ରାଜଧାନୀରେ ନାବାଳକକୁ ଅପହରଣ ପରେ ନିସ୍ତୁକ ମାଡ଼ ଅଭିଯୋଗ; ଭିଡିଓ ଭାଇରାଲ ପରେ ୭ ଅଭିଯୁକ୍ତ ଗିରଫ

Madhusudan Das Picture
Published On

ଭୁବନେଶ୍ୱର: ରାଜଧାନୀରେ ନାବାଳକକୁ ନିସ୍ତୁକ ମାଡ଼ । ନାବାଳକକୁ ଅପହରଣ ପରେ ନିସ୍ତୁକ ମାଡ଼ ମାରୁଥିବାର ଭିଡିଓ ଭାଇରାଲ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ୧୪ ବର୍ଷୀୟ ନାବାଳକକୁ ଅପହରଣ କରି ନିସ୍ତୁକ ମାଡ଼ ମାରୁଥିବା ଭିଡିଓ ଭାଇରାଲ ପରେ ଧଉଳି ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତ ସମେତ ୭ ଜଣ ଅଭିଯୁକ୍ତକୁ କାବୁ କରିବାରେ ସକ୍ଷମ ହୋଇଛି । ଏଥିରେ ସମ୍ପୃକ୍ତି ଥିବା ଅନ୍ୟମାନେ ଫେରାର ଥିବା ସୂଚନା ମିଳିଛି । 

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ସୂଚନା ଅନୁସାରେ, ଧଉଳି ଥାନା ଗୋପୀନାଥପୁର କୃଷ୍ଣପୁର ଗ୍ରାମର ୧୪ ବର୍ଷୀୟ ନାବାଳକଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସ୍ଥାନୀୟ ଅଞ୍ଚଳର କିଛି ଯୁବକ ପ୍ରାୟ ୨୦ରୁ ୨୫ ଦିନ ତଳେ ଏକ ନିକାଞ୍ଚ ସ୍ଥାନକୁ ନେଇ ନିସ୍ତୁକ ମାରପିଟ କରିଥିଲେ । ପିଲାଟି ଯେତେ କାକୁତି ମିନତି କରିଥିଲେ ହିଁ ସେମାନେ ତାକୁ ଛାଡି ନଥିଲେ । ଏପରିକି ଘର ଲୋକଙ୍କୁ କହିଲେ ତୋତେ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ । ଫଳରେ ନାବାଳକ ଜଣଙ୍କ ଭୟରେ ଏ ବିଷୟରେ ଘର ଲୋକଙ୍କୁ କହିନଥିଲା । ମାତ୍ର ଏହି ମାଡ ମାରିବା ଘଟଣାର ଭିଡିଓ ସେମାନଙ୍କ ମଧ୍ୟରୁ  କେହି ଜଣେ ଉତ୍ତୋଳନ କରିଥିଲା । ଯାହାକି ପରଵର୍ତ୍ତି ସମୟରେ ଉକ୍ତ ମାଡ଼ ମାରିବା ଭିଡିଓ ତାଙ୍କ ମା' ଙ୍କ ନିକଟରେ ପହଞ୍ଚି ଥିଲା । ଏହାକୁ ନେଇ ସେ ତାଙ୍କ ପୁଅକୁ ଘଟଣା ବିଷୟରେ ପଚାରି ସବୁକଥା ଜାଣିବାକୁ ପାଇଲେ । ଏନେଇ ନାବାଳକଙ୍କ ମାଆ ଗୁରୁବାର ରାତିରେ ଧଉଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ତଦନ୍ତ କରି ଭିଡିଓକୁ ଆଧାର କରି ୬ ଜଣଙ୍କୁ  ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତକୁ ଭଦ୍ରକ ଅଞ୍ଚଳରୁ ଗିରଫ କରିଛି । ଅନ୍ୟଜଣଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ଥାନା ଅଧିକାରୀ ପ୍ରଦୀପ କିଶୋର ନାୟକ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

31 Oct 2025 By Madhusudan Das

ରାଜଧାନୀରେ ନାବାଳକକୁ ଅପହରଣ ପରେ ନିସ୍ତୁକ ମାଡ଼ ଅଭିଯୋଗ; ଭିଡିଓ ଭାଇରାଲ ପରେ ୭ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ରାଜଧାନୀରେ ନାବାଳକକୁ ନିସ୍ତୁକ ମାଡ଼ । ନାବାଳକକୁ ଅପହରଣ ପରେ ନିସ୍ତୁକ ମାଡ଼ ମାରୁଥିବାର ଭିଡିଓ ଭାଇରାଲ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ୧୪ ବର୍ଷୀୟ ନାବାଳକକୁ ଅପହରଣ କରି ନିସ୍ତୁକ ମାଡ଼ ମାରୁଥିବା ଭିଡିଓ ଭାଇରାଲ ପରେ ଧଉଳି ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତ ସମେତ ୭ ଜଣ ଅଭିଯୁକ୍ତକୁ କାବୁ କରିବାରେ ସକ୍ଷମ ହୋଇଛି । ଏଥିରେ ସମ୍ପୃକ୍ତି ଥିବା ଅନ୍ୟମାନେ ଫେରାର ଥିବା ସୂଚନା ମିଳିଛି । 

ସୂଚନା ଅନୁସାରେ, ଧଉଳି ଥାନା ଗୋପୀନାଥପୁର କୃଷ୍ଣପୁର ଗ୍ରାମର ୧୪ ବର୍ଷୀୟ ନାବାଳକଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସ୍ଥାନୀୟ ଅଞ୍ଚଳର କିଛି ଯୁବକ ପ୍ରାୟ ୨୦ରୁ ୨୫ ଦିନ ତଳେ ଏକ ନିକାଞ୍ଚ ସ୍ଥାନକୁ ନେଇ ନିସ୍ତୁକ ମାରପିଟ କରିଥିଲେ । ପିଲାଟି ଯେତେ କାକୁତି ମିନତି କରିଥିଲେ ହିଁ ସେମାନେ ତାକୁ ଛାଡି ନଥିଲେ । ଏପରିକି ଘର ଲୋକଙ୍କୁ କହିଲେ ତୋତେ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ । ଫଳରେ ନାବାଳକ ଜଣଙ୍କ ଭୟରେ ଏ ବିଷୟରେ ଘର ଲୋକଙ୍କୁ କହିନଥିଲା । ମାତ୍ର ଏହି ମାଡ ମାରିବା ଘଟଣାର ଭିଡିଓ ସେମାନଙ୍କ ମଧ୍ୟରୁ  କେହି ଜଣେ ଉତ୍ତୋଳନ କରିଥିଲା । ଯାହାକି ପରଵର୍ତ୍ତି ସମୟରେ ଉକ୍ତ ମାଡ଼ ମାରିବା ଭିଡିଓ ତାଙ୍କ ମା' ଙ୍କ ନିକଟରେ ପହଞ୍ଚି ଥିଲା । ଏହାକୁ ନେଇ ସେ ତାଙ୍କ ପୁଅକୁ ଘଟଣା ବିଷୟରେ ପଚାରି ସବୁକଥା ଜାଣିବାକୁ ପାଇଲେ । ଏନେଇ ନାବାଳକଙ୍କ ମାଆ ଗୁରୁବାର ରାତିରେ ଧଉଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ତଦନ୍ତ କରି ଭିଡିଓକୁ ଆଧାର କରି ୬ ଜଣଙ୍କୁ  ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତକୁ ଭଦ୍ରକ ଅଞ୍ଚଳରୁ ଗିରଫ କରିଛି । ଅନ୍ୟଜଣଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ଥାନା ଅଧିକାରୀ ପ୍ରଦୀପ କିଶୋର ନାୟକ କହିଛନ୍ତି ।

https://www.thesakala.in/latest-odisha-news/a-minor-beaten-boy-up-after-kidnapped-in-bhubaneswar/article-42913
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର