ଗୋପାଳପୁରରେ ପୁଣି ଲଜ୍ଜା, ଜଙ୍ଗଲରେ ମହିଳାଙ୍କୁ ଦୁଷ୍କର୍ମ...

Deviprasad Mohanty Picture
Published On

ବ୍ରହ୍ମପୁର: ଗୋପାଳପୁରରେ ପୁଣି ଲଜ୍ଜା। ବେଳାଭୂମିରେ ଜରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ମନରୁ ନ ଲିଭୁଣୁ ପୁଣି ଏହି ଥାନା ଅଞ୍ଚଳରେ ଥିବା ଏକ ଜଙ୍ଗଲରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲା, ମଣି ଦାସ(୨୭)।

ଆହୁରି ପଢ଼ନ୍ତୁ: ଧଉଳିରେ ଲଜ୍ଜାଜନକ ଘଟଣା: ପୁରୁଷବନ୍ଧୁଙ୍କୁ ମାଡ଼ ମାରି ନାବାଳିକାକୁ ଗଣଦୁଷ୍କର୍ମ, ଦୁଇ ଗିରଫ

ସୂଚନାନୁସାରେ, ଗୋପାଳପୁର ଥାନା ଅଞ୍ଚଳର ଜଣେ ବିବାହିତା ମହିଳାଙ୍କୁ ଗତ ଗୁରୁବାର ସନ୍ଧ୍ୟାରେ ମଣି ଜୋରଜବରଦସ୍ତ ଏକ ସ୍କୁଟିରେ ନେଇ ନିକଟସ୍ଥ ଏକ ଜଙ୍ଗଲ ଭିତରେ ଦୁଷ୍କର୍ମ କରିଥିଲା। ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା। ଅଭିଯୁକ୍ତ ମଣିକୁ ପୁଲିସ ନିଜ ଗ୍ରାମରୁ ଗିରଫ କରିବା ସହ ତା’ଠାରୁ ଗୋଟିଏ ସ୍କୁଟି ଓ ମୋବାଇଲ ଜବତ କରିଛି। ଏହାସହ ଉଭୟ ପୀଡ଼ିତା ଓ ଅଭିଯୁକ୍ତଙ୍କ ବୟାନ ରେକର୍ଡ ସହ ଡାକ୍ତରୀମାଇନା କରାଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ମହିଳାଙ୍କୁ ସୁରକ୍ଷା ଦେବାରେ ଅସମର୍ଥ ରାଜ୍ୟ ସରକାର ଗାଦି ଛାଡ଼ନ୍ତୁ: ବିଜେଡି

Join Us @ WhatsApp

About The Author

Google News
Join Us @ WhatsApp