କିଟ୍‍ ବିଶ୍ୱବିଦ୍ୟାଳୟ ଭାରତର ପ୍ରଥମ ‘କ୍ୟୁଏସ୍‍ ଫାଇଭ୍‍ ଷ୍ଟାର ରେଟେଡ୍‍’ ବିଶ୍ୱବିଦ୍ୟାଳୟ

The Sakala Picture
Published On

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟ ଭାରତର ପ୍ରଥମ ‘କ୍ୟୁଏସ୍‍ ଫାଇଭ୍‍ ଷ୍ଟାର ରେଟେଡ୍‍’ ବିଶ୍ୱବିଦ୍ୟାଳୟ । କ୍ୟୁଏସ୍‍ ୱାର୍ଲ୍ଡ ରାଙ୍କିଙ୍ଗରେ କିଟକୁ ସର୍ବୋଚ୍ଚ ସ୍ଥାନ ପ୍ରଦାନ କରାଯାଇଛି। ଏହି ରାଙ୍କିଙ୍ଗ ପ୍ରଦାନ କରାଯିବା ପରେ ମାନ୍ୟତା ପ୍ରାପ୍ତ ହୋଇଛି। କ୍ୟୁଏସ୍‍ ମାନଦଣ୍ଡର ସମସ୍ତ ବର୍ଗରେ କିଟକୁ ଫାଇଭ୍‍ ଷ୍ଟାର ପ୍ରଦାନ କରାଯାଇଛି । କ୍ୟୁଏସ୍‍ ୱାର୍ଲ୍ଡ ରାଙ୍କିଙ୍ଗରେ ବିଶ୍ୱର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଅନୁଷ୍ଠାନକୁ ବିଭିନ୍ନ ମାନଦଣ୍ଡରେ ମାନ୍ୟତା ପ୍ରଦାନ କରିଥାନ୍ତି। କ୍ୟୁଏସ୍‍ ୱାର୍ଲ୍ଡ ରାଙ୍କିଙ୍ଗ ‘ଷ୍ଟାର’ ମାନ୍ୟତା […]

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟ ଭାରତର ପ୍ରଥମ ‘କ୍ୟୁଏସ୍‍ ଫାଇଭ୍‍ ଷ୍ଟାର ରେଟେଡ୍‍’ ବିଶ୍ୱବିଦ୍ୟାଳୟ । କ୍ୟୁଏସ୍‍ ୱାର୍ଲ୍ଡ ରାଙ୍କିଙ୍ଗରେ କିଟକୁ ସର୍ବୋଚ୍ଚ ସ୍ଥାନ ପ୍ରଦାନ କରାଯାଇଛି। ଏହି ରାଙ୍କିଙ୍ଗ ପ୍ରଦାନ କରାଯିବା ପରେ ମାନ୍ୟତା ପ୍ରାପ୍ତ ହୋଇଛି। କ୍ୟୁଏସ୍‍ ମାନଦଣ୍ଡର ସମସ୍ତ ବର୍ଗରେ କିଟକୁ ଫାଇଭ୍‍ ଷ୍ଟାର ପ୍ରଦାନ କରାଯାଇଛି । କ୍ୟୁଏସ୍‍ ୱାର୍ଲ୍ଡ ରାଙ୍କିଙ୍ଗରେ ବିଶ୍ୱର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଅନୁଷ୍ଠାନକୁ ବିଭିନ୍ନ ମାନଦଣ୍ଡରେ ମାନ୍ୟତା ପ୍ରଦାନ କରିଥାନ୍ତି। କ୍ୟୁଏସ୍‍ ୱାର୍ଲ୍ଡ ରାଙ୍କିଙ୍ଗ ‘ଷ୍ଟାର’ ମାନ୍ୟତା ମଧ୍ୟ ପ୍ରଦାନ କରିଥାଏ।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

ଏଥିରେ ଚଳିତବର୍ଷ ସମଗ୍ର ଭାରତରୁ କିଟ୍‍ ବିଶ୍ୱବିଦ୍ୟାଳୟକୁ ସର୍ବୋଚ୍ଚ ମାନ୍ୟତା ଫାଇଭ୍‍ ଷ୍ଟାର ପ୍ରଦାନ କରାଯାଇଛି। କ୍ୟୁଏସ୍‍ ଫାଇଭ୍‍ ଷ୍ଟାର ମାନ୍ୟତା ପାଇବାରେ କିଟ୍‍ ଭାରତର ଏକମାତ୍ର ଅନୁଷ୍ଠାନ। କିଟ୍‍ ସମଗ୍ର ବିଶ୍ୱରେ ନିଜର ଗୁଣାତ୍ମକ ଶିକ୍ଷାଦାନ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବାରୁ ବିଶ୍ୱର ବିଭିନ୍ନ ସଂସ୍ଥା ଏହାକୁ ସମୟକୁ ସମୟ ବିଭିନ୍ନ ମାନଦଣ୍ଡରେ ମୂଲ୍ୟାୟନ କରି ମାନ୍ୟତା ପ୍ରଦାନ କରିଥାନ୍ତି । କ୍ୟୁଏସ୍‍ ଇଣ୍ଟେଲିଜେନ୍ସବ ଶାଖା ଦ୍ୱାରା କ୍ୟୁଏସ୍‍ ଷ୍ଟାର ରେଟିଂ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥାଏ।

ଆହୁରି ପଢ଼ନ୍ତୁ: ୧୪.୨୨ ଲକ୍ଷ ଟଙ୍କା ଆତ୍ମସାତ୍ ଅଭିଯୋଗରେ ଯୁବା ପ୍ୟାକ୍ସର ପୂର୍ବତନ ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ

ଆନ୍ତର୍ଜାତୀୟ ମାନଦଣ୍ଡ ଅନୁସାରେ ପ୍ରମୁଖ ପ୍ରଦର୍ଶନ ସୂଚକାଙ୍କ କ୍ଷେତ୍ରରେ ବିଶ୍ୱର ବିଭିନ୍ନ ବିଶ୍ୱବିଦ୍ୟାଳୟର ବିସ୍ତୃତ ମୂଲ୍ୟାୟନ କରାଯିବା ପରେ ଏହି ରାଙ୍କିଙ୍ଗ ପ୍ରଦାନ କରାଯାଇଥାଏ । ଏହି ସଫଳତାରେ ସନ୍ତୋଷ ବ୍ୟକ୍ତ କରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, କିଟ୍‍ ତାର ଉତ୍କର୍ଷତା ଓ ବିବିଧତା ପାଇଁ କ୍ୟୁଏସ୍‍ ଷ୍ଟାର୍‍ ରେଟିଂ ସିଷ୍ଟମ୍‍ ଦ୍ୱାରା ଭାରତରେ ପ୍ରଥମ ଥର ଲାଗି ଫାଇଭ୍‍ ଷ୍ଟାର ମାନ୍ୟତା ପାଇପାରିଛି। ଏହି ମାନ୍ୟତା ବଜାୟ ରଖିବା ପାଇଁ ଆମେ ଆମର ପ୍ରୟାସ ଜାରି ରଖିବୁ ବୋଲି କହିଛନ୍ତି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ: ୨୨ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର