ଧାମନଗର ଉପନିର୍ବାଚନ: ଆସନ ବଞ୍ଚାଇଲା ବିଜେପି

The Sakala Picture
Published On

ଭଦ୍ରକ: ଧାମନଗର ଉପନିର୍ବାଚନରେ ଆଜି ଭୋଟ୍ ଗଣତି ଶେଷ ହୋଇଛି। ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ମୋଟ ୮୦, ୩୫୧ ଭୋଟ ପାଇଛନ୍ତି। ବିଜେଡିର ପ୍ରାର୍ଥୀ ଅବନ୍ତୀ ଦାସ ୭୦, ୪୭୦ ଭୋଟପାଇଥିବା ବେଳେ କଂଗ୍ରେସ ପ୍ରର୍ଥୀ ବାବା ହରେକୃଷ୍ଣ ସେଠୀ ୩,୫୩୩ଭୋଟ ପାଇଛନ୍ତି।  ସ୍ବାଧିନ ପ୍ରାର୍ଥୀ ରାଜୁ ଦାସ ୮, ୧୫୩ ଭୋଟ ପାଇଛନ୍ତି। ସେହିପରି ଅନ୍ୟ ଏକ ସ୍ବାଧିନପ୍ରାର୍ଥୀ ପବିତ୍ର ମୋହନ ଦାସ ୪୯୭ ଭୋଟ ପାଇଥିବା ବେଳେ ନୋଟାକୁ ୬୫୦ ଖଣ୍ଡ ଭୋଟ […]

ଭଦ୍ରକ: ଧାମନଗର ଉପନିର୍ବାଚନରେ ଆଜି ଭୋଟ୍ ଗଣତି ଶେଷ ହୋଇଛି। ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ମୋଟ ୮୦, ୩୫୧ ଭୋଟ ପାଇଛନ୍ତି। ବିଜେଡିର ପ୍ରାର୍ଥୀ ଅବନ୍ତୀ ଦାସ ୭୦, ୪୭୦ ଭୋଟପାଇଥିବା ବେଳେ କଂଗ୍ରେସ ପ୍ରର୍ଥୀ ବାବା ହରେକୃଷ୍ଣ ସେଠୀ ୩,୫୩୩ଭୋଟ ପାଇଛନ୍ତି।  ସ୍ବାଧିନ ପ୍ରାର୍ଥୀ ରାଜୁ ଦାସ ୮, ୧୫୩ ଭୋଟ ପାଇଛନ୍ତି। ସେହିପରି ଅନ୍ୟ ଏକ ସ୍ବାଧିନପ୍ରାର୍ଥୀ ପବିତ୍ର ମୋହନ ଦାସ ୪୯୭ ଭୋଟ ପାଇଥିବା ବେଳେ ନୋଟାକୁ ୬୫୦ ଖଣ୍ଡ ଭୋଟ ଯାଇଛି । ଏଥିସହ ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ବିଜେଡିର ପ୍ରାର୍ଥୀ ଅବନ୍ତୀ ଦାସଙ୍କ ଠାରୁ ୯, ୮୮୧ ଭୋଟରେ ଜିତିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୧୯ରେ ବିଜେପି ପ୍ରାର୍ଥୀ ବିଷ୍ଣୁ ସେଠୀଙ୍କ ପରଲୋକ ଘଟିଥିଲା । ବିଷ୍ଣୁ ସେଠୀଙ୍କ ବିୟୋଗରେ ଧାମନଗର ବିଧାନସଭା ଆସନ ଖାଲି ପଡ଼ିଥିଲା । ଗତ ନଭେମ୍ବର ୩ ତାରିଖ ଦିନ ଧାମନଗରରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହାର ଗଣତି ଆଜି ସକାଳ ୮ଟାରୁ ଆରମ୍ଭ ହୋଇଥିଲା।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର