ବଜ୍ରକୋଟ ଶିଶୁ ମନ୍ଦିରରେ ପଞ୍ଚମ କୁନି ବୈଜ୍ଞାନିକ ମେଳା ଅନୁଷ୍ଠିତ

Suryakanta Picture
Published On

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ବଜ୍ରକୋଟ ଗ୍ରାମସ୍ଥିତ ମା' ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ କୁନି ବୈଜ୍ଞାନିକମାନଙ୍କ ପଞ୍ଚମ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ସାମାଜିକ କର୍ମୀ ଦୀପକ କୁମାର ଜେନା ପ୍ରଦୀପ ପ୍ରଜ୍ୱଳନ କରି ଏହି ମେଳାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ।aaaa

ଆହୁରି ପଢ଼ନ୍ତୁ: କୃଷ୍ଣପ୍ରସାଦରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ

ଦିନକୁ ଦିନ ପରିବେଶ ପ୍ରଦୂଷଣ ବୃଦ୍ଧି ପାଉଥିବା ବେଳେ ଏହାର ସମାଧାନ ଦିଗରେ ଛାତ୍ରଛାତ୍ରୀମାନେ ପରିବେଶଭିତ୍ତିକ ବହୁ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। କୁନି ପିଲାମାନଙ୍କ ମଧ୍ୟରେ ପରିବେଶ ସୁରକ୍ଷା ପ୍ରତି ଥିବା ଚିନ୍ତାଧାରାକୁ ଅତିଥିମାନେ ଭୂୟସୀ ପ୍ରଶଂସା କରିଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ କିପରି ବୈଜ୍ଞାନିକ ମନୋଭାବ ଓ ଅନୁସନ୍ଧାନମୂଳକ ଚିନ୍ତାଧାରାର ବିକାଶ ହୋଇପାରିବ, ସେ ନେଇ ପୃଥିବୀର ବିଶିଷ୍ଟ ବୈଜ୍ଞାନିକମାନଙ୍କ ଉଦାହରଣ ଦେଇ ଅତିଥିମାନେ ମତବ୍ୟକ୍ତ କରିଥିଲେ।2

ଆହୁରି ପଢ଼ନ୍ତୁ: ଡକ୍ଟର ମାୟାଧର ମାନସିଂହଙ୍କ ୧୨୧ତମ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

ଏହି ବିଜ୍ଞାନ ମେଳାରେ ମୋଟ ୨୧୦ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଶିକ୍ଷକ ବିଷ୍ଣୁ ପ୍ରସାଦ ଦଳେଇ ଅତିଥି ପରିଚୟ ପ୍ରଦାନ କରିବା ସହ ସଭା ପରିଚାଳନା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ତଥା ପ୍ରତିଷ୍ଠାତା ଉଲ୍ଲାସ ଚନ୍ଦ୍ର ପ୍ରଧାନ, ଶିକ୍ଷାବିତ୍ ସଦାନନ୍ଦ ଗୌଡ଼, ଆତ୍ମା କମିଟିର ସଭାପତି ରାମଚନ୍ଦ୍ର ସେଠୀ, ଅଖିଳ କୁମାର ନାୟକ, ଶିକ୍ଷାବିତ୍ ବ୍ରଜ କିଶୋର ଗୌଡ଼, ସନ୍ତୋଷ ପଲେଇ, ପ୍ରକାଶ ଚନ୍ଦ୍ର ବେହେରା, ସ୍ୱାଗତିକା ପାଢ଼ୀ ଓ ମେନକା ଦେବୀ ରାଉତ ପ୍ରମୁଖ ଯୋଗଦେଇ କୁନି ବୈଜ୍ଞାନିକମାନଙ୍କ ପ୍ରୟାସ ଓ ପ୍ରତିଭାର ଉଚ୍ଚ ପ୍ରଶଂସା କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ଏହି ମେଳାର ସଫଳ ଆୟୋଜନରେ ପୂର୍ଣ୍ଣ ସହଯୋଗ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp