ଗଞ୍ଜାମରେ ବନ୍ୟା ବିଭୀଷିକା: ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୀଷଣ ବର୍ଷା ଯୋଗୁଁ ୨୨ଟି ବ୍ଲକରେ ଜଳବନ୍ଦୀ ପରିସ୍ଥିତି

Madhusudan Das Picture
Published On

ଗଞ୍ଜାମ: ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ଲଗାଣ ଓ ଅତ୍ୟନ୍ତ ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ଗୁରୁତର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଜିଲ୍ଲାରେ ଦେଖାଦେଇଥିବା ଅସ୍ୱାଭାବିକ ବର୍ଷା ଓ ଜଳପ୍ଲାବନକୁ ନେଇ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ (EIC) ଦିଲ୍ଲୀପ କୁମାର ରାଉତ ସେଚ ସଦନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ, ଏଭଳି ପ୍ରଳୟଙ୍କରୀ ବର୍ଷା ହେବ ବୋଲି ପ୍ରଶାସନ ପକ୍ଷରୁ ଆଦୌ ଆକଳନ କରାଯାଇ ନଥିଲା।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଓଡ଼ିଶା ସରକାରଙ୍କ ପ୍ରସ୍ତୁତି: ୬ଟି ଦକ୍ଷିଣ ଜିଲ୍ଲାରେ ରେସକ୍ୟୁ ଟିମ୍ ମୁତୟନ

ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମର ୨୨ଟି ବ୍ଲକରେ ଜଳବନ୍ଦୀ ପରିସ୍ଥିତି ଉପୁଜିଛି । ଜିଲ୍ଲାର ପାତ୍ରପୁର ବ୍ଲକରେ ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବାଧିକ ୫୪୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ସାନଖେମୁଣ୍ଡିରେ ୩୮୮ ମିମି, ସୋରଡ଼ାରେ ୩୭୫ ମିମି ଏବଂ ଚିକିଟିରେ ୩୦୯ ମିମି ବର୍ଷା ହୋଇଛି। ଏହି ପ୍ରଳୟଙ୍କରୀ ବର୍ଷା ଯୋଗୁଁ ଋଷିକୁଲ୍ୟା ଏବଂ ଘୋଡ଼ାହାଡ଼ ନଦୀ ବିପଦ ସଂକେତ ଟପି ପ୍ରବାହିତ ହେଉଛି। ଫଳରେ ବିସ୍ତୀର୍ଣ୍ଣ ଚାଷଜମି, ଗମନାଗମନ ରାସ୍ତା ଓ ବାସଗୃହ ଜଳମଗ୍ନ ହୋଇପଡ଼ିଛି। ପ୍ରାୟ ୩୦୦ଟି ଗ୍ରାମ ବନ୍ୟାଜଳ ଘେରରେ ରହିଥିବା ବେଳେ ପାଖାପାଖି ୨,୦୦୦ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି।

ଆହୁରି ପଢ଼ନ୍ତୁ: ଭୟଙ୍କର ରୂପ ନେଉଛି ବାତ୍ୟା 'ଅର୍ଣ୍ଣବ': ଓଡ଼ିଶାରେ ହାଇ ଆଲର୍ଟ ଜାରି, ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସୂଚନା ଅନୁସାରେ, ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ୬,୧୭୦ ଜଣଙ୍କୁ ସୁରକ୍ଷିତ ଭାବେ ୧୭୭ଟି ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିଛି। ସେଠାରେ ସେମାନଙ୍କୁ ନିରବଚ୍ଛିନ୍ନ ଭାବେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଓଡ୍ରାଫ୍ (ODRAF) ଓ ଏନଡିଆରଏଫ୍ (NDRF) ଟିମ୍ ଦିନରାତି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସୋରଡ଼ା-ଦାରିଙ୍ଗବାଡ଼ି ରାସ୍ତାରେ ୭ ଫୁଟ ବନ୍ୟାଜଳରେ ବୁଡ଼ି ରହିଥିବା ଏକ ଏସୟୁଭି (SUV) ଭିତରୁ ଦୁଇଜଣଙ୍କୁ ଏବଂ ବଳରାମପୁର ଗ୍ରାମରୁ ୭ ଜଣଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଛି।

ଆହୁରି ପଢ଼ନ୍ତୁ: ବାତ୍ୟା 'ଅର୍ଣ୍ଣବ' ପାଇଁ କଟକରେ ଆଲର୍ଟ: ସମସ୍ତ ସ୍କୁଲ ବନ୍ଦ, ପ୍ରସ୍ତୁତ ରହିଛି ୩୦୦ ଆଶ୍ରୟସ୍ଥଳୀ

ଅନ୍ୟପଟେ ବନ୍ୟାଜଳ ଘେରରେ ଫସି ରହିଥିବା ପ୍ରାୟ ୧୨୦ ଜଣ ଲୋକଙ୍କୁ ଏୟାରଲିଫ୍ଟ କରିବା ପାଇଁ ଭାରତୀୟ ତଟରକ୍ଷୀ ବାହିନୀ (ICG)ର ହେଲିକପ୍ଟର ପ୍ରସ୍ତୁତ ରହିଥିଲେ ହେଁ ଲଗାଣ ବର୍ଷା ଓ ତଳିଆ ବାଦଲ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ସାମାନ୍ୟ ବାଧା ଉପୁଜିଛି।

ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଏବଂ ବରିଷ୍ଠ ଅଧିକାରୀମାନେ ବାଘଲଟି ଓ ଘୋଡ଼ାହାଡ଼ ଭଳି ପ୍ରମୁଖ ଜଳଭଣ୍ଡାରଗୁଡ଼ିକ ଉପରେ କଡ଼ା ନଜର ରଖିଛନ୍ତି। ବନ୍ୟାଜଳ ପରିଚାଳନା ପାଇଁ ସ୍ଲୁଇସ ଗେଟ୍ ଖୋଲାଯାଇ ଅତିରିକ୍ତ ଜଳ ନିଷ୍କାସନ କରାଯାଉଛି। ସୁରକ୍ଷା ଦୃଷ୍ଟିକୋଣରୁ ଜିଲ୍ଲାର ସମସ୍ତ ଅଙ୍ଗନୱାଡି, ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟକୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ନଦୀକୂଳିଆ ଏବଂ ତଳିଆ ଅଞ୍ଚଳବାସୀଙ୍କୁ ଜଳମଗ୍ନ ରାସ୍ତା ଉପରକୁ ନଯିବାକୁ ଏବଂ ପ୍ରଶାସନର ନିର୍ଦ୍ଦେଶାବଳୀ ମାନିବାକୁ ନିବେଦନ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର