କୋଲକତାରୁ ଓଡିଶା ଆସୁଥିବା ବସରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲେ ମହିଳା ଯାତ୍ରୀ, ଅନେକ ଆହତ

The Sakala Picture
Published On

ଖଡଗପୁର: ଓଡ଼ିଶା ଆସୁଥିବା ବସରେ ଲାଗିଲା ନିଆଁ । ପଶ୍ଚିମବଙ୍ଗ କୋଲକାତା ବାବୁଘାଟରୁ ପାରାଦୀପ ଆସୁଥିଲା ଯାତ୍ରୀବାହୀ ବସ୍ । ଖଡଗପୁର ନିକଟରେ ଚଳନ୍ତା ବସରେ ଲାଗିଗଲା ନିଆଁ । ଅଗ୍ନିକାଣ୍ଡରେ କେନ୍ଦ୍ରାପଡା ମାର୍ଶାଘାଇ ବ୍ଲକର ନୋଳିଆ ଚକରପୁ ଗାଁର ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ମହିଳା ଜଣଙ୍କର ନାମ ପୁଷ୍ପଞ୍ଜଳି ଓ ସେ ପରିବାର ସହ ଘରକୁ ଫେରୁଥିଲେ । ଅଗ୍ନିକାଣ୍ଡରେ ୩୦ ଜଣରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ଆହତ ହୋଇଥିବା […]

ଖଡଗପୁର: ଓଡ଼ିଶା ଆସୁଥିବା ବସରେ ଲାଗିଲା ନିଆଁ । ପଶ୍ଚିମବଙ୍ଗ କୋଲକାତା ବାବୁଘାଟରୁ ପାରାଦୀପ ଆସୁଥିଲା ଯାତ୍ରୀବାହୀ ବସ୍ । ଖଡଗପୁର ନିକଟରେ ଚଳନ୍ତା ବସରେ ଲାଗିଗଲା ନିଆଁ । ଅଗ୍ନିକାଣ୍ଡରେ କେନ୍ଦ୍ରାପଡା ମାର୍ଶାଘାଇ ବ୍ଲକର ନୋଳିଆ ଚକରପୁ ଗାଁର ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ମହିଳା ଜଣଙ୍କର ନାମ ପୁଷ୍ପଞ୍ଜଳି ଓ ସେ ପରିବାର ସହ ଘରକୁ ଫେରୁଥିଲେ । ଅଗ୍ନିକାଣ୍ଡରେ ୩୦ ଜଣରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ଆହତ ହୋଇଥିବା ଯାତ୍ରୀଙ୍କୁ ମେନିଦାପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

ଆହୁରି ପଢ଼ନ୍ତୁ: ଭଞ୍ଜପୁର ପୋଲିସକୁ ବଡ଼ ସଫଳତା; କାର୍ ସହ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଓ ନଗଦ ଲକ୍ଷାଧିକ ଟଙ୍କା ଜବତ, ୩ ଗିରଫ

କୋଲକତାରୁ ଦୀପାବଳି ଛୁଟିରେ ନିଜ ପୁଅ ଓ ପତ୍ନୀଙ୍କ ସହ ଘରକୁ ଫେରୁଥିବା ଯାତ୍ରୀ ସିଆର୍‌‌ ଦାସଙ୍କ ସୂଚନା ଅନୁସାରେ, ବାବୁଘାଟରୁ ଆସୁଥିବା ଶୁଭମ ଟ୍ରାଭେଲ୍ସର ଏହି ବସ୍‌‌ରେ ଖଡ଼ଗପୁର ମାଧପୁର ନିକଟରେ ହଠାତ୍‌‌ ନିଆଁ ଲାଗିଯାଇଥିଲା। ରାତ୍ରି ପ୍ରାୟ ୯.୩୦ ସମୟରେ ଗାଡ଼ିର ଷ୍ଟିୟରିଂ ନିକଟରୁ ନିଆଁ ବାହାରୁଥିବା ଡ୍ରାଇଭର କହିବାରୁ ୩/୪ ନଂ ସିଟ୍‌‌ରେ ବସିଥିବା ସେ ଓ ତାଙ୍କ ପତ୍ନୀ ପାଣି ଦେଇଥିଲେ। ତେବେ ସେଥିରେ ନିଆଁ ଆୟତ୍ତ ହୋଇପାରି ନଥିଲା। ଯାତ୍ରୀମାନେ ବସ୍‌‌ରୁ ବାହାରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଆଗ ଫାଟକ ଖୋଲିନଥିଲା। ତେଣୁ ପଛ ଫାଟକରେ ବାହାରିବାକୁ ଚେଷ୍ଟା କରିବା ବେଳେ ପଛରେ ଜିନିଷପତ୍ର ଗଦା ହୋଇଥିବାରୁ ଯାତ୍ରୀମାନେ ବାହାରି ପାରିନଥିଲେ।

ଆହୁରି ପଢ଼ନ୍ତୁ: ବନ୍ୟାରେ କ୍ଷତିଗ୍ରସ୍ତ ଗଞ୍ଜାମ ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରିବାକୁ ଆସନ୍ତା ୭ରେ ଜିଲ୍ଲା ଗସ୍ତ କରିବେ ନବୀନ

ଝରକା ଭାଙ୍ଗି ଶ୍ରୀ ଦାସ ପ୍ରଥମେ ପୁଅକୁ ବାହାରକୁ ଆଣିବା ପରେ ଆଉ ଜଣେ ବୃଦ୍ଧଙ୍କ ସମେତ ୨ ଜଣଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ଦୁର୍ଭାଗ୍ୟକୁ ତାଙ୍କ ପତ୍ନୀ ଗାଡ଼ି ଭିତରେ ରହିଯାଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରି ମେଦିନପୁର ଓ ଖଡଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିବା ସେ କହିଛନ୍ତି। ଏଥିରେ ୩୬ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ସ୍ପଷ୍ଟ ହୋଇପାରିନି। ବସ୍‌‌ରେ ୪୧ଟି ସିଟ୍‌‌ ଥିବା ବେଳେ ଦୀପାବଳି ପାଇଁ ଅଧିକ ଯାତ୍ରୀ ଆସୁଥିବା କୁହାଯାଉଛି। ତେବେ କେତେଜଣ ଆସୁଥିଲେ ସ୍ପଷ୍ଟ ହୋଇନଥିବା ବେଳେ ଗୁରୁତରଙ୍କୁ ଉଦ୍ଧାର କରାଯାଇ ମେଦିନପୁର ମେଡିକାଲ କଲେଜ ଓ ଖଡ଼ଗପୁର ଗ୍ରାମୀଣ ହସ୍‌‌ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ୫/୭ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ: ଗଞ୍ଜାମ CDOଙ୍କୁ ଦୁର୍ବ୍ୟବହାର ଓ ଧମକ ଅଭିଯୋଗ, ଆସିକା ବିଧାୟକଙ୍କ ବିରୋଧରେ ଏତଲା

ବସ୍‌‌ ଡିକିରେ ବାଣ ଆସୁଥିବାରୁ ଏଭଳି ଦୁର୍ଘଟଣା ଘଟିଲା ବୋଲି ପ୍ରାଥମିକ ଭାବେ କୁହାଯାଉଛି। ତେବେ ପଶ୍ଚିମବଙ୍ଗ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଛନ୍ତି। ବସ୍‌‌ରେ ଆସୁଥିବା ଅଧିକାଂଶ ଯାତ୍ରୀ ମହାକାଳପଡ଼ା ଓ ପାରାଦୀପ ଅଞ୍ଚଳର ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ବସ୍‌‌ର ଚାଳକ, କଣ୍ଟକ୍ଟରଙ୍କ ସହ ଅନେକ ଯାତ୍ରୀଙ୍କ କୌଣସି ସୂଚନା ମିଳିପାରୁନଥିବା ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର