ହୀରାକୁଦ ଛାଡ଼ିଲା ପ୍ରଥମ ବନ୍ୟାଜଳ : ୫ ଟି ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ, ୧୨ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି

The Sakala Picture
Published On

ବୁର୍ଲା : ଲଘୁଚାପ ଜନିତ ଲଗାଣ ବର୍ଷାରେ ସାରା ରାଜ୍ୟ ବେହାଲ। ଉତ୍ତରରୁ ଦକ୍ଷିଣ ସବୁଠି ପ୍ରଚଣ୍ଡ ବର୍ଷାର ପ୍ରକୋପ ଦେଖିବାକୁ ମିଳିଛି। ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶା ସର୍ବାଧିକ ପ୍ରଭାବିତ ହୋଇଥିବା ବେଳେ ଅନେକ ଗାଁ ଜଳବନ୍ଦୀ ହୋଇଛି। ବର୍ଷା ପାଣି ସାଙ୍ଗକୁ ପୋଲାଭରମର ପଛୁଆ ପାଣି ମୋଟୁ ଅଞ୍ଚଳବାସୀଙ୍କୁୁ କଲବଲ କରିଛି। ସେହିପରି ମହାନଦୀ ଉପରମୁଣ୍ଡ ଅର୍ଥାତ ଛତିଶଗଡ଼ରେ ବର୍ଷା କାରଣରୁ ହୀରାକୁଦକୁ ସେକେଣ୍ଡ ପିଛା ଦେଢ଼ ଲକ୍ଷ କ୍ୟୁସେକରୁ ଅଧିକ ଜଳ ପ୍ରବେଶ […]

ବୁର୍ଲା : ଲଘୁଚାପ ଜନିତ ଲଗାଣ ବର୍ଷାରେ ସାରା ରାଜ୍ୟ ବେହାଲ। ଉତ୍ତରରୁ ଦକ୍ଷିଣ ସବୁଠି ପ୍ରଚଣ୍ଡ ବର୍ଷାର ପ୍ରକୋପ ଦେଖିବାକୁ ମିଳିଛି। ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶା ସର୍ବାଧିକ ପ୍ରଭାବିତ ହୋଇଥିବା ବେଳେ ଅନେକ ଗାଁ ଜଳବନ୍ଦୀ ହୋଇଛି। ବର୍ଷା ପାଣି ସାଙ୍ଗକୁ ପୋଲାଭରମର ପଛୁଆ ପାଣି ମୋଟୁ ଅଞ୍ଚଳବାସୀଙ୍କୁୁ କଲବଲ କରିଛି। ସେହିପରି ମହାନଦୀ ଉପରମୁଣ୍ଡ ଅର୍ଥାତ ଛତିଶଗଡ଼ରେ ବର୍ଷା କାରଣରୁ ହୀରାକୁଦକୁ ସେକେଣ୍ଡ ପିଛା ଦେଢ଼ ଲକ୍ଷ କ୍ୟୁସେକରୁ ଅଧିକ ଜଳ ପ୍ରବେଶ କରୁଛି। ଏହାକୁ ଦୃଷ୍ଟିରେ ରଖି ଆଜି ହୀରକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ଆରମ୍ଭ ହୋଇଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ଜନ୍ମକଲା ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା

ଆଜି ୫ ଟି ସୁଇସ୍‌ ଗେଟ୍ ଦେଇ ଏ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଉଛି। ପ୍ରଥମେ ପୂଜାର୍ଚ୍ଚନା ପରେ ୭ ନମ୍ବର ଗେଟ ଦେଇ ନିଷ୍କାସନ ଆରମ୍ଭ ହୋଇଥିଲା। ଏହାପରେ ଜଳ ଭଣ୍ଡା ର ଲେଫ୍ଟ ସ୍ପିଲୱେରୁ ୩ ଟି ଏବଂ ରାଇଟ ସ୍ପିଲୱେରୁ ୨ ଟି ସୁଇସ ଗେଟ ଖୋଲିଛି। ବର୍ତ୍ତମାନ ହୀରାକୁଦରେ ୬୧୧.୫୮ ଫୁଟ୍‍ ଉପରେ ଜଳସ୍ତର ରହିଛି। ଓଡ଼ିଶା ଉପରେ ସୋମବାରଠାରୁ ଲଘୁଚାପର ପ୍ରଭାବ ହ୍ରାସ ପାଇବା ସହିତ ଏହା ଛତିଶଗଡ଼ ସମେତ ଏହା ସୀମାନ୍ତବର୍ତ୍ତୀ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷା କରାଇବ। ତେଣୁ ଧୀରେ ଧୀରେ ଅଧିକ ଗେଟ୍‍ ଦେଇ ଜଳ ନିଷ୍କାସିତ କରାଯିବାର ସମ୍ଭବନା ରହିଛି। ଅଧିକ ଗେଟ୍‍ ଖୋଲିଲେ ମହାନଦୀରେ ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ଭାଇକୁ ବଞ୍ଚାଇବାକୁ ଯାଇ ପାଣି ସୁଅରେ ଭାସିଗଲେ ଦିବ୍ୟାଙ୍ଗ ଭଉଣୀ: କେନାଲରେ ବୁଡ଼ି ଉଭୟଙ୍କ ମୃତ୍ୟୁ

ଆଜି ହୀରାକୁଦରୁ ଛଡାଯାଉଥିବା ବନ୍ୟାଜଳ ମୁଣ୍ଡଳିକୁ ୩୬ ଘଣ୍ଟା ପରେ ପହଞ୍ଚିବ। ଜଳଭଣ୍ଡାରର ଗେଟ୍‌ ଖୋଲିବା ପରେ ମହାନଦୀ ଓ ତାର ଶାଖା ନଦୀ ଗୁଡିକର ଜଳସ୍ତର ବୃଦ୍ଧି ପାଇବ। ତେଣୁ ନଦୀ ମଧ୍ୟକୁ ପ୍ରବେଶ ନକରିବାକୁ ସତର୍କ କରାଯାଇଛି। ଏନେଇ ଜନସାଧାରଣଙ୍କୁ ଅବଗତ କରାଇଛନ୍ତି ମହାନଦୀ ଅବବାହିକା ମୁଖ୍ୟ ଯନ୍ତ୍ରୀ। ଏନେଇ ଆଜି ସମ୍ବଲପୁର ସମେତ ତଳ ମୁଣ୍ଡର ୧୨ଟି ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ସତର୍କ ସୂଚନା ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ମାଲକାନଗିରିରେ ଲଗାଣ ବର୍ଷା: ଜଳମଗ୍ନ ପୋଲ, ବିଚ୍ଛିନ୍ନ ହେଲା ଯୋଗାଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର