କୃଷ୍ଣପ୍ରସାଦରେ ‘ଗୋସେବକ ଗୋ-ସମ୍ମାନ ଆହ୍ୱାନ’ ଅଭିଯାନ

Suryakanta Picture
Published On

ଗୋମାତାଙ୍କ ସେବା, ସୁରକ୍ଷା ଓ ସମ୍ମାନକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ କୃଷ୍ଣପ୍ରସାଦସ୍ଥିତ ସୁରଭୀ ଗୋସେବା କେନ୍ଦ୍ର ଏବଂ ‘ଗୋସେବକ ଗୋ-ସମ୍ମାନ ଆହ୍ୱାନ’ ଅଭିଯାନ ପକ୍ଷରୁ ଏକ ବ୍ୟାପକ ସଚେତନତା ଓ ସେବା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କତା: ଚିଲିକା ଓ ସମୁଦ୍ରରେ ଡଙ୍ଗା ଚଳାଚଳ, ମାଛଧରା ବନ୍ଦ

ଗୋମାତାଙ୍କ ସେବା ପାଇଁ ନିଜର ଘରଦ୍ୱାର ତ୍ୟାଗ କରି ଦେଢ଼ ବର୍ଷରୁ ଅଧିକ ସମୟ ଧରି ନିରନ୍ତର ସେବାରେ ବ୍ରତୀ ରହିଥିବା ମହାରାଜ ଜୀ, ଭୂପେନ୍ଦ୍ର ପ୍ରଭୁ ଜୀ ଓ ଜ୍ଞାନ ଭାଇଙ୍କ ସମେତ ସମଗ୍ର ଟିମ୍ ଏହି ଅଭିଯାନରେ ଉପସ୍ଥିତ ରହି ଏକ ପ୍ରଶଂସନୀୟ ଉଦାହରଣ ସୃଷ୍ଟି କରିଛନ୍ତି।

ଆହୁରି ପଢ଼ନ୍ତୁ: ବାତ୍ୟା ଓ ଲଗାଣ ବର୍ଷାରେ ନଷ୍ଟ ଧାନ ଫସଲ, ଚିନ୍ତାରେ ଚାଷୀ

ଗୋମାତାଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ବହୁ ସଚେତନ ନାଗରିକ ଏକାଠି ହୋଇ ଏହି ଅଭିଯାନରେ ସାମିଲ ହୋଇଛନ୍ତି। ଗୋସେବା କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ ଓ ପ୍ରଭାବଶାଳୀ କରିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ‘ଟ୍ରିଟମେଣ୍ଟ ଟିମ୍’ ଓ ‘ରେସ୍କ୍ୟୁ ଟିମ୍’ ଗଠନ କରାଯାଇଛି। ଏହି ଟିମ୍‌ଗୁଡ଼ିକ ଅସହାୟ, ଦୁର୍ବଳ ଓ ରୋଗଗ୍ରସ୍ତ ଗୋମାତାଙ୍କୁ ତୁରନ୍ତ ଚିକିତ୍ସା ଓ ଆବଶ୍ୟକ ସହାୟତା ଯୋଗାଇ ଦେଉଛନ୍ତି।

ଆହୁରି ପଢ଼ନ୍ତୁ: ସୁରଭି କାର୍ଯ୍ୟକ୍ରମରେ ପିଲାଙ୍କ ସୁରକ୍ଷାକୁ ଅଣଦେଖା!

ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରି ବକ୍ତାମାନେ କହିଛନ୍ତି ଯେ, ଆଗାମୀ ଡିସେମ୍ବର ୧୭ ତାରିଖରେ ଗୋଚର ଜମିର ସୁରକ୍ଷା ଏବଂ ସମ୍ବିଧାନ ସଂଶୋଧନ ସମ୍ପର୍କିତ ପ୍ରସଙ୍ଗକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଦାବିପତ୍ର ପ୍ରଦାନ କରାଯିବ। ଗୋଚର ଜମିଗୁଡ଼ିକ କେବଳ ଗୋଚାରଣ ଓ ଗୋଶାଳା ପାଇଁ ବ୍ୟବହାର କରାଯାଉ ବୋଲି ଅଭିଯାନ ପକ୍ଷରୁ ଦାବି କରାଯାଇଛି।

ସେହିପରି, ଯେଉଁ ବ୍ୟକ୍ତିମାନେ ନିଜ ଦୈନନ୍ଦିନ ଜୀବନରେ କ୍ଷୀର, ଦହି, ପନିର ଆଦି ଦୁଗ୍ଧଜାତ ଦ୍ରବ୍ୟ ସେବନ କରୁଛନ୍ତି, ସେମାନଙ୍କର ମଧ୍ୟ ଗୋମାତାଙ୍କ ପ୍ରତି ଏକ ସ୍ୱତନ୍ତ୍ର ନୈତିକ ଦାୟିତ୍ୱ ରହିଛି ବୋଲି ବକ୍ତାମାନେ ମତ ପ୍ରକାଶ କରିଛନ୍ତି। ଗୋମାତାଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ଦଳମତ ନିର୍ବିଶେଷରେ ସମସ୍ତ ସଚେତନ ନାଗରିକଙ୍କୁ ଏହି ମହତ୍ ଅଭିଯାନରେ ସାମିଲ ହେବାକୁ ଆୟୋଜକଙ୍କ ପକ୍ଷରୁ ବିନମ୍ର ଅନୁରୋଧ କରାଯାଇଛି।

ଗୋପୁତ୍ର ପରିବାର, କୃଷ୍ଣପ୍ରସାଦ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁରଭୀ ପ୍ରୋଜେକ୍ଟର ସଭାପତି ରୋଷନ, ସଭାପତି ବିରେନ ବିଶ୍ୱାଳ ଓ ସମ୍ପାଦକ ରୁଦ୍ର ପ୍ରସାଦ ମହାପାତ୍ରଙ୍କ ସମେତ ସରୋଜ, ରବୀନ୍ଦ୍ର, ମହିମା, ସୁନୀଲ, ଶୁଭମ୍, ଅଶୋକ, ସିପୁନ୍, ସୁବାଷିସ୍, ସାଗର, ସବିର, ସୁଭେନ୍ଦୁ, ପାପୁ, ବଣ୍ଟି, ପପୁ ଓ ସଂଗ୍ରାମଙ୍କ ସମେତ ଅନ୍ୟ ସମସ୍ତ କର୍ମୀ ସହଯୋଗ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp