ଭଦ୍ରକରେ ଚାଞ୍ଚଲ୍ଯ: ବାଉଁଶ ବୁଦାରୁ ବାହାରିଲା ନର କଙ୍କାଳ

The Sakala Picture
Published On

ଭଦ୍ରକ: ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଦେହୁଡି ଆନନ୍ଦପୁର ଅଞ୍ଚଳରେ ଚାଞ୍ଚଲ୍ଯକର ଘଟଣା ଦେଖିବାକୁ ମିଳିଛି। ବାଉଁଶ କାଟିବାକୁ ଯାଇଥିବା ବେଳେ ନର କଙ୍କାଳ ଦେଖିବାକୁ ପାଇଥିଲେ ଲୋକେ। ନର କଙ୍କାଳଟି ନିଖୋଜ ୧୯ ବର୍ଷିୟ ଖଗେଶ୍ବର ନାୟକଙ୍କର ବୋଲି ଅନୁମାନ କରାଯାଉଛି । ତାଙ୍କ ବାଡ଼ିରେ ଥିବା ବାଉଁଶ ବୁଦାରୁ ହିଁ ଏହି ନର କଙ୍କାଳ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ, ଗତ ଡିସେମ୍ବର ମାସରୁ ହାତିବାଡି ଗାଁର ଖଗେଶ୍ବର ନିଖୋଜ ଅଛନ୍ତି। […]

ଭଦ୍ରକ: ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଦେହୁଡି ଆନନ୍ଦପୁର ଅଞ୍ଚଳରେ ଚାଞ୍ଚଲ୍ଯକର ଘଟଣା ଦେଖିବାକୁ ମିଳିଛି। ବାଉଁଶ କାଟିବାକୁ ଯାଇଥିବା ବେଳେ ନର କଙ୍କାଳ ଦେଖିବାକୁ ପାଇଥିଲେ ଲୋକେ। ନର କଙ୍କାଳଟି ନିଖୋଜ ୧୯ ବର୍ଷିୟ ଖଗେଶ୍ବର ନାୟକଙ୍କର ବୋଲି ଅନୁମାନ କରାଯାଉଛି । ତାଙ୍କ ବାଡ଼ିରେ ଥିବା ବାଉଁଶ ବୁଦାରୁ ହିଁ ଏହି ନର କଙ୍କାଳ ଉଦ୍ଧାର କରାଯାଇଛି ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଚିକେନ୍ ଦୋକାନୀଙ୍କୁ ହତ୍ୟା, ପୁଅ ଗୁରୁତର

ସୂଚନା ଅନୁଯାୟୀ, ଗତ ଡିସେମ୍ବର ମାସରୁ ହାତିବାଡି ଗାଁର ଖଗେଶ୍ବର ନିଖୋଜ ଅଛନ୍ତି। ଅନଲାଇନ୍ ଗେମ୍ ଖେଳି ବାପାଙ୍କ ଆକାଉଣ୍ଟରୁ ଟଙ୍କା କଟିଯିବା ପରେ ସେ ନିଖୋଜ ହୋଇଯାଇଥିଲେ। ସେବେଠାରୁ ଏଯାଏଁ ତାଙ୍କର କୌଣସି ଖୋଜ ଖବର ମିଳିନି । ଆଜି ତାଙ୍କରି ବାଡିରୁ ନରକଙ୍କାଳ ଜବତ ହୋଇଛି । ଖବେଶ୍ବରଙ୍କ ଦାଦା ବାଡ଼ିକୁ ବାଉଁଶ କାଟିବାକୁ ଯାଇଥିବା ବେଳେ ଝୁଲନ୍ତା ଖପୁରୀ ଦେଖିଥିଲେ । ସେଠାରେ ଖଗେଶ୍ବରଙ୍କ ଜୋତା ଓ ଅନ୍ୟାନ୍ୟ କପଡା ପଡ଼ିଥିବା ସୂଚନା ମିଳିଛି। ପୁଲିସ ତଦନ୍ତ ପରେ କଙ୍କାଳଟି ଖଗେଶ୍ବରଙ୍କର କି ନାହିଁ ତାହା ସ୍ପଷ୍ଟ ହେବ।

ଆହୁରି ପଢ଼ନ୍ତୁ: ଗଣେଷ ମୂର୍ତ୍ତି ବିସର୍ଜନ ବେଳେ ପୋଖରୀରେ ବୁଡି ନବନ ଶ୍ରେଣୀ ଛାତ୍ର ମୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର