ଧାନ ବିକ୍ରି କରିପାରିଲେନି, ଚାଷୀ ମାଗିଲେ ଇଚ୍ଛାମୃତ୍ୟୁ; ବରଗଡ଼ ଜିଲ୍ଲାପାଳଙ୍କୁ ଲେଖିଲେ ଚିଠି

Madhusudan Das Picture
Published On

ଭେଡେନ/ବରଗଡ଼: ମାର୍ଚ୍ଚ ୩୧ରୁ ରାଜ୍ୟରେ ସରିଛି ଖରିଫ ଧାନ କିଣା, ରବିଧାନ କିଣା ଆରମ୍ଭ ହୋଇଛି। କୃଷିମନ୍ତ୍ରୀ ଓ ଯୋଗାଣମନ୍ତ୍ରୀ ଚାଷୀଙ୍କଠାରୁ ଧାନ କ୍ରୟ କ୍ଷେତ୍ରରେ ସରକାରଙ୍କ ପଦକ୍ଷେପ ପ୍ରଶଂସନୀୟ ବୋଲି କହୁଛନ୍ତି। ଏପରି ସମୟରେ ଧାନ ବିକ୍ରିକୁ ନେଇ ରାଜ୍ୟରେ ଆସିଛି ଏକ ସାଂଘାତିକ ଚିତ୍ର। ଧାନ ବିକ୍ରି କରିବାରେ ବିଫଳ ହୋଇଥିବା ବରଗଡ଼ ଜିଲ୍ଲା ଭେଡେ଼ନ୍‌ ବ୍ଲକ୍‌ର ଜଣେ ଚାଷୀ ଜିଲ୍ଲାପାଳଙ୍କ ଜନଶୁଣାଣିରେ ଇଚ୍ଛାମୃତ୍ୟୁ ଆବେଦନ କରିଛନ୍ତି। ଧାନ ବିକ୍ରି କରିବାରେ ବିଫଳ ହେବା ପରେ ସେ ଯାବତୀୟ ଆର୍ଥିକ ଅନଟନର ସମ୍ମୁଖୀନ ହୋଇଛନ୍ତି। ପରିବାର ଖର୍ଚ୍ଚ ତୁଲାଇବାକୁ ବି ବିଫଳ ହୋଇଛନ୍ତି। ତେଣୁ ସେ ଜୀବନ ହାରିବାକୁ ସ୍ଥିର କରିଛନ୍ତି ଓ ଏଥିପାଇଁ ଅନୁମତି ଦେବାକୁ ସରକାରଙ୍କ ନିକଟରେ ଆବେଦନ କରିଛନ୍ତି। ଏହି ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। 

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ଇଚ୍ଛାମୃତ୍ୟୁ ଆବେଦନ କରିଥିବା ଚାଷୀ ଜଣକ ହେଉଛନ୍ତି ଭେଡେ଼ନ୍‌ ବ୍ଲକ୍‌ ତାଲମେଣ୍ଡା ଗ୍ରାମର ରୋହିତ ଭୋଇ। ଭେଡେ଼ନ୍‌ ବ୍ଲକ୍‌ ଅଫିସରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣିରେ ସେ ଯୋଗ ଦେଇ ଆତ୍ମବିସର୍ଜନ ପାଇଁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି। ଏ ସଂକ୍ରାନ୍ତରେ ସେ ଲିଖିତ ଭାବରେ ଜିଲ୍ଲାପାଳଙ୍କୁ ଏକ ଆବେଦନପତ୍ର ଦେଇଛନ୍ତି। ଏପରି ଆବେଦନ ଦେଖିବା ପରେ ଜିଲ୍ଲାପାଳ ଓ ଅନ୍ୟ ସରକାରୀ ଅଧିକାରୀମାନେ ତଟସ୍ଥ ହୋଇଛନ୍ତି। ରୋହିତଙ୍କୁ ବୁଝାସୁଝା କରିଛନ୍ତି। 

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ରୋହିତ ଭୋଇ ଜଣେ ଗରିବ ଚାଷୀ। ବର୍ଷଯାକ ତୁଣ୍ଡଝାଳ ମୁଣ୍ଡରେ ମାରି ଖରିଫରେ କିଛି ଧାନ ଉତ୍ପାଦନ କରିଥିଲେ। ମାତ୍ର ତାହା ସେ ବିକ୍ରି କରିପାରିଲେ ନାହିଁ। ଏବେ ବି ମଣ୍ଡିରେ ତାଙ୍କର ବସ୍ତାବସ୍ତା ଧାନ ପଡ଼ି ରହିଛି।  ସେ କହିଛନ୍ତି ଯେ ଗତ ଖରିଫ ଋତୁରେ ପ୍ରଶାସନର ଅବହେଳା ଯୋଗୁଁ ସେ ଧାନ ବିକି ପାରିନାହାନ୍ତି।  ଧାନଗଣ୍ଡାକ ବିକିବା ପାଇଁ ସେ ଦୀର୍ଘ ଦିନ ହେଲା ଖରା-ବର୍ଷାରେ ଧାରଣା ଦେଇଥିଲେ ମଧ୍ୟ କେହି ତାଙ୍କ କଥା ଶୁଣୁ ନାହାନ୍ତି। ବ୍ଲକ୍‌ ପ୍ରଶାସନଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ସମସ୍ତେ ତାଙ୍କ ପ୍ରତି  ଅବହେଳା କରିଛନ୍ତି। ଧାନ ବିକ୍ରି ହୋଇପାରୁନଥିବାରୁ ତାଙ୍କ ପରିବାରର ଅବସ୍ଥା ଶୋଚନୀୟ ହୋଇପଡିଛି।  ବୃଦ୍ଧ ବାପା-ମା’ଙ୍କ ପାଇଁ ଔଷଧ ମଧ୍ୟ କିଣିପାରୁନାହାନ୍ତି, ପରିବାରର ଗୁଜୁରାଣ ମେଣ୍ଟାଇବା ତାଙ୍କ ପକ୍ଷରେ ସମ୍ଭବ ହେଉନାହିଁ, ଛୁଆଙ୍କ ପାଠପଢ଼ା ଖର୍ଚ୍ଚ ତୁଲାଇବା ଅସମ୍ଭବ ହୋଇ ପଡ଼ିଛି। ପରିବାର ଲୋକ ଦୁଃଖ ସେ ସହି ପାରୁନାହାନ୍ତି, ତେଣୁ ଅତିଷ୍ଠ ହୋଇ ଜୀବନ ହାରିବାକୁ ସେ ନିଷ୍ପତ୍ତି ନେଇଛନ୍ତି। ତେଣୁ ତାଙ୍କୁ ସରକାର ଓ ପ୍ରଶାସନ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦେଉ। ଶାନ୍ତିରେ ସେ ଜୀଇ ପାରୁନାହାନ୍ତି, ଶାନ୍ତିରେ ଅନ୍ତତଃ ମରିବାକୁ ସରକାର ଅନୁମତି ଦେଉ ବୋଲି ସେ ଆବେଦନ କରିଛନ୍ତି। 

ଆହୁରି ପଢ଼ନ୍ତୁ: ପୋଖରୀରେ ବୁଡ଼ିଯାଉଥିଲେ ୨ ଛୋଟ ଝିଅ, ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲେ ସସ୍ମିତା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର