧରଣର ଆୟ ଦେଶଗୁଡ଼ିକରେ ଦ୍ରୁତ ଗତିରେ ବୃଦ୍ଧି ପାଇଛି।

ଆହୁରି ପଢ଼ନ୍ତୁ: ୨୦୨୬ ଫେବୃଆରୀରୁ ବଦଳିବ ଏହି ୪ ରାଶିର ଭାଗ୍ୟ: ମିଳିବ ପ୍ରଚୁର ଧନ ଓ ସଫଳତା

26 Oct 2025 By Madhusudan Das

ଚାଟ୍‌ଜିପିଟି ବ୍ୟବହାର କରିବାରେ ପୁରୁଷଙ୍କ ତୁଳନାରେ ମହିଳାମାନେ ଆଗରେ

ସାଧାରଣତଃ ମହିଳାଙ୍କ ତୁଳନାରେ ପୁରୁଷମାନେ ଟେକ୍ନୋଲୋଜି କ୍ଷେତ୍ରରେ ଆଗୁଆ ଥାନ୍ତି। ଓପନ ଏଆଇର ରିପୋର୍ଟ ଅନୁସାରେ, ଚାଟ୍‌ଜିପିଟି ବ୍ୟବହାର କରିବାରେ ପୁରୁଷଙ୍କ ତୁଳନାରେ ମହିଳାମାନେ ଆଗରେ ଅଛନ୍ତି। ଓପନ ଏଆଇ ନାଁକୁ ବିଶ୍ଲେଷଣ କରି ଲିଙ୍ଗ ଆଧାରରେ ଏକଥା ଜାଣିଛି। ଜୁନ୍ ତଥ୍ୟରୁ ଜଣାପଡ଼ିଛି, ଚାଟ୍‌ଜିପିଟି ବ୍ୟବହାର କରିବାରେ ମହିଳାମାନେ ପୁରୁଷଙ୍କୁ ପଛରେ ପକାଇ ଦେଇଛନ୍ତି। ଏଥିରୁ ଏଆଇ ବ୍ୟବହାର କରିବା ଏବେ ସମସ୍ତେ ଆରମ୍ଭ କରିଦେଲେଣି ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି।  ତା’ସହ ଏହା ଶିକ୍ଷା, ସ୍ବାସ୍ଥ୍ୟ ଏବଂ ମ୍ୟାନେଜମେଣ୍ଟରେ ଲୋକଙ୍କ କାର୍ଯ୍ୟଦକ୍ଷତା ମଧ୍ୟ ବୃଦ୍ଧି  କରିଛି ବୋଲି ଜଣାପଡ଼ିଛି।  ୨୦୨୨ ମସିହା ନଭେମ୍ବରରୁ ଚାଟ୍‌ଜିପିଟି ଲଞ୍ଚ ହେବା ପରଠୁ ଏହାକୁ ୭୦ରୁ କୋଟିରୁ ଅଧିକ ଲୋକ ବ୍ୟବହାର କରୁଛନ୍ତି। 

ବିଶ୍ବରେ ପ୍ରତି ୧୦ ଜଣରେ ଜଣେ ବୟସ୍କ ଏଆଇ ବ୍ୟବହାର କରୁଛନ୍ତି। ଓପନ ଏଆଇ, ହାଭାର୍ଡ ବିଶ୍ୱବିଦ୍ୟାଳୟ ଏବଂ ଡ୍ୟୁକ୍ ବିଶ୍ୱବିଦ୍ୟାଳୟର ଗବେଷଣା ଅନୁଯାୟୀ, ପ୍ରତି ସେକେଣ୍ଡରେ ପ୍ରାୟ ୨୯ ହଜାର ମେସେଜ ଚାଟ୍‌ଜିପିଟିକୁ ପ୍ରେରଣ କରାଯାଏ। ଏହା ଏଆଇର ଲୋକପ୍ରିୟତାକୁ ଦେଖାଉଛି।  ତେବେ ଲୋକେ  ଇ-ମେଲ୍‌ ଏବଂ ଆର୍ଟିକିଲ ଲେଖିବା ପାଇଁ ୪୦% ଚାଟ୍‌ଜିପିଟିର ବ୍ୟବହାର କରିଥାନ୍ତି। ଏହାସହ ପରାମର୍ଶ ଓ ମାର୍ଗଦର୍ଶନ ଲାଗି ୨୯ ପ୍ରତିଶତ ଏବଂ ତଥ୍ୟ ସନ୍ଧାନ ପାଇଁ ୨୪ ପ୍ରତିଶତ ଲୋକ ଏହାକୁ ବ୍ୟବହାର କରୁଛନ୍ତି। ଏହାବାଦ୍ ଟେକ୍ନିକାଲ ଏବଂ ପୋଗ୍ରାମିଂ ମେସେଜ୍‌ କେବଳ ୪.୨ ପ୍ରତିଶତ ଅଛି। ୧.୯ ପ୍ରତିଶତ ବ୍ୟବହାରକାରୀ ଚାଟ୍‌ଜିପିଟିରେ ସମ୍ପର୍କ ଏବଂ ଭାବନା ବିଷୟରେ ଆଲୋଚନା କରନ୍ତି  ଏବଂ ୦.୪ ପ୍ରତିଶତ  ବ୍ୟବହାରକାରୀ ଗେମିଂ ବିଷୟଗୁଡ଼ିକୁ ପସନ୍ଦ କରନ୍ତି। ଜୁଲାଇ ୨୦୨୫ ସୁଦ୍ଧା ମହିଳାମାନେ ଚାଟ୍‌ଜିପିଟି ଅଧିକ ବ୍ୟବହାର କରିଥିବା ଜଣାପଡ଼ିଛି। ଚାଟ୍‌ଜିପିଟିର ସର୍ବାଧିକ ସକ୍ରିୟ ବ୍ୟବହାରକାରୀଙ୍କ ମଧ୍ୟରୁ କେବଳ ୪୬ ପ୍ରତିଶତ ୧୮ ରୁ ୨୫ ବର୍ଷ ବୟସର ଅଛନ୍ତି। ସେହିପରି ଏଆଇର ଲୋକପ୍ରିୟତା ନିମ୍ନ ଧରଣର ଆୟ ଏବଂ ମଧ୍ୟମ ଧରଣର ଆୟ ଦେଶଗୁଡ଼ିକରେ ଦ୍ରୁତ ଗତିରେ ବୃଦ୍ଧି ପାଇଛି।

https://www.thesakala.in/technology/women-are-more-likely-than-men-to-use-chatgpt/article-42834
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର