ମୁଖ୍ୟ ନିର୍ବାଚନ କମିସନରଙ୍କ ଆଗରେ ଜିଲ୍ଲାପାଳ ଓ ଏସ୍ପିଙ୍କ ବିରୋଧରେ ଫେରାଦ ହେଲା ବିଜେଡି

ଜିଲ୍ଲାପାଳ ଓ ଏସ୍ପି ବିଜେଡିର କର୍ମୀ ଓ ସମର୍ଥକଙ୍କୁ ବିଜେପି ସପକ୍ଷରେ କାମ କରିବା ପାଇଁ ଚାପ ପକାଉଛନ୍ତି

Deviprasad Mohanty Picture
Published On

ମୁକ୍ତ ଓ ଅବାଧ ନିର୍ବାଚନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନରେ ପ୍ରଚାର ସରଗରମ ହୋଇଥିବା ବେଳେ, ଆଜି ଜିଲ୍ଲାପାଳ ଓ ଏସ୍ପି ବିଜେପିକୁ ସମର୍ଥନ କରିବା ପାଇଁ କିଛି ବିଜେଡି କର୍ମୀଙ୍କ ଉପରେ ଚାପ ପ୍ରୟୋଗ କରୁଛନ୍ତି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ କମିସନରଙ୍କ ଆଗରେ ଅଭିଯୋଗ କରିଛି ବିଜୁ ଜନତା ଦଳ ।

ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ କମିସନରଙ୍କୁ ଭେଟି ଏକ ସ୍ମାରକପତ୍ର ଦେଇଛନ୍ତି । ଏହି ସ୍ମାରକପତ୍ରରେ, ନୂଆପଡା ଜିଲ୍ଲାପାଳ ଶ୍ରୀ ମଧୁସୂଦନ ଦାସ ଓ ନୂଆପଡା ଏସ୍ପି ଅମ୍ରିତପାଲ ସିଂଙ୍କ ବିରୋଧରେ ବିଜେପି ସପକ୍ଷରେ ଲୋକଙ୍କୁ ପ୍ରବର୍ତ୍ତାଉଛନ୍ତି ବୋଲି ଅଭିଯୋଗ କରିଛି । ଉଭୟ ଜିଲ୍ଲାପାଳ ଓ ଏସ୍ପି ନିଜ ସରକାରୀ ପଦବୀର ଅପବ୍ୟବହାର କରି, କିଛି ବିଜେଡି କର୍ମୀ ଓ ସମର୍ଥକଙ୍କୁ ବିଜେପିକୁ ସମର୍ଥନ କରିବା ପାଇଁ ଚାପ ପ୍ରୟୋଗ କରୁଛନ୍ତି ବୋଲି ଅଭିଯୋଗ କରାଯାଇଛି । ଉଲ୍ଲେଖଯୋଗ୍ୟ, ଜିଲ୍ଲାପାଳ ନିଜେ ନିର୍ବାଚନ ଅଧିକାରୀ ହୋଇଥିବା ବେଳେ, ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ଉଭୟ ଜିଲ୍ଲାପାଳ ଓ ଏସ୍ପିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଉଭୟ ଜିଲ୍ଲାପାଳ ଓ ଏସ୍ପିଙ୍କ ଭୂମିକା ସନେ୍ଦହଘେରରେ ଆସିଥିବା ବେଳେ, ଏଠାରେ ମୁକ୍ତ ଓ ଅବାଧ ନିର୍ବାଚନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।  

ସ୍ମାରକପତ୍ରରେ, ଏହି ଦୁଇ ଅଧିକାରୀଙ୍କ ବିରୋଧରେ ଉପଯୁକ୍ତ କାର୍ୟ୍ୟାନୁଷ୍ଠାନ ନେବା ସହିତ ମୁକ୍ତ ଓ ଅବାଧ ନିର୍ବାଚନ କିପରି ହୋଇପାରିବ, ସେନେଇ ଉପଯୁକ୍ତ ପଦକ୍ଷେପ ନେବାକୁ ବିଜେଡି ତରଫରୁ ଦାବି କରାଯାଇଛି । ବିଜେଡି ପ୍ରତିନିଧି ମଣ୍ଡଳୀରେ ସୁଲତା ଦେଓ, ଡ଼ ଲେନିନ ମହାନ୍ତି, ମିହିର ରାୟ, ତୁମ୍ୱନାଥ ପଣ୍ଡା, ସୋଫିଆ ଆଲାମ, ଜ୍ୟୋତ୍ସ୍ନା ପରିଡା, ରୀତାଞ୍ଜଳି ପ୍ରଧାନ ଇତ୍ୟାଦି ସାମିଲ ଥିଲେ 

Join Us @ WhatsApp

About The Author

Google News
Join Us @ WhatsApp

ରାଶିଫଳ