ଭୁବନେଶ୍ବରରେ ବଡ଼ ଠକେଇ : ସୁନା କାରବାର ନାଁ ରେ ୨୦ କୋଟି ଠକିନେଇଥିଲା ରମେଶ ମାଝୀ

The Sakala Picture
Published On

ଭୁବନେଶ୍ବର : ସୁନା କାରବାର ନାଁ ରେ ୨୦ କୋଟି ଠକେଇ । ଅଧିକ ସୁଧ ଦେବାକୁ କହି ଠକେଇ କରିଥିବା ମାଷ୍ଟରମାଇଣ୍ଡକୁ ଧରିଲା ସ୍ପେଶାଲ କ୍ରାଇମ ୟୁନିଟ। ୟୁନିଟ ୯ ଅଞ୍ଚଳରେ ରହୁଥିବା ରମେଶ ମାଝୀ ନାମକ ଯୁବକକୁ ଗିରଫ କରିଛି ସ୍ପେଶାଲ କ୍ରାଇମ ୟୁନିଟ । ଲୋକଙ୍କୁ ବନ୍ଧକ ସୁନା ଓ ସୁନା ବିସ୍କୁଟ୍‌ ଦେବାକୁ କହି ୨୦ରୁ ଊର୍ଦ୍ଧ୍ବ ବ୍ୟବସାୟୀଙ୍କୁ ଚୁନ ମାରିଛି ରମେଶ ମାଝୀ। ‘ ସୁନା ବନ୍ଧକ ଅଛି । […]

ଭୁବନେଶ୍ବର : ସୁନା କାରବାର ନାଁ ରେ ୨୦ କୋଟି ଠକେଇ । ଅଧିକ ସୁଧ ଦେବାକୁ କହି ଠକେଇ କରିଥିବା ମାଷ୍ଟରମାଇଣ୍ଡକୁ ଧରିଲା ସ୍ପେଶାଲ କ୍ରାଇମ ୟୁନିଟ। ୟୁନିଟ ୯ ଅଞ୍ଚଳରେ ରହୁଥିବା ରମେଶ ମାଝୀ ନାମକ ଯୁବକକୁ ଗିରଫ କରିଛି ସ୍ପେଶାଲ କ୍ରାଇମ ୟୁନିଟ ।

ଆହୁରି ପଢ଼ନ୍ତୁ: 'ମନ୍‌ କି ବାତ୍‌’ରେ କୋରାପୁଟ୍‌ କଫିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ଲୋକଙ୍କୁ ବନ୍ଧକ ସୁନା ଓ ସୁନା ବିସ୍କୁଟ୍‌ ଦେବାକୁ କହି ୨୦ରୁ ଊର୍ଦ୍ଧ୍ବ ବ୍ୟବସାୟୀଙ୍କୁ ଚୁନ ମାରିଛି ରମେଶ ମାଝୀ। ‘ ସୁନା ବନ୍ଧକ ଅଛି । ଠିକ ସମୟରେ ଋଣ ଟଙ୍କା ପୈଠ ନକରିବାରୁ ସୁନା ନିଲାମ ହେବ । ଏଣୁ ନିଲାମ ସୁନା କିଣି ପରେ ବିକ୍ରି କଲେ ଅଧିକ ଲାଭ ମିଳିବ ” । ଏଭଳି ମନମତାଣିଆ କଥା କହି ଲୋକଙ୍କୁ ଚୁନା ଲଗାଉଥିଲା ଠକ ଜଣଙ୍କ । MBA ଡିଗ୍ରୀ ଧାରୀ ଏହି ଯୁବକ ୫ ବର୍ଷରୁ ଏହି ଠକେଇ ସିଣ୍ଡିକେଟ ଚଳାଉଥିବା ନେଇ ଅଭିଯୋଗ ଆଣିଛନ୍ତି ଠକେଇର ଶିକାର ବ୍ୟକ୍ତି ।

ଆହୁରି ପଢ଼ନ୍ତୁ: Cyclone Alert: ଆସୁଛି ବାତ୍ୟା ‘ମୋନ୍ଥା’ , ପଶ୍ଚିମାଝଡ଼ ଯୋଗୁଁ ହୋଇପାରେ ଦିଗ ପରିବର୍ତ୍ତନ...

ସ୍ପେଶାଲ କ୍ରାଇମ ୟୁନିଟ ନିକଟରେ ଅଭିଯୋଗ ଦେବା ପରେ ସେମାନଙ୍କ କହିବା କଥା ହେଉଛି ଅଭିଯୁକ୍ତ ଜଣଙ୍କ ଅନୁସୂଚିତ ଜନଜାତିର ହୋଇଥିବାରୁ ସେ ଜାତିଆଣ କେସ ଦେବ କହି ଧମକାଉଥିଲା । ଘରକୁ ଗଲେ ଭଡାଟିଆ ଗୁଣ୍ଡା ଲଗାଇ ମାରିବାକୁ ଧମକ ମଧ୍ୟ ଦେଉଥିବା ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି । ସେପଟେ ଅତ୍ୟଧିକ ସୁଧ ନେବା ପରେ ଏତଲାକାରୀ ତାଙ୍କ ପୁଅ ବିରୋଧରେ ମିଛ ଅଭିଯୋଗ କରୁଥିବା ରମେଶଙ୍କ ପରିବାର ଲୋକେ କହିଛନ୍ତି ।

ଆହୁରି ପଢ଼ନ୍ତୁ: SIR 2.0: ଆସନ୍ତାକାଲିଠୁ ୧୨ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ହେବ SIR - ଇସି

Join Us @ WhatsApp

About The Author

Google News
Join Us @ WhatsApp