ଏମିତି ଚାଲିଛି ଆମ ସରକାର : ନ୍ୟାୟ ଦେଇନଥିବା ନେତାଏଁ କାଲି ରାତି ଅନିଦ୍ରା ହୋଇ ଶୋକବାର୍ତ୍ତା ଦେଉଥିଲେ……

The Sakala Picture
Published On

ଭୁବନେଶ୍ବର : ନ୍ୟାୟକୁ ଅପେକ୍ଷା କରି କରି ଶେଷରେ ସୌମ୍ୟାଶ୍ରୀ ଆରପାରିକୁ ଚାଲିଗଲା। ସଂଗ୍ରାମୀ ସୌମ୍ୟାଶ୍ରୀ ନ୍ୟାୟ ପାଇଁ କଲେଜ,ପ୍ରଶାସନ ଓ ସରକାରଙ୍କ ପାଖରେ ଗୁହାରି କଲା। ଏପରିକି ନିଜେ ଯାଇ ବାଲେଶ୍ବର ସାଂସଦଙ୍କୁ ଭେଟିଲା। ହେଲେ ପାଇଲା କ’ଣ। ତା ସମସ୍ୟାର ସମାଧାନ ହେଲାନି କି ତାକୁ ନ୍ୟାୟ ମିଳିଲାନି। ଶେଷରେ ନିରାଶ ହୋଇ କଲେଜ ଅଧ୍ୟକ୍ଷଙ୍କ ଅଫିସ ଆଗରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିଲା। ଆଉ ଏହାପରେ […]

ଭୁବନେଶ୍ବର : ନ୍ୟାୟକୁ ଅପେକ୍ଷା କରି କରି ଶେଷରେ ସୌମ୍ୟାଶ୍ରୀ ଆରପାରିକୁ ଚାଲିଗଲା। ସଂଗ୍ରାମୀ ସୌମ୍ୟାଶ୍ରୀ ନ୍ୟାୟ ପାଇଁ କଲେଜ,ପ୍ରଶାସନ ଓ ସରକାରଙ୍କ ପାଖରେ ଗୁହାରି କଲା। ଏପରିକି ନିଜେ ଯାଇ ବାଲେଶ୍ବର ସାଂସଦଙ୍କୁ ଭେଟିଲା। ହେଲେ ପାଇଲା କ’ଣ। ତା ସମସ୍ୟାର ସମାଧାନ ହେଲାନି କି ତାକୁ ନ୍ୟାୟ ମିଳିଲାନି। ଶେଷରେ ନିରାଶ ହୋଇ କଲେଜ ଅଧ୍ୟକ୍ଷଙ୍କ ଅଫିସ ଆଗରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିଲା। ଆଉ ଏହାପରେ ଚିକିତ୍ସା ପାଇଁ ସୌମ୍ୟାଶ୍ରୀଙ୍କୁ ବାଲେଶ୍ବର ଓ ପରେ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର କରାଗଲା। ଏମ୍‌ସରେ ଜୀବନ ସହ ସଂଗ୍ରାମ କରି ଶେଷରେ ସୋମବାର ବିଳମ୍ବିତ ରାତ୍ରୀରେ ସୌମ୍ୟାଶ୍ରୀ ଆରପାରିକୁ ଚାଲିଗଲା।

ଆହୁରି ପଢ଼ନ୍ତୁ: କଲେଜ ନିର୍ବାଚନ ପ୍ରସଙ୍ଗରେ ସରକାରଙ୍କୁ ଘେରିଲା ବିଜେଡି: ଏବିଭିପି ଛାତ୍ର ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଭିଭାଷଣକୁ ନେଇ ଟାର୍ଗେଟ

ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଗତକାଲି ରାତି ୧୧.୪୬ରେ ହୋଇଥିବା ଭୁବନେଶ୍ବର ଏମ୍‌ସ ପକ୍ଷରୁ ସୂଚନା ଦିଆଯାଇଥିଲା। ଆଉ ଏହାପରେ ବିଳମ୍ବିତ ରାତିରେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ରାଜ୍ୟର ନେତାମାନେ ଶୋକବାର୍ତ୍ତା ଦେବା ଆରମ୍ଭ କରିଥିଲେ। ଲାଗୁଥିଲା ଯେମିତି ରାତି ଅନିଦ୍ରା ହୋଇ ନେତାଏଁ ଚାହିଁ ବସିିଥିଲେ ସମବେଦନା ଜଣାଇବା ପାଇଁ, ହେଲେ ଯଦି ଏହି ନେତାମାନେ ସୌମ୍ୟାଶ୍ରୀ ନ୍ୟାୟ ପାଇଁ ‘ଏକ୍ସ’ରେ ସେମାନଙ୍କୁ ଟ୍ୟାଗ୍‌ କରିି କରିଥିବା ‘ଏକ୍ସ’ ପୋଷ୍ଟ ଉପରେ ଧ୍ୟାନ ଦେଇଥାନ୍ତେ ,ତାହାଲେ ଆଜି ଝିଅଟି ବଞ୍ଚିଯାଇଥାନ୍ତା। 

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା: ନଭେମ୍ବର ୨୧ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଆହୁରି ପଢ଼ନ୍ତୁ: କେନ୍ଦୁଝରରେ ହଜାର ହଜାର ଆଦିବାସୀଙ୍କ ଗର୍ଜନ: ନିଜ ସମ୍ପ୍ରଦାୟର ସମ୍ମାନ ଓ ଅଧିକାରର ସୁରକ୍ଷା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଶିକ୍ଷକ ଶିକ୍ଷା (ଇଣ୍ଟିଗ୍ରେଟେଡ୍‌ ବିଏଡ୍‌) ବିଭାଗର ଦ୍ୱିତୀୟ ବର୍ଷର ଛାତ୍ରୀ ତଥା ଏବିଭିପି ନେତ୍ରୀ ସୁଶ୍ରୀ ସୌମ୍ୟାଶ୍ରୀ ବିଶି, ମହାବିଦ୍ୟାଳୟର ଏଜୁକେସନ୍‌ ବିଭାଗର ଏଚ୍‌ଓଡି ସମୀର କୁମାର ସାହୁଙ୍କ ନାଁରେ ଦୁର୍ବ୍ୟବହାର ଓ ମାନସିକ ନିର୍ଯାତନାର ଅଭିଯୋଗ ଆଣିଥିଲେ। ୬ମାସ ତଳେ ଅଧ୍ୟାପକଜଣଙ୍କ ଛାତ୍ରୀଙ୍କଠାରୁ ଶାରୀରିକ ପ୍ରାପ୍ୟ ଆଶା କରିଥିଲେ। ‘ମୋତେ ଟିକେ ଫେଭର୍‌ କର, ମୁଁ ତୁମର ସବୁ କଥା ବୁଝିଦେବି’। ଛାତ୍ରୀଜଣଙ୍କୁ ଏପରି କହୁଥିଲେ ଏଚ୍‌ଓଡି ସମୀର କୁମାର ସାହୁ। ମାତ୍ର ଛାତ୍ରୀଜଣଙ୍କ ଅଧ୍ୟାପକଙ୍କ ପ୍ରସ୍ତାବରେ ରାଜି ନହେବାରୁ ଶ୍ରୀ ସାହୁ ତାଙ୍କୁ ପ୍ରଥମେ କ୍ଲାସ୍‌ରେ ଅନୁପସ୍ଥିିତିକୁ କେନ୍ଦ୍ର କରି ଫେଲ୍‌ କରିଦେବାର ଧମକ ଦେଇଥିଲେ ଏବଂ ତାଙ୍କର ବ୍ୟକ୍ତିଗତ ଜୀବନର କିଛି ଘଟଣାବଳୀକୁ ତାଙ୍କ ପିତାମାତାଙ୍କୁ ଫୋନ୍ କରି ଜଣାଇଥିଲେ। ଛାତ୍ରୀଜଣଙ୍କ ଆତ୍ମରକ୍ଷା ପ୍ରଶିକ୍ଷଣରେ ଜଣେ ତାଲିମପ୍ରାପ୍ତ ଟ୍ରେନର୍‌। ସରକାରୀ ପ୍ରଶିକ୍ଷଣ ଶିବିର କାରଣରୁ ବହୁ ସମୟରେ କଲେଜରେ ଅନୁପସ୍ଥିତ ରୁହନ୍ତି। ଏହି ସୁଯୋଗର ଫାଇଦା ନେଇ ବାରମ୍ବାର ଛାତ୍ରୀଜଣଙ୍କୁ ଅଧ୍ୟାପକ ଶ୍ରୀ ସାହୁ ଅପମାନିତ କରିବା ସହ ଦୀର୍ଘ ମାସ ଧରି ନିର୍ଯାତନା ଦେଇଆସୁଥିଲେ। ଏ ସଂପର୍କରେ ସୌମ୍ୟାଶ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷଙ୍କ ପାଖରେ ଅଭିଯୋଗ କରିଥିଲେ।

ଏହାପରେ ସେ ସୋସିଆଲ ମିଡିଆ ‘ଏକ୍ସ’ରେ ଜୁଲାଇ ୧ ତାରିଖରୁ ତା’ଙ୍କ ଉପରେ ହେଉଥିବା ଅତ୍ୟାଚାରର ଅଭିଯୋଗ ପତ୍ର ସହ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରିଥିଲେ। ଏହି ପୋଷ୍ଟରେ ସେ  ରାଜ୍ୟର ମୁଖ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଶିକ୍ଷା ବିଭାଗ, ବାଲେଶ୍ବର ବିଧାୟକ ମାନସ ଦତ୍ତ, ଜାତୀୟ ମହିଳା କମିଶନ, ବାଲେଶ୍ବର ଜିଲ୍ଲାପାଳଙ୍କୁ ଟ୍ୟାଗ୍‌ କରିଥିଲେ । କିନ୍ତୁ ଜୁଲାଇ ୧ ରୁ ଜୁଲାଇ ୧୨ ପର୍ଯ୍ୟନ୍ତ ତାଙ୍କୁ କିଛି ଉତ୍ତର ମିଳିନଥିଲା। 

କେବଳ ସୌମ୍ୟାଶ୍ରୀ ନୁହେଁ ସୌମ୍ୟାଶ୍ରୀଙ୍କ ବନ୍ଧୁ ତଥା ସେହି କଲେଜର ଏବିଭିପିର ଆଉ ଜଣେ ଛାତ୍ରନେତା ଶୁଭ୍ରସମ୍ବିତ ନାୟକ ମଧ୍ୟ ସୋସିଆଲ ମିଡିଆ ‘ଏକ୍ସ’ରେ ସୌମ୍ୟାଶ୍ରୀଙ୍କ ଅଭିଯୋଗକୁ ପୋଷ୍ଟ କରି ରାଜ୍ୟର ମୁଖ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ସାଂସଦ ପ୍ରତାପ ଷଡଙ୍ଗୀ, ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଶିକ୍ଷା ବିଭାଗ, ବାଲେଶ୍ବର ବିଧାୟକ ମାନସ ଦତ୍ତ, ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଟ୍ୟାଗ୍‌ କରିଥିଲେ। କେବଳ ସେତିକି ନୁହେଁ ଜୁଲାଇ ୧ ତାରିଖରେ ରାଜ୍ୟର ପ୍ରମୁଖ ଖବର କାଗଜରେ ମଧ୍ୟ ଏହି ଖବର ପ୍ରକାଶ ପାଇଛି। ହେଲେ ପ୍ରଶାସନ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା।

ଏହାପରେ ସୌମ୍ୟାଶ୍ରୀ ଚୁପ୍‌ ବସିନଥିଲା କିଛି ବନ୍ଧୁଙ୍କ ସହ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କୁ ଭେଟି ଅଭିଯୋଗ ଜଣାଇଥିଲା। ସାଂସଦ ମଧ୍ୟ ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ କାର୍ଯ୍ୟାନୁଷ୍ଠାନ ନେବାକୁ କହିବା ସହ ବାଲେଶ୍ବର ଏସ୍‌ପିଙ୍କୁ ଜଣାଇ ଚୁପ୍‌ ରହିଯାଇଥିଲେ। ଶେଷରେ ଚାରିଆଡୁ ନ୍ୟାୟ ପାଇ ଦୌଡି ଦୌଡି ନିରାଶ ହେବା ପରେ ଜୁଲାଇ ୧୨ ତାରିଖରେ ପ୍ରିନ୍ସିପାଲଙ୍କ ଚାମ୍ବର ଆଗରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ ସୌମ୍ୟାଶ୍ରୀ । ୧୨ ତାରିଖ ସଞ୍ଜରେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଏମ୍ସ ସ୍ଥାନାନ୍ତର କରାଗଲା ଆଉ ୬୦ ଘଣ୍ଟାର ସଂଘର୍ଷ ପରେ ଶେଷରେ ୧୪ ତାରିଖ ରାତି ୧୧.୪୬ରେ ଆଖି ବୁଜିଲେ ସୌମ୍ୟାଶ୍ରୀ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର