କୋଭିଡ ଆକ୍ରାନ୍ତ ଶବକୁ ମିଳିଲାନି ଚାରି କାନ୍ଧ, ସାମ୍ବାଦିକ ଓ ସ୍ବେଚ୍ଛାସେବୀଙ୍କ ଦ୍ୱାରା ହେଲା ଶବ ସତ୍କାର

The Sakala Picture
Published On

ଭଦ୍ରକ:ଜଣେ କୋଭିଡ ମୃତକଙ୍କ ଶବ ଦାହ ନେଇ ମାନବିକତା ଭୁଲି ଦୁରେଇ ଯାଇଛନ୍ତି ଶାଇ ପଡିଶା ଓ ବନ୍ଧୁବାନ୍ଧବଙ୍କ ଠାରୁ ଆରମ୍ଭ କରି ଗ୍ରାମବାସୀ ପର୍ଯ୍ୟନ୍ତ। କୋଭିଡ଼ରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କଲେ ମାଆ। ଏକ ମାତ୍ର ପୁଅ ଶବ ସତ୍କାର ପାଇଁ ସାଇ ପଡିଶାଙ୍କ ସହାୟତା ଲୋଡିଲେ । ହେଲେ ଶବକୁ ଚାରି କାନ୍ଧ ଦେବା ପାଇଁ କେହିବି ଆସିଲେ ନାହିଁ। ଦୀର୍ଘ ୫ ଘଣ୍ଟା କାଳ ଶବ ପଡ଼ିରହିଲା। ଶେଷରେ ସକାଳର ଚାନ୍ଦବାଲି […]

ଭଦ୍ରକ:ଜଣେ କୋଭିଡ ମୃତକଙ୍କ ଶବ ଦାହ ନେଇ ମାନବିକତା ଭୁଲି ଦୁରେଇ ଯାଇଛନ୍ତି ଶାଇ ପଡିଶା ଓ ବନ୍ଧୁବାନ୍ଧବଙ୍କ ଠାରୁ ଆରମ୍ଭ କରି ଗ୍ରାମବାସୀ ପର୍ଯ୍ୟନ୍ତ। କୋଭିଡ଼ରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କଲେ ମାଆ। ଏକ ମାତ୍ର ପୁଅ ଶବ ସତ୍କାର ପାଇଁ ସାଇ ପଡିଶାଙ୍କ ସହାୟତା ଲୋଡିଲେ । ହେଲେ ଶବକୁ ଚାରି କାନ୍ଧ ଦେବା ପାଇଁ କେହିବି ଆସିଲେ ନାହିଁ। ଦୀର୍ଘ ୫ ଘଣ୍ଟା କାଳ ଶବ ପଡ଼ିରହିଲା। ଶେଷରେ ସକାଳର ଚାନ୍ଦବାଲି ସାମ୍ବାଦିକ ଓ କିଛି ସ୍ଵେଚ୍ଛାସେବୀଙ୍କ ସହାୟତାରେ ରାତି ଅଧରେ ଶବ ସତ୍କାର ହେଲା। ଏମିତି ଏକ ହୃଦୟ ବିଦାରକ ଘଟଣା ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଚରଡ଼ିଆ ପଞ୍ଚାୟତ ରାଜେନ୍ଦ୍ର ପଲ୍ଲୀ ଗାଁରେ ଦେଖିବାକୁ ମିଳିଛି। ରାଜେନ୍ଦ୍ର ପଲ୍ଲୀ ଗାଁର ବୃଦ୍ଧା ଜ୍ୟୋସ୍ନା ପରମାଣିକ ମାସେରୁ ଉର୍ଦ୍ଧ୍ୱ ସମୟ ହେଲା ଚର୍ମ ରୋଗରେ ଆକ୍ରାନ୍ତ ହୋଇ କଟକ ମେଡିକାଲ ରେ ଚିକିତ୍ସିତ ହେଉଥିଲେ । ସେଠାରେ କୋଭିଡ଼ ଆକ୍ରାନ୍ତ ହେବାରୁ କିଛି ଦିନ ଚିକିତ୍ସା ପରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଘରେ ଆଣି ସଂଘରୋଧରେ ଚିକିତ୍ସା ହେଉଥିଲେ। ହେଲେ ଗତ କାଲି ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଥିଲା। ଏକ ମାତ୍ର ପୁଅ କୃଷ୍ଣଚନ୍ଦ୍ର ପାରମାଣିକ୍ ମାଆର ଶବ ଶତ୍କାର ପାଇଁ ଗାଁ ଲୋକଙ୍କ ସହାୟତ ଲୋଡ଼ିଥିଲେ। କୋଭିଡ୍ ରେ ମୃତ୍ୟୁ ବରଣ କରିଥିବାରୁ କେହି ଶବ ପାଖକୁ ବି ଆସିନଥିଲେ। ସରପଞ୍ଚଙ୍କୁ ଏବିଷୟରେ ଜଣାଇବା ପରେ ସେ ଚାରିଟି ପିପି କିଟ୍ ଦେଇ ଶବ ସତ୍କାର କରିବା କଥା କହିଥିଲେ। ହେଲେ କୌଣସି ସହଯୋଗ କରିନଥିଲେ। ଦୀର୍ଘ ୫ ଘଣ୍ଟା କାଳ ଶବ ପଡ଼ିରହିଥିଲା। ଚାନ୍ଦବାଲି ଅଞ୍ଚଳର କିଛି ସ୍ବେଚ୍ଛାସେବୀ ଓ ସକାଳ ଖବର କାଗଜର ଚାନ୍ଦବାଲି ପ୍ରତିନିଧି ସୁକାନ୍ତ କୁମାର ସାହୁଙ୍କ ସହାୟତାରେ ଏକ ପିକ୍ ଅପ୍ ଗାଡ଼ିରେ ଚର୍ଦିଆରୁ ଚାନ୍ଦବାଲି ଶ୍ମଶାନକୁ ଆଣି ପିପି କିଟ୍ ପରିଧାନ କରି ରାତି ଅଧରେ କାଠ ଓ ଅନ୍ୟାନ୍ୟ ଜିନିଷ ଯୋଗାଡ଼ କରି ଶବ ସତ୍କାର କରିଥିଲେ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ଅସହାୟ ଯୁବକର ମାଆର ଶବ ସତ୍କାରରେ ସହଯୋଗ କରିଥିବା ଚାନ୍ଦବାଲିର ସ୍ବେଛାସେବୀ ସଂଗଠନର ଯୁବକ ବାସୁଦେବ ଦାସ, ଚନ୍ଦନ ରାଉତ, ଧନଞ୍ଜୟ ତାଡୁ, ଲକୀ କୁମାର, ଉତ୍ତମ କୁମାର ପରିଡା, କିରଣ ପ୍ରଖର ସାହୁ, ଉଦୟ କେତନ ବିଶ୍ୱାଳଙ୍କର ଏପରି ଅସମୟରେ ଏପ୍ରକାର କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

27 Jun 2021 By The Sakala

କୋଭିଡ ଆକ୍ରାନ୍ତ ଶବକୁ ମିଳିଲାନି ଚାରି କାନ୍ଧ, ସାମ୍ବାଦିକ ଓ ସ୍ବେଚ୍ଛାସେବୀଙ୍କ ଦ୍ୱାରା ହେଲା ଶବ ସତ୍କାର

ଭଦ୍ରକ:ଜଣେ କୋଭିଡ ମୃତକଙ୍କ ଶବ ଦାହ ନେଇ ମାନବିକତା ଭୁଲି ଦୁରେଇ ଯାଇଛନ୍ତି ଶାଇ ପଡିଶା ଓ ବନ୍ଧୁବାନ୍ଧବଙ୍କ ଠାରୁ ଆରମ୍ଭ କରି ଗ୍ରାମବାସୀ ପର୍ଯ୍ୟନ୍ତ। କୋଭିଡ଼ରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କଲେ ମାଆ। ଏକ ମାତ୍ର ପୁଅ ଶବ ସତ୍କାର ପାଇଁ ସାଇ ପଡିଶାଙ୍କ ସହାୟତା ଲୋଡିଲେ । ହେଲେ ଶବକୁ ଚାରି କାନ୍ଧ ଦେବା ପାଇଁ କେହିବି ଆସିଲେ ନାହିଁ। ଦୀର୍ଘ ୫ ଘଣ୍ଟା କାଳ ଶବ ପଡ଼ିରହିଲା। ଶେଷରେ ସକାଳର ଚାନ୍ଦବାଲି ସାମ୍ବାଦିକ ଓ କିଛି ସ୍ଵେଚ୍ଛାସେବୀଙ୍କ ସହାୟତାରେ ରାତି ଅଧରେ ଶବ ସତ୍କାର ହେଲା। ଏମିତି ଏକ ହୃଦୟ ବିଦାରକ ଘଟଣା ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଚରଡ଼ିଆ ପଞ୍ଚାୟତ ରାଜେନ୍ଦ୍ର ପଲ୍ଲୀ ଗାଁରେ ଦେଖିବାକୁ ମିଳିଛି। ରାଜେନ୍ଦ୍ର ପଲ୍ଲୀ ଗାଁର ବୃଦ୍ଧା ଜ୍ୟୋସ୍ନା ପରମାଣିକ ମାସେରୁ ଉର୍ଦ୍ଧ୍ୱ ସମୟ ହେଲା ଚର୍ମ ରୋଗରେ ଆକ୍ରାନ୍ତ ହୋଇ କଟକ ମେଡିକାଲ ରେ ଚିକିତ୍ସିତ ହେଉଥିଲେ । ସେଠାରେ କୋଭିଡ଼ ଆକ୍ରାନ୍ତ ହେବାରୁ କିଛି ଦିନ ଚିକିତ୍ସା ପରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଘରେ ଆଣି ସଂଘରୋଧରେ ଚିକିତ୍ସା ହେଉଥିଲେ। ହେଲେ ଗତ କାଲି ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଥିଲା। ଏକ ମାତ୍ର ପୁଅ କୃଷ୍ଣଚନ୍ଦ୍ର ପାରମାଣିକ୍ ମାଆର ଶବ ଶତ୍କାର ପାଇଁ ଗାଁ ଲୋକଙ୍କ ସହାୟତ ଲୋଡ଼ିଥିଲେ। କୋଭିଡ୍ ରେ ମୃତ୍ୟୁ ବରଣ କରିଥିବାରୁ କେହି ଶବ ପାଖକୁ ବି ଆସିନଥିଲେ। ସରପଞ୍ଚଙ୍କୁ ଏବିଷୟରେ ଜଣାଇବା ପରେ ସେ ଚାରିଟି ପିପି କିଟ୍ ଦେଇ ଶବ ସତ୍କାର କରିବା କଥା କହିଥିଲେ। ହେଲେ କୌଣସି ସହଯୋଗ କରିନଥିଲେ। ଦୀର୍ଘ ୫ ଘଣ୍ଟା କାଳ ଶବ ପଡ଼ିରହିଥିଲା। ଚାନ୍ଦବାଲି ଅଞ୍ଚଳର କିଛି ସ୍ବେଚ୍ଛାସେବୀ ଓ ସକାଳ ଖବର କାଗଜର ଚାନ୍ଦବାଲି ପ୍ରତିନିଧି ସୁକାନ୍ତ କୁମାର ସାହୁଙ୍କ ସହାୟତାରେ ଏକ ପିକ୍ ଅପ୍ ଗାଡ଼ିରେ ଚର୍ଦିଆରୁ ଚାନ୍ଦବାଲି ଶ୍ମଶାନକୁ ଆଣି ପିପି କିଟ୍ ପରିଧାନ କରି ରାତି ଅଧରେ କାଠ ଓ ଅନ୍ୟାନ୍ୟ ଜିନିଷ ଯୋଗାଡ଼ କରି ଶବ ସତ୍କାର କରିଥିଲେ।

ଅସହାୟ ଯୁବକର ମାଆର ଶବ ସତ୍କାରରେ ସହଯୋଗ କରିଥିବା ଚାନ୍ଦବାଲିର ସ୍ବେଛାସେବୀ ସଂଗଠନର ଯୁବକ ବାସୁଦେବ ଦାସ, ଚନ୍ଦନ ରାଉତ, ଧନଞ୍ଜୟ ତାଡୁ, ଲକୀ କୁମାର, ଉତ୍ତମ କୁମାର ପରିଡା, କିରଣ ପ୍ରଖର ସାହୁ, ଉଦୟ କେତନ ବିଶ୍ୱାଳଙ୍କର ଏପରି ଅସମୟରେ ଏପ୍ରକାର କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର