ବାହାଘରର ୨ ଦିନ ନପୁରୁଣୁ ପ୍ରେମିକ ସହ ଚମ୍ପଟ ମାରିଲେ ନବବଧୂ

Madhusudan Das Picture
Published On

ବୌଦ୍ଧ: ବିବାହର ମାତ୍ର ଦୁଇ ଦିନ ପରେ ଶାଶୁଘର ଛାଡି ପ୍ରେମିକ ସହ ଫେରାର ହୋଇଯାଇଛନ୍ତି ଜଣେ ନବବଧୂ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅଞ୍ଚଳରେ। ନବବଧୂ ଜଣକ ନିଜ ସ୍ୱାମୀଙ୍କୁ ଛାଡି ପୁରୁଣା ପ୍ରେମିକଙ୍କ ହାତ ଧରି ପଳାଇଥିବା ବେଳେ ପୋଲିସ ଉଭୟଙ୍କୁ ଅଟକ ରଖିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ମିଳିଥିବା ସୂଚନା ଅନୁଯାୟୀ, ଗତ ୨୨ ତାରିଖରେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ମୁର୍ସିଙ୍ଗ ଗାଁର ତିଲୁ ଭୋଇ ବୈଦିକ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ସେ କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ଖଲିଆପାଲିର ଜଣେ ଯୁବତୀଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ତେବେ ବିବାହର ମାତ୍ର ଦୁଇ ଦିନ ପରେ ନବବଧୂ ଜଣକ କଣ୍ଟାମାଳ ଅଞ୍ଚଳର ତାଙ୍କ ପ୍ରେମିକଙ୍କ ସହ ଫେରାର ମାରିଥିଲେ।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

ପତ୍ନୀ ଫେରାର ହେବା ପରେ ସ୍ୱାମୀ ତିଲୁ ଭୋଇ ଦେଓଗାଁ ଥାନାରେ ଏନେଇ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଅଭିଯୋଗ ଆଧାରରେ କଣ୍ଟାମାଳ ପୋଲିସ ସନ୍ଧ୍ୟାରେ ପ୍ରେମୀ ଯୁଗଳଙ୍କୁ ଠାବ କରି ଥାନାକୁ ଉଠାଇ ଆଣିଥିଲା। ଥାନାରେ ପଚରାଉଚରା ପରେ ଉଭୟ ପ୍ରେମିକ ଓ ପ୍ରେମିକାଙ୍କୁ ଦେଓଗାଁ ପୋଲିସକୁ ହସ୍ତାନ୍ତର କରିଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର