ନନ୍ଦନକାନନରେ ଆଜିଠୁ ପୁଣି ଗଡ଼ିବ ଟୟ ଟ୍ରେନ

The Sakala Picture
Published On

ନନ୍ଦନକାନନ: ନନ୍ଦନକାନନରେ ଅଚଳ ହୋଇ ପଡ଼ିଥିବା ଶିଶୁ ରେଳଗାଡ଼ି ପୁନର୍ବାର ଚାଲିବା ନେଇ କର୍ତ୍ତୃପକ୍ଷ ବାରମ୍ବାର ପ୍ରତିଶ୍ରୁତି ଦେବା ପରେ ତାହା ବିଫଳ ହୋଇଥିଲା । ଏବେ ପୁଣିଥରେ କଣ୍ଟ ଦେଇଛନ୍ତି କର୍ତ୍ତୃପକ୍ଷ । ଚଳିତ ମାସ ୧୬ ତାରିଖ ଅର୍ଥାତ ଆଜିଠାରୁ ନନ୍ଦନକାନନରେ ଶିଶୁ ରେଳଗାଡ଼ି ଚାଲିବା ନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ଡ. ସଞ୍ଜିତ କୁମାର ସୂଚନା ଦେଇଛନ୍ତି । ରାଇଟ୍ସ ସଂସ୍ଥା ପକ୍ଷରୁ ଗାଡ଼ି ମରାମତି କାର୍ଯ୍ୟ ଶେଷ ହୋଇଥିବାବେଳେ ଚଳାଚଳ ପାଇଁ ପରୀକ୍ଷା […]

ନନ୍ଦନକାନନ: ନନ୍ଦନକାନନରେ ଅଚଳ ହୋଇ ପଡ଼ିଥିବା ଶିଶୁ ରେଳଗାଡ଼ି ପୁନର୍ବାର ଚାଲିବା ନେଇ କର୍ତ୍ତୃପକ୍ଷ ବାରମ୍ବାର ପ୍ରତିଶ୍ରୁତି ଦେବା ପରେ ତାହା ବିଫଳ ହୋଇଥିଲା । ଏବେ ପୁଣିଥରେ କଣ୍ଟ ଦେଇଛନ୍ତି କର୍ତ୍ତୃପକ୍ଷ । ଚଳିତ ମାସ ୧୬ ତାରିଖ ଅର୍ଥାତ ଆଜିଠାରୁ ନନ୍ଦନକାନନରେ ଶିଶୁ ରେଳଗାଡ଼ି ଚାଲିବା ନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ଡ. ସଞ୍ଜିତ କୁମାର ସୂଚନା ଦେଇଛନ୍ତି । ରାଇଟ୍ସ ସଂସ୍ଥା ପକ୍ଷରୁ ଗାଡ଼ି ମରାମତି କାର୍ଯ୍ୟ ଶେଷ ହୋଇଥିବାବେଳେ ଚଳାଚଳ ପାଇଁ ପରୀକ୍ଷା ନିରୀକ୍ଷା ପରେ ଶିଶୁ ରେଳଗାଡ଼ି ଚଳାଚଳ ପାଇଁ ସବୁଜ ସଙ୍କେତ ଦିଆଯାଇଛି। ପ୍ରଥମେ ଏହାକୁ ଦିନକୁ ୬ଥର ଚଲାଯିବ । ପ୍ରତି ଟ୍ରିପ୍‌ରେ ଏକଘଣ୍ଟା କରି ପର୍ଯ୍ୟଟକ ମଜା ପାଇପାରିବେ । ପ୍ରଥମ ଟ୍ରିପ୍ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟାରେ ବନ୍ଦ ହେବ। ପ୍ରଥମ ପର୍ଯ୍ୟାୟରେ ୧୦ଟା, ୧୧ଟା, ୧୨ଟା ଓ ଦ୍ବିତୀୟ ପର୍ଯ୍ୟାୟରେ ୨ଟା, ୩ଟା, ୪ଟାରେ ଏହିଭଳି ଦିନକୁ ୬ଥର ଗାଡ଼ି ଚଳାଚଳ କରିବ। ପ୍ରତ୍ୟେକ ଟ୍ରିପ୍‌ର ଅଧଘଣ୍ଟା ପୂର୍ବରୁ ପର୍ଯ୍ୟଟକ ଟିକେଟ୍ କାଟିବେ। ପ୍ରଥମରୁ ଟିକେଟ୍ କାଟିଥିବା ଅନୁସାରେ ପ୍ରତି ଟ୍ରିପ୍‌ରେ ୭୨ ଜଣ ପର୍ଯ୍ୟଟକ ଶିଶୁ ରେଳଗାଡ଼ି ସବାରୀ କରିବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ୬ ଟ୍ରିପ୍ କରି ଗାଡ଼ି ଚଳାଚଳ କରିବ | ଏହି ସମୟ ମଧ୍ୟରେ ଗାଡ଼ି ଚଳାଚଳର ଅବସ୍ଥାକୁ ମୂଲ୍ୟାଙ୍କନ କରାଯିବ । ଯଦି ସବୁକିଛି ଠିକ୍‌ଠାକ ଚାଲିଲା ତେବେ ଆସନ୍ତା ଶୁକ୍ରବାରଠାରୁ ଧୀରେ ଧୀରେ ଟ୍ରିପ ବଢ଼ାଯିବ ବୋଲି ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

16 Nov 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର