ବାତ୍ୟା 'ଅର୍ଣ୍ଣବ' ଓ ବନ୍ୟା କ୍ଷୟକ୍ଷତି: କେନ୍ଦ୍ର ସରକାରଙ୍କୁ ୨,୫୨୬ କୋଟି ଟଙ୍କାର ସହାୟତା ମାଗିଲା ଓଡ଼ିଶା

Madhusudan Das Picture
Published On

ଭୁବନେଶ୍ୱର: ବାତ୍ୟା 'ଅର୍ଣ୍ଣବ' ଏବଂ ପରବର୍ତ୍ତୀ ବନ୍ୟା ଯୋଗୁଁ ହୋଇଥିବା ବ୍ୟାପକ କ୍ଷୟକ୍ଷତିର ଭରଣା ପାଇଁ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ନିକଟରେ ୨,୫୨୬ କୋଟି ଟଙ୍କାର ସହାୟତା ଦାବି କରିଛନ୍ତି। ଗୁରୁବାର ସ୍ୱତନ୍ତ୍ର ରିଲିଫ କମିଶନର (SRC) ରାଜେଶ ପ୍ରଭାକର ପାଟିଲ ଏହି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଓଡ଼ିଶାରେ ବନ୍ୟା ବିତ୍ପାତ: ଭୂସ୍ଖଳନ ଯୋଗୁଁ ୧୩ଟି ସ୍ଥାନରେ ରାସ୍ତା ଅବରୋଧ, ୭୮୪ ଜଣଙ୍କୁ ଉଦ୍ଧାର

ସରକାରଙ୍କ ପକ୍ଷରୁ କରାଯାଇଥିବା ଏହି ଦାବି ମଧ୍ୟରେ ପ୍ରାଥମିକ କ୍ଷୟକ୍ଷତିର ଭରପାଇ ପାଇଁ ୨,୫୨୬ କୋଟି ଟଙ୍କା ଏବଂ ଭବିଷ୍ୟତରେ ବିପର୍ଯ୍ୟୟର ମୁକାବିଲା ତଥା ସ୍ଥାୟୀ ଭିତ୍ତିଭୂମି ନିର୍ମାଣ ପାଇଁ ଅତିରିକ୍ତ ୧୦,୦୦୦ କୋଟି ଟଙ୍କା ଅନ୍ତର୍ଭୁକ୍ତ ରହିଛି। ଏହି ଅର୍ଥ ବିଶେଷ କରି ଜଳସେଚନ ସୁବିଧା, ରାସ୍ତାଘାଟ ଏବଂ ନଦୀ ବନ୍ଧଗୁଡ଼ିକର ପୁନଃନିର୍ମାଣ ତଥା ସୁଦୃଢ଼ୀକରଣ ପାଇଁ ବ୍ୟୟ କରାଯିବ।

ଆହୁରି ପଢ଼ନ୍ତୁ: ପାଣିପାଗ ବିଭାଗର ଆଗୁଆ ସତର୍କ ସୂଚନା ସତ୍ତ୍ୱେ କାହିଁକି ହେଲାନି ଆଗୁଆ ପ୍ରସ୍ତୁତି? ଗଞ୍ଜାମ ବନ୍ୟାକୁ ନେଇ ବିଜେଡି ନେତ୍ରୀ ସୁଜାତା ରାଉତଙ୍କ ପ୍ରଶ୍ନ

ରାଜ୍ୟରେ ବାତ୍ୟା ଓ ବନ୍ୟା କ୍ଷୟକ୍ଷତିର ଆକଳନ କରିବା ପାଇଁ ଏକ ୮ ଜଣିଆ କେନ୍ଦ୍ରୀୟ ଆନ୍ତଃ-ମନ୍ତ୍ରଣାଳୟ ଟିମ୍ ଓଡ଼ିଶା ଗସ୍ତରେ ଆସିଛନ୍ତି। ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ କେନ୍ଦ୍ରୀୟ ଟିମ୍ ଯୋଗ ଦେଇଥିଲେ। କ୍ଷେତ୍ର ପରିଦର୍ଶନ ସମୟରେ ଚାଷଜମି, ବିଦ୍ୟୁତ ନେଟୱାର୍କ ଏବଂ କେନାଲଗୁଡ଼ିକର ବ୍ୟାପକ କ୍ଷତି ହୋଇଥିବା ଟିମ୍ ପ୍ରାଥମିକ ଭାବେ ଅନୁଭବ କରିଛନ୍ତି।

ଆହୁରି ପଢ଼ନ୍ତୁ: ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର ପାଇଁ ତିନି ଜିଲ୍ଲାରେ ୪ IAS ଅଧିକାରୀଙ୍କୁ ଦାୟିତ୍ୱ, ଅତିରିକ୍ତ SRC କ୍ଷମତା ପ୍ରଦାନ

ସଠିକ୍ କ୍ଷୟକ୍ଷତିର ଆକଳନ ପାଇଁ ଜିଲ୍ଲା ପ୍ରଶାସନକୁ ଘରକୁ ଘର ବୁଲି ସର୍ଭେ କରିବାକୁ କେନ୍ଦ୍ରୀୟ ଟିମ୍ ପରାମର୍ଶ ଦେଇଛନ୍ତି। ବିଭିନ୍ନ ବିଭାଗରୁ ମିଳିଥିବା ରିପୋର୍ଟ ଅନୁସାରେ ଏବେ ପ୍ରାଥମିକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସମ୍ପୂର୍ଣ୍ଣ ରିପୋର୍ଟ ମିଳିବା ପରେ ଦାବି କରାଯାଇଥିବା ରାଶିରେ ସଂଶୋଧନ ହୋଇପାରେ। ଆସନ୍ତା ୧୦ ରୁ ୧୨ ଦିନ ମଧ୍ୟରେ ସମସ୍ତ ତଥ୍ୟ ସଂଗ୍ରହ କରି କେନ୍ଦ୍ରକୁ ଚୂଡ଼ାନ୍ତ ସ୍ମାରକପତ୍ର ପଠାଯିବ ବୋଲି SRC ଶ୍ରୀ ପାଟିଲ କହିଛନ୍ତି।

ବାତ୍ୟା 'ଅର୍ଣ୍ଣବ' ଦ୍ୱାରା ଗଞ୍ଜାମ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଏଠାରେ ବିଦ୍ୟୁତ, ପାନୀୟ ଜଳ ଏବଂ ମୋବାଇଲ ସଂଯୋଗ ଭଳି ଜରୁରୀ ସେବା ସ୍ୱାଭାବିକ ହୋଇଥିଲେ ହେଁ ଜଳସେଚନ ଓ ଅନ୍ୟାନ୍ୟ ସ୍ଥାୟୀ ଭିତ୍ତିଭୂମି ମରାମତି ପାଇଁ ଅଧିକ ସମୟ ଲାଗିବ। ବିଶେଷ କରି ଆସିକା ଏବଂ ଅନ୍ୟାନ୍ୟ ବନ୍ୟା ପ୍ରବଣ ଅଞ୍ଚଳରେ ନଦୀବନ୍ଧ ନିର୍ମାଣ କରି ଦୀର୍ଘକାଳୀନ ସୁରକ୍ଷା ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର