ଇ-କେୱାଇସି କରି ନଥିଲେ କାଲିଠୁ ମିଳିବନି ରାସନ, ୨୯ ତାରିଖ ସୁଦ୍ଧା ରାଜ୍ୟରେ କରିନାହାନ୍ତି ୧୫ ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀ
 
                 
              
                ଭୁବନେଶ୍ୱର: ଇ-କେୱାଇସି କରି ନ ଥିଲେ ନଭେମ୍ବରରୁ ଅର୍ଥାତ ଆସନ୍ତା କାଲିଠୁ ଆଉ ମିଳିବନି ରାସନ । କାରଣ ଇ-କେୱାଇସି କରିବାର ଆଜି ହେଉଛି ଶେଷ ତାରିଖ । କିଛି ଦିନ ତଳେ ରାସନ କାର୍ଡଧାରୀଙ୍କୁ ଏଭଳି ଚେତାବନୀ ଦେଇଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଆଜି ଅକ୍ଟୋବର ମାସ ଶେଷ ହେଉଛି । ତଥାପି ରାଜ୍ୟରେ ୧୫ଲକ୍ଷରୁ ଅଧିକ ହିତାଧିକାରୀ ଇ-କେୱାଇସି କରି ନାହାନ୍ତି । ତେଣୁ ଲକ୍ଷାଧିକ ହିତାଧିକାରୀଙ୍କୁ ରାଜ୍ୟ ସରକାର ଚାଉଳ ବନ୍ଦ କରିଦେବେ ନା ବିକଳ୍ପ ବ୍ୟବସ୍ଥା କରିବେ ତାହା ଉପରେ ନଜର ରହିଛି । ରାସନ କାର୍ଡରୁ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେବା ପାଇଁ ସରକାର ଇ-କେୱାଇସି ପ୍ରକିୟା ଆରମ୍ଭ କରିଥିଲେ । ଏହାରି ଭିତରେ କେନ୍ଦ୍ର ସରକାର ଇ-କେୱାଇସି ପ୍ରକିୟା ଅବଧିକୁ ବନ୍ଦ କରିଦେଇଛନ୍ତି । ତେଣୁ ନଭେମ୍ବର ପହିଲାରୁ ଇ-କେୱାଇସି କରିନଥିବା ହିତାଧିକାରୀଙ୍କୁ ଆଉ ଚାଉଳ ମିଳିବ ନାହିଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି । ଚଳିତ ମାସ ୨୯ ତାରିଖ ସୁଦ୍ଧା ୧୫ ଲକ୍ଷ ୫୭ହଜାର ୨୬୫ ହିତାଧିକାରୀ ଇ-କେୱାଇସି କରି ନାହାନ୍ତି ।




 
                 
                 
                 
                 
                 
                 
                 
                 
                 
            

 
                 
                 
                 
                 
                 
         
         
         
        