ବେଙ୍ଗାଲୁରୁରେ ଭୟଙ୍କର ହତ୍ୟାକାଣ୍ଡ: ସ୍ତ୍ରୀ ଓ ଶାଶୂଙ୍କ ସମେତ ପରିବାରର ୭ ଜଣଙ୍କୁ ହତ୍ୟା କଲା ପାଷାଣ୍ଡ ସ୍ୱାମୀ

Madhusudan Das Picture
Published On

ନୂଆଦିଲ୍ଲୀ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁର ଶ୍ରୀରାମପୁର ଅଞ୍ଚଳରେ ଏକ ଅତି ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଜଣେ ବ୍ୟକ୍ତି ନିଜ ପତ୍ନୀ ଏବଂ ତାଙ୍କ ପରିବାରର ଅନ୍ୟ ୬ ଜଣ ସଦସ୍ୟଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ୭ ବର୍ଷର ଶିଶୁ ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି। ପାରିବାରିକ କଳହକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି।  

ଆହୁରି ପଢ଼ନ୍ତୁ: ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ପ୍ରଫେସରଙ୍କୁ ଛୁରାମାଡ଼, ଅଭିଯୁକ୍ତ ଅଟକ

ଅଭିଯୁକ୍ତର ନାମ ଇନ୍ଦୁଶେଖର ବୋଲି ଜଣାପଡିଛି। ସେ ନିଜ ପତ୍ନୀ ସୁନୀତା, ଶାଶୂ ରୂପାବତୀ, ଦୁଇ ଶଳା, ସେମାନଙ୍କ ପତ୍ନୀ ଏବଂ ୭ ବର୍ଷର ପୁତୁରା ପୁନିତଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଏକ ଶିଳପୁଆ (grinding stone) ସାହାଯ୍ୟରେ ସମସ୍ତଙ୍କୁ ହତ୍ୟା କରିଛି। ହତ୍ୟା କରିବା ପରେ ସେ ମୃତଦେହଗୁଡ଼ିକୁ ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଥିବା ଜଣାପଡିଛି। 

ଆହୁରି ପଢ଼ନ୍ତୁ: ରାଜଧାନୀରେ ଚାଞ୍ଚଲ୍ୟ: ପାର୍କ ନିକଟରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ପୋଲିସର କହିବା ଅନୁଯାୟୀ, ଇନ୍ଦୁଶେଖର ଏବଂ ସୁନୀତାଙ୍କ ବିବାହକୁ ପ୍ରାୟ ୨୦ ବର୍ଷ ହୋଇଥିଲା। କିନ୍ତୁ ସୁନୀତା ବାରମ୍ବାର ତାଙ୍କ ବାପଘରକୁ ଯିବାକୁ ନେଇ ଦମ୍ପତିଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା। ସୁନୀତାଙ୍କୁ ତାଙ୍କ ମା' ଏବଂ ଭାଇମାନେ ସମର୍ଥନ କରୁଥିବାରୁ ଇନ୍ଦୁଶେଖର ସେମାନଙ୍କ ଉପରେ ପ୍ରତିଶୋଧ ପରାୟଣ ହୋଇ ଏହି ଚରମ ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି।  

ଆହୁରି ପଢ଼ନ୍ତୁ: OLXରେ ଶସ୍ତା ଘର ଭଡ଼ାର ପ୍ରଲୋଭନ ଦେଖାଇ ଠକେଇ, ମାଆ ଓ ପୁଅ ଗିରଫ

ସୂଚନା ପାଇବା ପରେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ୭ ବର୍ଷର ଶିଶୁ ପୁନିତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟ ମୃତଦେହଗୁଡ଼ିକୁ ବେଙ୍ଗାଲୁରୁ ଏବଂ ପଡ଼ୋଶୀ ଚିକବଲ୍ଲାପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି। ବାକି ମୃତଦେହଗୁଡ଼ିକୁ ଖୋଜିବା ପାଇଁ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର