ନିଳାଦ୍ରୀ ବିଜେ ଅବ୍ୟବସ୍ଥା ପ୍ରସଙ୍ଗ: ଉପମୁଖ୍ୟମନ୍ତ୍ରୀ ଓ ବିଜେପି ନେତାଙ୍କ ଚାହାଣି ମଣ୍ଡପରେ ଉପସ୍ଥିତିକୁ ନେଇ ବିଜେଡିର ପ୍ରଶ୍ନ

Madhusudan Das Picture
Published On

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିଳାଦ୍ରୀ ବିଜେ ସମୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ବିଧାୟକ ଆଶ୍ରିତ ପଟ୍ଟନାୟକ ମହାଲକ୍ଷ୍ମୀଙ୍କ ଚାହାଣି ମଣ୍ଡପରେ ଉପସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି। ମହାଲକ୍ଷ୍ମୀଙ୍କ ଚାହାଣି ମଣ୍ଡପକୁୁ ସେବାୟତ ଛଡ଼ା ଅନ୍ୟ କେହି ଯିବା ପାଇଁ ଶ୍ରୀମନ୍ଦିର ପ୍ରଶାସନର ବାରଣ ସତ୍ତେ୍ୱ ସରକାର ଓ ସରକାରୀ ଦଳର ନେତାମାନଙ୍କୁ ସେଠାରେ ରହିବା ପାଇଁ ବିଶେଷ ଅନୁମତି କିଏ ଦେଲା ବୋଲି ବିଜେଡି ପ୍ରଶ୍ନ କରିଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ବ୍ରାହ୍ମଣୀ ବ୍ରିଜ୍‌ ଉପରେ କାର୍ ରଖି ନଦୀକୁ ଡେଇଁଲେ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି

ଗୁରବାର ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଥିଲେ ଯେ ଗତ ୩ ବର୍ଷ ଧରି ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ଶ୍ରୀକ୍ଷେତ୍ରରେ ଲଗାତାର ଭାବେ ବିଭ୍ରାଟ ଦେଖାଯାଉଛି। ଚଳିତ ବର୍ଷ ରଥଯାତ୍ରା ମଧ୍ୟ ଶୃଙ୍ଖଳିତ ହେବା ପରିବର୍ତ୍ତେ ଦଳାଚକଟାରେ ୩ ଜଣ ଭକ୍ତଙ୍କ ମୃତ୍ୟୁ ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି । ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଏ ବାବଦରେ ଗମ୍ଭୀର ଥିବା ପରି ମନେ ହେଉନାହିଁ । କିନ୍ତୁ ଉପମୁଖ୍ୟମନ୍ତ୍ରୀ ଯଦି ଶୃଙ୍ଖଳା ଭଙ୍ଗ କରି ଚାହାଣି ମଣ୍ଡପରେ ମହାଲକ୍ଷ୍ମୀଙ୍କ ସାମ୍ନାରେ ରହିବେ ଏବଂ ପ୍ରଶାସନ ନିରବ ରହିବ, ତେବେ ସରକାର ହିଁ ପ୍ରଥମ ଶୃଙ୍ଖଳା ଭଙ୍ଗକାରୀ। ରଥ ଉପରୁ ଭକ୍ତଙ୍କ ହାତଧରି ଟାଣି ଟାଣି ତଳକୁ ନେଇ ଆସୁଥିବା ମୁଖ୍ୟ ପ୍ରଶାସକ, ଶାସକ ଦଳର ନେତା, ମନ୍ତ୍ରୀଙ୍କ ଆଗରେ ଏତେ ଅସହାୟ କାହିଁକି ବୋଲି ଡ. ମହାନ୍ତି ପ୍ରଶ୍ନ କରିଛନ୍ତି। ସେ ଆହୁରି କହିଥିଲେ ଯେ ବିଜେପି ରାଜ୍ୟ ସଭାପତିଙ୍କ କ୍ଷମତା, ଅହଙ୍କାରରେ ଏଭଳି କାର୍ଯ୍ୟ ଗ୍ରହଣୀୟ ନୁହେଁ। ସମର୍ପିତ ଭାବେ ମହାପ୍ରଭୁଙ୍କ ସେବା କରିବା ପରିବର୍ତ୍ତେ ବିଜେପି ସରକାରଙ୍କ ଅହଙ୍କାର ପ୍ରଦର୍ଶନ ଯୋଗୁଁ ଗତ ୩ ବର୍ଷ ଧରି ରଥ ପରିଚାଳନାରେ ବିଭ୍ରାଟ ହେଉଛି ଏବଂ ଭକ୍ତ ମୃତୁ୍‌ୟବରଣ କରୁଛନ୍ତି। ସରକାରଙ୍କ ଅପାରଗତା ଲାଗି ଲକ୍ଷ ଲକ୍ଷ ଭକ୍ତ ରଥ ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଉପମୁଖ୍ୟମନ୍ତ୍ରୀଙ୍କ ଏଭଳି ଆଚରଣ ଲାଗି ସେ ରାଜ୍ୟବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଜେଡି ଦାବି କରିଛି।

ଆହୁରି ପଢ଼ନ୍ତୁ: ଡିଜିଟାଲ ପୋଲିସିଂରେ ଓଡ଼ିଶା ପୋଲିସର ନୂଆ ପଦକ୍ଷେପ, ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ରେ ମିଳିବ ୧୪ଟି ପୋଲିସ ସେବା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର