Thursday Horoscope: ଗୁରୁବାର ରାଶିଫଳ (୧୯-୧୧-୨୦୨୬)

Madhusudan Das Picture
Published On

ମେଷ: ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ। ପରିବାର ସହିତ ଦର୍ଶନୀୟ ସ୍ଥାନ ବୁଲିବାକୁ ଯିବେ। ସମ୍ପର୍କୀୟଙ୍କ ସହିତ ମତାନ୍ତର ଦୂର ହେବ। ବାହାର ଖାଦ୍ୟପାନୀୟଠାରୁ ଦୂରେଇ ରହିବେ। 

ଆହୁରି ପଢ଼ନ୍ତୁ: Thursday Horoscope: ଗୁରୁବାର ରାଶିଫଳ (୧୨-୧୧-୨୦୨୬)

ବୃଷ: ସମସ୍ୟା କମ୍ ହେବ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଅଟକି ରହିଥିବା କାର୍ଯ୍ୟରେ ସଫଳତା ମିଳିବ। ଛାତ୍ରଛାତ୍ରୀଙ୍କର ପଢ଼ା ପ୍ରତି ରୁଚି ବଢ଼ିବ। ଚାକିରିରେ ସକାରାତ୍ମକ ପରିବର୍ତ୍ତନ ଆସିପାରେ। 

ଆହୁରି ପଢ଼ନ୍ତୁ: Monday Horoscope: ସୋମବାର ରାଶିଫଳ (୧୬-୧୧-୨୦୨୬)

ମିଥୁନ: ଯୋଗ, ପ୍ରାଣାୟମ କରିବେ। ବନ୍ଧୁଙ୍କ ସାହାଯ୍ୟ ଯୋଗୁଁ କ୍ୟାରିୟରରେ ନୂଆ ଅବସର ମିଳିବ। ଅଯଥା ସମସ୍ୟାର ସମାଧାନ ହୋଇଯିବ। ବ୍ୟବସାୟ ପାଇଁ ବିଦେଶ ଯୋଜନା କରିବେ। 

ଆହୁରି ପଢ଼ନ୍ତୁ: Wednesday Horoscope: ବୁଧବାର ରାଶିଫଳ (୧୮-୧୧-୨୦୨୬)

କର୍କଟ: ଦିନଟି ଅନୁକୂଳ ରହିବ। ନିତିଦିନ କାମରେ ଅଧିକ ସମୟ ଅତିବାହିତ କରିବେ। ଗୁରୁଜନଙ୍କ ଆଶୀର୍ବାଦ ନେଲେ ଆର୍ଥିକ ସ୍ଥିତି ମଜଭୁତ ହେବ। ବାପାମାଆ ପିଲାଙ୍କ ପାଇଁ ନୂଆ ଯୋଜନା କରିବେ।

ସିଂହ: ଅନଲାଇନ୍‌ ଠକେଇରେ ପଡ଼ିପାରନ୍ତି, ସତର୍କ ରହିବା ଦରକାର। ଦୀର୍ଘ ଦିନ ପରେ ପରିବାର ସହିତ ସମୟ ଅତିବାହିତ କରିବାର ସୁଯୋଗ ଜୁଟିବ। ଅଟକି ଥିବା କାର୍ଯ୍ୟ ପୂରା ହେବ।

କନ୍ୟା: ଇଞ୍ଜିନିୟର ଛାତ୍ରଙ୍କୁ ଆଗକୁ ଯିବାର ସୁଯୋଗ ମିଳିବ। ପ୍ରେମିକାଙ୍କଠାରୁ ଉପହାର ମିଳିବ। ପାରିବାରିକ ଜୀବନରେ ହସ ଖୁସି ବୃଦ୍ଧି ପାଇବ। କୌଣସି ବଡ଼ ଦାୟିତ୍ବ ଗ୍ରହଣ କରିବେ।

ତୁଳା: ଦିନଟି ଭଲରେ ଅତିବାହିତ ହେବ। ପାରିବାରିକ ମାମଲାରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। କୌଣସି ମାମଲାରେ ଅଯଥାରେ ପଡ଼ନ୍ତୁନି। ଅର୍ଥ ନିବେଶରୁ ଦୂରେଇ ରୁହନ୍ତୁ। ଧାର୍ମିକ ସ୍ଥାନକୁ ଯାତ୍ରା କରିବେ। 

ବିଛା: ରାଜନୀତିରେ ସାମିଲ ଲୋକଙ୍କୁ ଖୁସି ଖବର ମିଳିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ନୂଆ କାର୍ଯ୍ୟ ଆରମ୍ଭ କଲେ ସଫଳତା ମିଳିବ। ଜୀବନସାଥୀଙ୍କ ସହିତ ବୁଲିବାକୁ ଯିବେ। 

ଧନୁ: ଚାକିରି ପାଇଁ ବିଦେଶ ଯାତ୍ରା କରିବେ। ଦାମ୍ପତ୍ୟ ଜୀବନରେ ଖୁସିର ପରିବେଶ ରହିବ। ଆର୍ଥିକ ସ୍ଥିତିରେ ସୁଧାର ହେବ। ବ୍ୟବସାୟରୁ ଲାଭ ମିଳିବ। ଭୌତିକ ସୁଖ ସୁବିଧା ପ୍ରାପ୍ତ ହେବ। 

ମକର: ନୂଆ ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ନିଅନ୍ତୁ। ନୂଆ ଚାକିରିର ସୁଯୋଗ ଜୁଟିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। କୌଣସି ସମସ୍ୟାର ସମାଧାନ ବାହାର କରିବେ। 

କୁମ୍ଭ: ଆର୍ଥିକ ସ୍ଥିତି ପୂର୍ବ ତୁଳନାରେ ସୁଧୁରିବ। ଧନ ଲାଭର ଅବସର ଅଛି। ଅଫିସ୍‌ରେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ବ୍ୟସ୍ତ ରହିବେ। ଅସହାୟଙ୍କୁ ସାହାଯ୍ୟ କରିବେ। ବିଦ୍ୟାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହେବେ। 

ମୀନ: ବୈବାହିକ ଜୀବନ ସୁଖମୟ ହେବ। ଭାଇ ଭଉଣୀଙ୍କ ମତାନ୍ତର ଦୂର ହେବ। ବ୍ୟବସାୟରେ ଉନ୍ନତି ହେବ। ଲକ୍ଷ୍ୟ ହାସଲ କରିବାରେ ସଫଳ ହେବେ। ବନ୍ଧୁଙ୍କ ସହିତ ବୁଲିବାକୁ ଯିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp