Monday Horoscope: ସୋମବାର ରାଶିଫଳ (୧୬-୧୧-୨୦୨୬)

Madhusudan Das Picture
Published On

ମେଷ: ସାମାଜିକ କାର୍ଯ୍ୟ ପାଇଁ ପ୍ରଶଂସିତ ହେବ। ଅଫିସ୍‌ରେ ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବ। ଜୀବନସାଥୀଙ୍କ ସହିତ ବାହାରକୁ ବୁଲିବାକୁ ଯିବେ। ନୂଆ ଚାକିରିର ଅବସର ମିଳିବ। 

ଆହୁରି ପଢ଼ନ୍ତୁ: Tuesday Horoscope: ମଙ୍ଗଳବାର ରାଶିଫଳ (୧୦-୧୧-୨୦୨୬)

ବୃଷ: କୌଣସି କଥାକୁ ନେଇ ପରିବାର ସଦସ୍ୟଙ୍କ ସହିତ ଆଲୋଚନା କରିବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। କପଡ଼ା ବ୍ୟବସାୟୀଙ୍କୁ ଲାଭ ମିଳିବ। 

ଆହୁରି ପଢ଼ନ୍ତୁ: Thursday Horoscope: ଗୁରୁବାର ରାଶିଫଳ (୧୨-୧୧-୨୦୨୬)

ମିଥୁନ: ଦିନଟି ଶୁଭ ଫଳ ପ୍ରଦାନ କରିବ। କୌଣସି ନୂଆ କାମ ଆରମ୍ଭ କରିବାର ଉତ୍ତମ ସମୟ। ବିଦ୍ୟାର୍ଥୀ ଖେଳକୁଦରେ ସମୟ ଅତିବାହିତ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ଆହୁରି ପଢ଼ନ୍ତୁ: କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

କର୍କଟ: ଦିନଟି ମିଶ୍ର ଫଳ ପ୍ରଦାନ କରିବ। ବ୍ୟବସାୟ ପାଇଁ ନୂଆ ଯୋଜନା କରିବେ। ପ୍ରେମିକ ପ୍ରେମିକାଙ୍କ ପାଇଁ ଦିନଟି ଭଲ। ପରୀକ୍ଷାରେ ବିଦ୍ୟାର୍ଥୀ ସଫଳତା ପାଇବେ। 

ସିଂହ: ଦିନଟି ହସ ଖୁସିରେ ଅତିବାହିତ ହେବ। କୋର୍ଟ କଚେରୀ ମାମଲା ସମାଧାନ ହେବ। ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ସବୁ ଦୃଷ୍ଟିରୁ ଭଲ। ମହିଳାମାନେ ଘରେ ବ୍ୟବସାୟ କରିବା ଯୋଜନା କରିବେ।

କନ୍ୟା: କୌଣସି କାମକୁ ଶାନ୍ତ ମନରେ କରିବେ। ଅର୍ଥ ଜନିତ ସମସ୍ୟା ଦୂର ହେବ। କୌଣସି ପୁରୁଣା କଥାକୁ ନେଇ ଦ୍ବନ୍ଦ୍ବରେ ରହିବେ। ପ୍ରେମିକ-ପ୍ରେମିକାଙ୍କ ମଧ୍ୟରେ ମତାନ୍ତର ହେବ।

ତୁଳା: ସନ୍ତାନଙ୍କ କ୍ୟାରିୟରକୁ ନେଇ ଚିନ୍ତା ଦେଖାଦେବ। କୌଣସି ଖବର ମନକୁ କଷ୍ଟ ଦେଇପାରେ। ଆଣ୍ଠୁଗଣ୍ଠି ସମସ୍ୟା ବଢ଼ିବ। ଆୟ ଅନୁସାରେ ଖର୍ଚ୍ଚ ବଢ଼ିବ। ପ୍ରେମ ଜୀବନରେ ତିକ୍ତତା ଦେଖା ଦେବ। 

ବିଛା: ରାଜନୀତିରେ ଯୋଗ ଦେବେ। ଆଇଟି କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କୁ ନୂଆ ଅବସର ମିଳିପାରେ। କୋର୍ଟ କଚେରୀ ମାମଲାରୁ ଦୂରେଇ ରହିବେ। ବିଦେଶ ଯାତ୍ରା କରିପାରନ୍ତି। 

ଧନୁ: ଦିନଟି ଲାଭଜନକ ରହିବ। ଖର୍ଚ୍ଚ ବୃଦ୍ଧି ପାଇବ। ଚାକିରିରେ ପଦୋନ୍ନତିର ଆଶଙ୍କା ଅଛି। ପରିବାର ଲୋକଙ୍କ ସାହାଯ୍ୟ ଓ ସହଯୋଗ ମିଳିବ। ମନୋରଞ୍ଜନରେ ସମୟ ଅତିବାହିତ କରିବେ।

ମକର: ନିବେଶରୁ ଲାଭ ପାଇବେ। ବ୍ୟବସାୟରୁ ଆଶାଜନକ ଲାଭ ମିଳିବ ନାହିଁ। ସାମାଜିକ ପ୍ରତିଷ୍ଠା ବଢ଼ିବ। ପରିବାର ସହିତ ସମୟ ଅତିବାହିତ କରିବେ। ନୂଆ ଜାଗା କିଣିବା ଯୋଜନା କରିବେ।

କୁମ୍ଭ: ଦୀର୍ଘ ଦିନରୁ ଅଟକି ରହିଥିବା କାମ ପୂରା ହେବ। ବାପାମାଆଙ୍କ ସହିତ ଧାର୍ମିକ ଯାତ୍ରା କରିବା ଯୋଜନା କରିବେ। ଦାମ୍ପତ୍ୟ ଜୀବନ ଖୁସିରେ ବିତିବ। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ।

ମୀନ: କୌଣସି କଥାକୁ ନେଇ ପରିବାର ସଦସ୍ୟଙ୍କ ସହିତ ଆଲୋଚନା କରିବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। କପଡ଼ା ବ୍ୟବସାୟୀଙ୍କୁ ଲାଭ ମିଳିବ। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp