ବିଜେପି ସରକାରଙ୍କ ଏକ ବର୍ଷର ବିଫଳତାକୁ ବିଜେଡି ଦ୍ୱାରା ଅଭିନବ ଉପାୟରେ ପ୍ରଦର୍ଶନ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ମୋହନ ଚରଣ ମାଝିଙ୍କ ନେତୃତ୍ୱାଧୀନ ସରକାରଙ୍କୁ ଆଜି ଏକ ବର୍ଷ ପୂରଣ ହୋଇଥିବା ବେଳେ ବିଜୁ ଜନତା ଦଳ ତରଫରୁ ରାଜଧାନୀ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ଏକ ଅଭିନବ ଉପାୟରେ ରାଜ୍ୟ ସରକାରଙ୍କ ଏକ ବର୍ଷର ବିଫଳତାକୁ ପ୍ରଦର୍ଶନ କରାଯାଇଥିଲା। ଏଥିରେ ବିଜେଡି ବିଧାୟକ ମାନଙ୍କ ସହିତ ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜେଡି ତରଫରୁ ପ୍ରାର୍ଥୀ ହୋଇଥିବା ନେତା ମାନେ ମୁଖ୍ୟତଃ ଯୋଗ ଦେଇଥିଲେ। ଗତ ନିର୍ବାଚନ ସମୟରେ ବିଜେପି […]

ଭୁବନେଶ୍ୱର: ରାଜ୍ୟରେ ମୋହନ ଚରଣ ମାଝିଙ୍କ ନେତୃତ୍ୱାଧୀନ ସରକାରଙ୍କୁ ଆଜି ଏକ ବର୍ଷ ପୂରଣ ହୋଇଥିବା ବେଳେ ବିଜୁ ଜନତା ଦଳ ତରଫରୁ ରାଜଧାନୀ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ଏକ ଅଭିନବ ଉପାୟରେ ରାଜ୍ୟ ସରକାରଙ୍କ ଏକ ବର୍ଷର ବିଫଳତାକୁ ପ୍ରଦର୍ଶନ କରାଯାଇଥିଲା। ଏଥିରେ ବିଜେଡି ବିଧାୟକ ମାନଙ୍କ ସହିତ ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜେଡି ତରଫରୁ ପ୍ରାର୍ଥୀ ହୋଇଥିବା ନେତା ମାନେ ମୁଖ୍ୟତଃ ଯୋଗ ଦେଇଥିଲେ।

ଆହୁରି ପଢ଼ନ୍ତୁ: ପ୍ରଭାତ ବିଶ୍ୱାଳଙ୍କୁ ହାଇକୋର୍ଟ ଝଟକା: ଚିଟଫଣ୍ଡ ମାମଲା ରଦ୍ଦ ଆବେଦନ ଖାରଜ, ୬ ମାସ ମଧ୍ୟରେ ବିଚାର ସାରିବାକୁ ନିର୍ଦ୍ଦେଶ

ଗତ ନିର୍ବାଚନ ସମୟରେ ବିଜେପି ଦେଇଥିବା ପ୍ରତିଶ୍ରୁତି ପାଳନରେ ରାଜ୍ୟ ସରକାର କିପରି ବିଫଳ ହୋଇଛନ୍ତି, ତାହାକୁ ହାତ ଲେଖା ପ୍ଲାକାର୍ଡ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା। ଏହା ଛଡା, ଗତ ଏକ ବର୍ଷରେ, ଆଇନଶୃଙ୍ଖଳା ପରିସ୍ଥିତି କିପରି ବିପର୍ଯ୍ୟସ୍ତ ହୋଇ ପଡିଛି, ବିଶେଷକରି ଦୁଷ୍କର୍ମ ଓ ମହିଳାଙ୍କ ବିରୋଧରେ ଅପରାଧର ଅହେତୁକ ବୃଦ୍ଧିକୁ କଳାତ୍ମକ ଉପାୟରେ ଦର୍ଶାଯାଇଥିଲା। ରାଜ୍ୟ ସ୍ୱାର୍ଥ ସହିତ ଜଡିତ ଥିବା ପ୍ରତିଟି ପ୍ରସଙ୍ଗ ଯଥା, କେନ୍ଦ୍ରୀୟ ଅନୁଦାନରେ ହ୍ରାସ, ପୋଲାଭରମ, କୋଟିଆ, ମହାନଦୀ ଓ କୋଷ୍ଟାଲ ହାଇୱେ ପ୍ରସଙ୍ଗରେ କେନ୍ଦ୍ରର ଅବହେଳା, ଅତ୍ୟାବଶକୀୟ ଜିନିଷର ଅହେତୁକ ଦରଦାମ ବୃଦ୍ଧି, ଶ୍ରୀମନ୍ଦିରରେ ଅବ୍ୟବସ୍ଥା, ଓବିସି, ଏସଟି ଏସସି ବର୍ଗର ଲୋକଙ୍କ ସ୍ୱାର୍ଥ ପ୍ରତି ଅଣଦେଖା, ଓଡ଼ିଆ ଅସ୍ମିତା ପ୍ରତି କୁଠାରଘାତ, ବିଏସ୍‌କେୱାଇ ବଦଳରେ ଆୟୁଷ୍ମାନରୁ ଯନ୍ତ୍ରଣା ଇତ୍ୟାଦି ମୁଖ୍ୟତଃ ପ୍ଲାକାର୍ଡରେ ସ୍ଥାନ ପାଇଥିଲା। ଗତ ଏକ ବର୍ଷର ସରକାର ଏହି ସମସ୍ତ  କ୍ଷେତ୍ରରେ ବିଫଳ ହୋଇଥିବା ବେଳେ କେବଳ ନବୀନ ସରକାରଙ୍କ ଅମଳର କିଛି ନାମ ଓ ରଙ୍ଗ ପରିର୍ବତ୍ତନ ସରକାର ସାଜିଛନ୍ତି ବୋଲି ପ୍ଲାକାର୍ଡରେ ଦର୍ଶାଯାଇଥିଲା। ବିଜୁ ଜନତା ଦଳର ସମସ୍ତ ବରିଷ୍ଠ ନେତୃତ୍ୱଙ୍କ ଉପସ୍ଥିତିରେ ଏଭଳି ଏକ ଅଭିନବ ପ୍ରଦର୍ଶନକୁ ସ୍ଥାନୀୟ ଲୋକମାନେ ସମର୍ଥନ କରିଥିଲେ। ସେହି ରାସ୍ତାରେ ଯିବା ଆସିବା କରୁଥିବା ଲୋକମାନେ କିଛି ସମୟ ରହି ପ୍ଲାକାର୍ଡ ଗୁଡିକରେ ଲେଖା ଯାଇଥିବା ସ୍ଲୋଗାନଗୁଡିକୁ ପଢ଼ୁଥିବାର ଦେଖାଯାଇଥିଲା। ଘଟଣା ସ୍ଥଳରେ ସ୍ଥାନୀୟ ଲୋକମାନେ ଭିଡ଼ ଜମାଇବାରୁ ପୋଲିସ ଧାରଣାରେ ଥିବା ବିଜେଡି ନେତା ମାନଙ୍କୁ ହଟାଇବାକୁ ଚେଷ୍ଟା କରିଥିଲା, ଯାହା ଫଳରେ କିଛି ସମୟ ପାଇଁ ଘଟଣାସ୍ଥଳରେ ସାମାନ୍ୟ ଉତ୍ତେଜନା ଦେଖାଦେଇଥିଲା। ପୋଲିସର ପ୍ରଚେଷ୍ଟା ସତ୍ତେ୍ୱ, ଘଟଣା ସ୍ଥଳରେ ଧାରଣା ଜାରି ରହିଥିଲା।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ପ୍ରବଳ ବର୍ଷା: ଖୋଲା ନାଳରେ ଭାସିଗଲେ ଦୁଇ ଯୁବକ, ଜଣେ ଉଦ୍ଧାର ଏବଂ ଅନ୍ୟ ଜଣେ ନିଖୋଜ

ଏହି ଧାରଣାରେ ଦଳର ବରିଷ୍ଠ ନେତୃବୃନ୍ଦ ଯଥା,  ଦେବୀ ପ୍ରସାଦ ମିଶ୍ର,  ସଂତୃପ୍ତ ମିଶ୍ର,  ପ୍ରଣବ ପ୍ରକାଶ ଦାସ, ଡ଼ଃ ଅରୁଣ କୁମାର ସାହୁ, ସଞ୍ଜୟ କୁମାର ଦାସବର୍ମା,  ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବ,  ପ୍ରମିଳା ମଲ୍ଲିକ,  ସ୍ନେହାଙ୍ଗିନୀ ଛୁରିଆ,  ଟୁକୁନି ସାହୁ,  ରାଜଶ୍ରୀ ମଲ୍ଲିକ, ପ୍ରଣବ ବଳବନ୍ତରାୟ,  ବ୍ୟୋମକେଶ ରାୟ, ଦେବୀରଂଜନ ତ୍ରିପାଠୀ,  ସୁବାଶିଷ ଖୁଣ୍ଟିଆ,  ସୁଲତା ଦେଓ,  ସୁଶାନ୍ତ ରାଉତ,  ସୁଦାମ ମାରାଣ୍ଡି,  ରମେଶ ବେହେରା, ଧ୍ରୁବ ସାହୁ,  ସର୍ମିଷ୍ଠା ସେଠୀ,  ଗୌତମବୁଦ୍ଧ ଦାସ, ସାରଦା ଜେନା, ଚନ୍ଦ୍ରଶେଖର ସାହୁ,  ପ୍ରୀତିରଂଜନ ଘଡାଇ,  ଭୃଗୁ ବକ୍ସିପାତ୍ର, ଡ଼ଃ ଲେଖାଶ୍ରୀ ସାମନ୍ତସିଂହାର, ରୁଦ୍ର ମହାରଥୀ, ମନ୍ମଥ ରାଉତରାୟ ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

ଆହୁରି ପଢ଼ନ୍ତୁ: ପାରିବାରିକ ବିବାଦର କରୁଣ ପରିଣତି: ବିଷ ପିଇ ଜୀବନ ହାରିଲେ ସିଆରପିଏଫ୍ ଯବାନ

12 Jun 2025 By The Sakala

ବିଜେପି ସରକାରଙ୍କ ଏକ ବର୍ଷର ବିଫଳତାକୁ ବିଜେଡି ଦ୍ୱାରା ଅଭିନବ ଉପାୟରେ ପ୍ରଦର୍ଶନ

ଭୁବନେଶ୍ୱର: ରାଜ୍ୟରେ ମୋହନ ଚରଣ ମାଝିଙ୍କ ନେତୃତ୍ୱାଧୀନ ସରକାରଙ୍କୁ ଆଜି ଏକ ବର୍ଷ ପୂରଣ ହୋଇଥିବା ବେଳେ ବିଜୁ ଜନତା ଦଳ ତରଫରୁ ରାଜଧାନୀ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ଏକ ଅଭିନବ ଉପାୟରେ ରାଜ୍ୟ ସରକାରଙ୍କ ଏକ ବର୍ଷର ବିଫଳତାକୁ ପ୍ରଦର୍ଶନ କରାଯାଇଥିଲା। ଏଥିରେ ବିଜେଡି ବିଧାୟକ ମାନଙ୍କ ସହିତ ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜେଡି ତରଫରୁ ପ୍ରାର୍ଥୀ ହୋଇଥିବା ନେତା ମାନେ ମୁଖ୍ୟତଃ ଯୋଗ ଦେଇଥିଲେ।

ଗତ ନିର୍ବାଚନ ସମୟରେ ବିଜେପି ଦେଇଥିବା ପ୍ରତିଶ୍ରୁତି ପାଳନରେ ରାଜ୍ୟ ସରକାର କିପରି ବିଫଳ ହୋଇଛନ୍ତି, ତାହାକୁ ହାତ ଲେଖା ପ୍ଲାକାର୍ଡ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା। ଏହା ଛଡା, ଗତ ଏକ ବର୍ଷରେ, ଆଇନଶୃଙ୍ଖଳା ପରିସ୍ଥିତି କିପରି ବିପର୍ଯ୍ୟସ୍ତ ହୋଇ ପଡିଛି, ବିଶେଷକରି ଦୁଷ୍କର୍ମ ଓ ମହିଳାଙ୍କ ବିରୋଧରେ ଅପରାଧର ଅହେତୁକ ବୃଦ୍ଧିକୁ କଳାତ୍ମକ ଉପାୟରେ ଦର୍ଶାଯାଇଥିଲା। ରାଜ୍ୟ ସ୍ୱାର୍ଥ ସହିତ ଜଡିତ ଥିବା ପ୍ରତିଟି ପ୍ରସଙ୍ଗ ଯଥା, କେନ୍ଦ୍ରୀୟ ଅନୁଦାନରେ ହ୍ରାସ, ପୋଲାଭରମ, କୋଟିଆ, ମହାନଦୀ ଓ କୋଷ୍ଟାଲ ହାଇୱେ ପ୍ରସଙ୍ଗରେ କେନ୍ଦ୍ରର ଅବହେଳା, ଅତ୍ୟାବଶକୀୟ ଜିନିଷର ଅହେତୁକ ଦରଦାମ ବୃଦ୍ଧି, ଶ୍ରୀମନ୍ଦିରରେ ଅବ୍ୟବସ୍ଥା, ଓବିସି, ଏସଟି ଏସସି ବର୍ଗର ଲୋକଙ୍କ ସ୍ୱାର୍ଥ ପ୍ରତି ଅଣଦେଖା, ଓଡ଼ିଆ ଅସ୍ମିତା ପ୍ରତି କୁଠାରଘାତ, ବିଏସ୍‌କେୱାଇ ବଦଳରେ ଆୟୁଷ୍ମାନରୁ ଯନ୍ତ୍ରଣା ଇତ୍ୟାଦି ମୁଖ୍ୟତଃ ପ୍ଲାକାର୍ଡରେ ସ୍ଥାନ ପାଇଥିଲା। ଗତ ଏକ ବର୍ଷର ସରକାର ଏହି ସମସ୍ତ  କ୍ଷେତ୍ରରେ ବିଫଳ ହୋଇଥିବା ବେଳେ କେବଳ ନବୀନ ସରକାରଙ୍କ ଅମଳର କିଛି ନାମ ଓ ରଙ୍ଗ ପରିର୍ବତ୍ତନ ସରକାର ସାଜିଛନ୍ତି ବୋଲି ପ୍ଲାକାର୍ଡରେ ଦର୍ଶାଯାଇଥିଲା। ବିଜୁ ଜନତା ଦଳର ସମସ୍ତ ବରିଷ୍ଠ ନେତୃତ୍ୱଙ୍କ ଉପସ୍ଥିତିରେ ଏଭଳି ଏକ ଅଭିନବ ପ୍ରଦର୍ଶନକୁ ସ୍ଥାନୀୟ ଲୋକମାନେ ସମର୍ଥନ କରିଥିଲେ। ସେହି ରାସ୍ତାରେ ଯିବା ଆସିବା କରୁଥିବା ଲୋକମାନେ କିଛି ସମୟ ରହି ପ୍ଲାକାର୍ଡ ଗୁଡିକରେ ଲେଖା ଯାଇଥିବା ସ୍ଲୋଗାନଗୁଡିକୁ ପଢ଼ୁଥିବାର ଦେଖାଯାଇଥିଲା। ଘଟଣା ସ୍ଥଳରେ ସ୍ଥାନୀୟ ଲୋକମାନେ ଭିଡ଼ ଜମାଇବାରୁ ପୋଲିସ ଧାରଣାରେ ଥିବା ବିଜେଡି ନେତା ମାନଙ୍କୁ ହଟାଇବାକୁ ଚେଷ୍ଟା କରିଥିଲା, ଯାହା ଫଳରେ କିଛି ସମୟ ପାଇଁ ଘଟଣାସ୍ଥଳରେ ସାମାନ୍ୟ ଉତ୍ତେଜନା ଦେଖାଦେଇଥିଲା। ପୋଲିସର ପ୍ରଚେଷ୍ଟା ସତ୍ତେ୍ୱ, ଘଟଣା ସ୍ଥଳରେ ଧାରଣା ଜାରି ରହିଥିଲା।

ଏହି ଧାରଣାରେ ଦଳର ବରିଷ୍ଠ ନେତୃବୃନ୍ଦ ଯଥା,  ଦେବୀ ପ୍ରସାଦ ମିଶ୍ର,  ସଂତୃପ୍ତ ମିଶ୍ର,  ପ୍ରଣବ ପ୍ରକାଶ ଦାସ, ଡ଼ଃ ଅରୁଣ କୁମାର ସାହୁ, ସଞ୍ଜୟ କୁମାର ଦାସବର୍ମା,  ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବ,  ପ୍ରମିଳା ମଲ୍ଲିକ,  ସ୍ନେହାଙ୍ଗିନୀ ଛୁରିଆ,  ଟୁକୁନି ସାହୁ,  ରାଜଶ୍ରୀ ମଲ୍ଲିକ, ପ୍ରଣବ ବଳବନ୍ତରାୟ,  ବ୍ୟୋମକେଶ ରାୟ, ଦେବୀରଂଜନ ତ୍ରିପାଠୀ,  ସୁବାଶିଷ ଖୁଣ୍ଟିଆ,  ସୁଲତା ଦେଓ,  ସୁଶାନ୍ତ ରାଉତ,  ସୁଦାମ ମାରାଣ୍ଡି,  ରମେଶ ବେହେରା, ଧ୍ରୁବ ସାହୁ,  ସର୍ମିଷ୍ଠା ସେଠୀ,  ଗୌତମବୁଦ୍ଧ ଦାସ, ସାରଦା ଜେନା, ଚନ୍ଦ୍ରଶେଖର ସାହୁ,  ପ୍ରୀତିରଂଜନ ଘଡାଇ,  ଭୃଗୁ ବକ୍ସିପାତ୍ର, ଡ଼ଃ ଲେଖାଶ୍ରୀ ସାମନ୍ତସିଂହାର, ରୁଦ୍ର ମହାରଥୀ, ମନ୍ମଥ ରାଉତରାୟ ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର