'ମନ୍‌ କି ବାତ୍‌’ରେ କୋରାପୁଟ୍‌ କଫିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

Madhusudan Das Picture
Published On

କୋରାପୁଟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରସିଦ୍ଧ ରେଡିଓ ଶୋ ‘ମନ କି ବାତ’ର ୧୨୭ତମ ସଂସ୍କରଣ ପ୍ରସାରଣ ହୋଇଛି। ଏହି ଏପିସୋଡ୍‌ରେ ମୋଦି ଓଡ଼ିଶାର କୋରାପୁଟ ଜିଲ୍ଲାର ଉତ୍ପାଦନ ହେଉଥିବା କଫିକୁ ପ୍ରଶଂସା କରିଥିଲେ। ନିଆରା ସ୍ୱାଦ ଓ ବାସ୍ନା କାରଣରୁ କୋରାପୁଟ କଫି ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ସେ କହିଥିଲେ।  କର୍ପୋରେଟ ଚାକିରି କରୁଥିବା ପେସାଦାର ଲୋକ ଏବେ ଏହି କଫି ଚାଷ କରିବାକୁ ଆଗଭର ହୋଇଛନ୍ତି ଓ ଏହି କଫି ଚାଷ ଦ୍ୱାରା ବହୁତ ଲାଭ ହେଉଥିବା କଥା ସେ କହିଛନ୍ତି। ସେ କହିଛନ୍ତି ଯେ ‘‘କୋରାପୁଟ କଫିର ସ୍ୱାଦ ଆଶ୍ଚର୍ଯ୍ୟଜନକ , କେବଳ ସ୍ୱାଦ ନୁହେଁ ଏହି କଫି ଚାଷ ଲୋକଙ୍କୁ ମଧ୍ୟ ଲାଭ ଦେଉଛି । କୋରାପୁଟରେ ଏପରି ଲୋକ ଅଛନ୍ତି ଯେଉଁମାନେ ନିଜର ନିଷ୍ଠାପର ଆଗ୍ରହ ଦ୍ୱାରା କଫି ଚାଷ କରୁଛନ୍ତି । ଏହି କଫି ସାରା ବିଶ୍ୱରେ ବହୁତ ଲୋକପ୍ରିୟ ହେଉଛି । ସେଥିପାଇଁ କଫିପ୍ରେମୀମାନେ କୁହନ୍ତି କୋରାପୁଟ କଫି ହେଉଛି ସବୁଠାରୁ ସର୍ବୋତ୍ତମ । ଏହା ଭାରତରେ ପ୍ରସ୍ତୁତ ହୁଏ ସତ କିନ୍ତୁ ସାରା ବିଶ୍ୱ ଏହାର ପ୍ରେମରେ ପଡ଼େ ।’’ 

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ରବିବାର ହୋଇଥିବା ପ୍ରସାରଣରେ ସେ ଛଟ୍‌ ପୂଜା ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଅଭିନନ୍ଦନ ଜଣାଇଥିଲେ। ଏହି ଉତ୍ସବ ତଥା ପର୍ବ ପାଳନରେ ସାମିଲ ହେବାକୁ ସେ ଦେଶବାସୀଙ୍କୁ ଅପିଲ କରିଥିଲେ। ସେ ଜିଏସ୍‌ଟି ସଂରକ୍ଷଣ ଉତ୍ସବ, ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ, ରନ୍‌ ଫର ୟୁନିଟି ଭଳି ଇଭେଣ୍ଟ ଆୟୋଜନ ନେଇ ମନ୍ତବ୍ୟ ଦେଇଥିଲେ। 

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ଏଥର ବିଭିନ୍ନ ପର୍ବ ପର୍ବାଣୀ ପାଳନ ଅବସରରେ ଲୋକଙ୍କ ମଧ୍ୟରେ ଜିଏସ୍‌ଟି ସଂରକ୍ଷଣ ଉତ୍ସବକୁ ନେଇ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଛି ଓ  ବଜାରରେ ସ୍ୱଦେଶୀ ଜିନିଷ କ୍ରୟରେ ଜବରଦସ୍ତ ବୃଦ୍ଧି ଘଟିଛି ବୋଲି ସେ କହିଥିଲେ। ନଭେମ୍ବର ୭ରେ ‘ବନ୍ଦେ ମାତରମ’ର ୧୫୦ତମ ବର୍ଷ ପୂରଣ ହେବ ଓ ଏହାକୁ ସ୍ମରଣୀୟ କରିବାକୁ ସେ ଅପିଲ କରିଥିଲେ। ସେହିପରି ୬ଟି ପୋଖରୀ ଓ ୪୦ଟି କୂଅ ସଫା କରିଥିବା ବେଙ୍ଗାଲୁରୁର ଇଞ୍ଜିନିୟର କପିଲ ଶର୍ମାଙ୍କୁ ମଧ୍ୟ ସେ ପ୍ରଶଂସା କରିଥିଲେ। 

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର