ପାରାଦୀପରେ ୩ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ସୃଷ୍ଟିହେବ ୩୪୦୦୦ରୁ ଉର୍ଦ୍ଧ୍ବ କର୍ମନିଯୁକ୍ତି

The Sakala Picture
Published On

ପାରାଦୀପ: ଓଡ଼ିଶାରେ ଶିଳ୍ପାୟନର ନୂଆ ଅଧ୍ଯାୟ। ପାରାଦୀପରେ ୩ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜେଏସଡବ୍ଲ୍ୟ ଉତ୍କଳ ଷ୍ଟିଲ କାରଖାନା, ରିନ୍ୟୁ ଇ-ଫୁଏଲ ଗ୍ରୀନ ଆମୋନିଆ କାରଖାନା ଏବଂ ସିଲକ୍ସ ଇଣ୍ଡିଆ ଅତ୍ୟାଧିୁନିକ ରାସାୟିନିକ କାରଖାନାର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜେଏସଡବ୍ଲ୍ୟ ଉତ୍କଳ ଷ୍ଟିଲ ପ୍ଲାଣ୍ଟରେ ୬୫ ହଜାର କୋଟିର ପୁଞ୍ଜି ନିବେଶ କରିଛି । ଏହାଦ୍ୱାରା ଆଗାମୀ ଦିନରେ ୩୦ ହଜାର ଯୁବବର୍ଗଙ୍କୁ କର୍ମନିଯୁକ୍ତି ମିିିଳିବ । […]

ପାରାଦୀପ: ଓଡ଼ିଶାରେ ଶିଳ୍ପାୟନର ନୂଆ ଅଧ୍ଯାୟ। ପାରାଦୀପରେ ୩ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜେଏସଡବ୍ଲ୍ୟ ଉତ୍କଳ ଷ୍ଟିଲ କାରଖାନା, ରିନ୍ୟୁ ଇ-ଫୁଏଲ ଗ୍ରୀନ ଆମୋନିଆ କାରଖାନା ଏବଂ ସିଲକ୍ସ ଇଣ୍ଡିଆ ଅତ୍ୟାଧିୁନିକ ରାସାୟିନିକ କାରଖାନାର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜେଏସଡବ୍ଲ୍ୟ ଉତ୍କଳ ଷ୍ଟିଲ ପ୍ଲାଣ୍ଟରେ ୬୫ ହଜାର କୋଟିର ପୁଞ୍ଜି ନିବେଶ କରିଛି । ଏହାଦ୍ୱାରା ଆଗାମୀ ଦିନରେ ୩୦ ହଜାର ଯୁବବର୍ଗଙ୍କୁ କର୍ମନିଯୁକ୍ତି ମିିିଳିବ । ବାର୍ଷିକ ୧୩.୨ ମିଲିୟନ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ସମନ୍ଵିତ ଇସ୍ପାତ ପ୍ରକଳ୍ପ ସହିତ ୫୨ ମିଲିୟନ ମେଟ୍ରିକ ଟନ ବିଶିଷ୍ଟ ନିଜସ୍ବ ଜେଟିର ଭୂମିପୂଜନ ଓ ଭିତ୍ତିପ୍ରସ୍ତରର ଶୁଭ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଆହୁରି ପଢ଼ନ୍ତୁ: ବ୍ରିକ୍ସ ସମ୍ମିଳନୀରେ ମହକିବ ଓଡ଼ିଶାର କୋରାପୁଟ କଫି: ବିଦେଶୀ ଅତିଥି ଚାଖିବେ 'ଟାଇଗର ବ୍ରାଇଟ୍'

ସେହିପରି ରିନ୍ଯୁ ଇ-ଫୁଏଲ ଗ୍ରୀନ ଆମୋନିଆ ପ୍ଲାଣ୍ଟ ପାଇଁ ୨୨ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିଛି । ଏହା ୪ହଜାର ରୋଜଗାର ସୃଷ୍ଟି କରିିବ । ଏହାସହ ଆଉ ଏକ କମ୍ପାନୀ ସିଲକ୍ସ ଇଣ୍ଡିିଆ ଅତ୍ୟାଧିୁନିକ ରାସାୟନିକ କାରଖାନା ପାଇଁ ୫୦୦ କୋଟିର ପୁଞ୍ଜି ନିବେଶ କରିଛି । ଏହାଦ୍ୱାରା ୮୧୦ ଜଣଙ୍କୁ କର୍ମନିଯୁକ୍ତି ମିିଳିବ । ଶିଳ୍ପାୟନ ଦ୍ୱାରା ଯୁବବର୍ଗଙ୍କୁ ନିଯୁକ୍ତି ଯୋଗାଇଦେବାକୁ ଲକ୍ଷ୍ୟ ରଖି ନୂତନ ଶିଳ୍ପ ପ୍ରତିଷ୍ଠା କରାଯାଉଥିବା କହିଛନ୍ତି ରାଜ୍ୟ ସରକାର ।

ଆହୁରି ପଢ଼ନ୍ତୁ: ହାଇଦ୍ରାବାଦରେ ଓଡ଼ିଆ ଶ୍ରମିକଙ୍କୁ ନିର୍ମମ ହତ୍ୟା, ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପରିବାର ପକ୍ଷରୁ ଦାବି

ଆଜିର ଏହି ସବୁ ପ୍ରକଳ୍ପ ଲାଗି ମୁଖ୍ଯମନ୍ତ୍ରୀ କମ୍ପାନୀଗୁଡିକୁ ଧନ୍ଯବାଦ ଜଣାଇଛନ୍ତି । ନିରନ୍ତର ସହାୟତା ଓ ସହଯୋଗ ଲାଗି ଜେଏସଡବ୍ଲ୍ୟୁ ଅଧ୍ଯକ୍ଷ ସଜ୍ଜନ ଜିନ୍ଦଲଙ୍କୁ ସ୍ବତନ୍ତ୍ର ଧନ୍ଯବାଦ ଦେଇଛନ୍ତି ମୁଖ୍ଯମନ୍ତ୍ରୀ । ଜଣେ ଭଲ ସହଯୋଗୀ ଭାବେ ଜେଏସଡବ୍ଲ୍ୟୁ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରି ରାଜ୍ଯକୁ ଦେଶରେ ଏକ ଇଣ୍ଡଷ୍ଟ୍ରିଆଲ ପାୱାରହାଉସ ଭାବେ ପରିଚିତି କରାଇପାରିଛି।

ଆହୁରି ପଢ଼ନ୍ତୁ: ଅଗ୍ନି ନିରାପତ୍ତା ନଥିଲେ ସାବଧାନ: ଆଜିଠୁ ସାରା ରାଜ୍ୟରେ ଅଗ୍ନିଶମ ବିଭାଗର ସରପ୍ରାଇଜ୍ ଯାଞ୍ଚ ଆରମ୍ଭ

ବିକାଶ ଆଜି ଓଡ଼ିଶାର ପରିଚୟ ହୋଇଛି । ଶିଳ୍ପ ଭିତ୍ତିଭୂମି, ଶିକ୍ଷା, ସ୍ବାସ୍ଥ୍ଯ, ସବୁ କ୍ଷେତ୍ରରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି । 5T ଉପକ୍ରମରେ ଓଡ଼ିଶାର ବିକାଶଧାରା ଆହୁରି ଉଜ୍ଜ୍ବଳ ହେଉଛି । ସାଧାରଣ ଲୋକ, ଚାଷୀ, ମାଆ, ଯୁବକମାନେ ବିକାଶର ଅଂଶ ପାଲଟିଛନ୍ତି । ସହଯୋଗ ପାଇଁ ଜଗତସିଂହପୁରକୁ ଧନ୍ଯବାଦ ଜଣାଇବା ସହ ଏହି ସବୁ ପ୍ରକଳ୍ପ ଦ୍ବାରା ଏଠିକାର ସବୁ ପରିବାର ଉପକୃତ ହେବେ ବୋଲି ମୁଖ୍ଯମନ୍ତ୍ରୀ ଆଶା କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର