ପଶ୍ଚିମ ଏସିଆରେ ଯୁଦ୍ଧ ସଙ୍କଟ: କୁଏତ ଓ ବାହାରିନ ଉପରେ ଇରାନର ଆକ୍ରମଣ, ଷ୍ଟ୍ରେଟ ଅଫ ହର୍ମୁଜରେ ବଢିଲା ଉତ୍ତେଜନା
ପଶ୍ଚିମ ଏସିଆରେ ଏକ ବଡ଼ ଧରଣର ସାମରିକ ସଂଘର୍ଷର ଆଶଙ୍କା ଦେଖାଦେଇଛି। ଷ୍ଟ୍ରେଟ ଅଫ ହର୍ମୁଜକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଇରାନ ପକ୍ଷରୁ କୁଏତ ଏବଂ ବାହାରିନ ଉପରେ ଆକ୍ରମଣ କରାଯାଇଛି, ଯାହା ସମଗ୍ର ଅଞ୍ଚଳରେ ଉତ୍ତେଜନାକୁ ଦ୍ୱିଗୁଣିତ କରିଛି।
ସୂଚନା ଅନୁସାରେ, ଇରାନ ସାମରିକ ବାହିନୀ ପକ୍ଷରୁ ହୋଇଥିବା ଏହି ଆକ୍ରମଣରେ କୁଏତ ଏବଂ ବାହାରିନର କେତେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଟାର୍ଗେଟ କରାଯାଇଛି। ଷ୍ଟ୍ରେଟ ଅଫ ହର୍ମୁଜ ଜଳପଥରେ ନିଜର ପ୍ରାଧାନ୍ୟ ବିସ୍ତାର କରିବା ପାଇଁ ଇରାନ ଏଭଳି ପଦକ୍ଷେପ ନେଇଥିବା ବିଶ୍ୱାସ କରାଯାଉଛି। ଏହି ଘଟଣା ପରେ ଆରବ ଦେଶଗୁଡ଼ିକ ମଧ୍ୟରେ ଭୟ ଓ ଆଶଙ୍କାର ବାତାବରଣ ଖେଳିଯାଇଛି।
ଏହି ଆକ୍ରମଣ ଫଳରେ ଅନ୍ତର୍ଜାତୀୟ ତୈଳ ପରିବହନ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି, ଯାହା ବିଶ୍ୱ ଅର୍ଥନୀତି ଉପରେ ଗୁରୁତର ପ୍ରଭାବ ପକାଇପାରେ। କୁଏତ ଓ ବାହାରିନ ସରକାର ଏହି ଘଟଣାର କଡ଼ା ନିନ୍ଦା କରିବା ସହ ମିଳିତ ଜାତିସଂଘର ହସ୍ତକ୍ଷେପ ଲୋଡ଼ିଛନ୍ତି। ଅନ୍ୟପକ୍ଷରେ, ଆମେରିକା ନିଜର ନୌବାହିନୀକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି।






