ଦେଶର ସବୁ ସ୍କୁଲରେ ତୃତୀୟ ଶ୍ରେଣୀରୁ ଏଆଇ ଶିକ୍ଷା ପାଠ୍ୟକ୍ରମ

Madhusudan Das Picture
Published On

ନୂଆଦିଲ୍ଲୀ: ଦେଶର ସବୁ ବିଦ୍ୟାଳୟରେ ତୃତୀୟ ଶ୍ରେଣୀରୁ ଏଆଇ ଶିକ୍ଷା ପାଠ୍ୟକ୍ରମର ଶୁଭାରମ୍ଭ କରାଯିବ। ତୃତୀୟ ଶ୍ରେଣୀରୁ ଏହି ବୈଷୟିକ ଶିକ୍ଷା ଆରମ୍ଭ ହେବା ଫଳରେ ମୌଳିକ ସ୍ତରରେ ଏହାକୁ ସାମିଲ କରାଯାଇପାରିବ। ନିଷ୍ପତ୍ତି ଅନୁଯାୟୀ ୨୦୨୬-୨୭ ଶିକ୍ଷା ବର୍ଷ ଠାରୁ ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁରୂପ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ କମ୍ପ୍ୟୁଟେସନାଲ୍ ଥିଙ୍କିଙ୍ଗ ପାଠ୍ୟକ୍ରମର ଶୁଭାରମ୍ଭ କରାଯିବ। 

ଆହୁରି ପଢ଼ନ୍ତୁ: ସୃଷ୍ଟି ହେଲା ଲଘୁଚାପ, ବଢିଲା ବାତ୍ୟା ଭୟ....

ଏଥିପାଇଁ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ସମ୍ବଳ ସାମଗ୍ରୀ, ହ୍ୟାଣ୍ଡବୁକ, ଡିଜିଟାଲ ସମ୍ବଳ ବିକଶିତ କରାଯିବ। ଏଥିପାଇଁ ଅନୁଷ୍ଠିତ ଏକ ବୈଠକରେ  ସିବିଏସଇ, ଏନ୍‌ସିଇଆରଟି, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଏବଂ ନବୋଦୟ ବିଦ୍ୟାଳୟ ସଂଗଠନ ସମେତ ବିଶେଷଜ୍ଞ ଏବଂ ଅନ୍ୟ ଅଂଶୀଦାରମାନେ ଯୋଗଦେଇଥିଲେ। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ କମ୍ପ୍ୟୁଟେସନାଲ୍ ଥିଙ୍କିଙ୍ଗ ପାଠ୍ୟକ୍ରମ ବିକଶିତ କରିବା ଲାଗି ଆଇଆଇଟି ମାଡ୍ରାସର ପ୍ରଫେସର କାର୍ତ୍ତିକ ରମଣଙ୍କ ଅଧ୍ୟକ୍ଷତାରେ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ବିଦ୍ୟାଳୟ ଶିକ୍ଷା ସଚିବ ସଞ୍ଜୟ କୁମାର କହିଛନ୍ତି, କୃତ୍ରିମ ବୁଦ୍ଧିମତ୍ତା ଶିକ୍ଷାକୁ ଆମ ଚାରିପାଖର ଦୁନିଆ ସହ ଜଡିତ ଏକ ମୌଳିକ ସାର୍ବଜନୀନ ଦକ୍ଷତା ଭାବରେ ବିବେଚନା କରାଯିବା ଉଚିତ । ନିଷ୍ଠାର ଶିକ୍ଷକ ତାଲିମ ମଡ୍ୟୁଲ୍ ଏବଂ ଭିଡିଓ-ଆଧାରିତ ଶିକ୍ଷା ସମ୍ବଳ ସମେତ ଶିକ୍ଷକ ତାଲିମ ଏବଂ ଶିକ୍ଷା-ଶିକ୍ଷଣ ସାମଗ୍ରୀ ପାଠ୍ୟକ୍ରମ କାର୍ୟ୍ୟକାରିତାର ଆଧାର ହେବ। ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରାଚୀ ପାଣ୍ଡେ ପାଠ୍ୟକ୍ରମର ବିକାଶ ଏବଂ କାର୍ୟ୍ୟକାରିତା ଲାଗି ନିର୍ଦ୍ଧାରିତ ସମୟସୀମା ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ। 

ଆହୁରି ପଢ଼ନ୍ତୁ: ଆଗାମୀ CJIଙ୍କ ପାଇଁ ଗଲା ପ୍ରସ୍ତାବ, ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି...

Join Us @ WhatsApp

About The Author

Google News
Join Us @ WhatsApp