Cyclone Alert: ଆସୁଛି ବାତ୍ୟା ‘ମୋନ୍ଥା’ , ପଶ୍ଚିମାଝଡ଼ ଯୋଗୁଁ ହୋଇପାରେ ଦିଗ ପରିବର୍ତ୍ତନ...

୨୭ ତାରିଖରୁ ବର୍ଷା, ୨୮ରୁ ବଢ଼ିବ ପ୍ରଭାବ ...

Deviprasad Mohanty Picture
Published On

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ୧୯୯୯ ମହାବାତ୍ୟାକୁ ଆସନ୍ତା ୨୯ରେ ୨୬ ବର୍ଷ ପୂରିବାକୁ ଯାଉଥିବା ବେଳେ ଠିକ୍‌ ଏହି ସମୟ ବେଳକୁ ପାଣିପାଗ ବିଭାଗର ଏକ ସମ୍ଭାବ୍ୟ ବାତ୍ୟା ଆକଳନ ରାଜ୍ୟବାସୀଙ୍କ ମନରେ ଭୟ ସଂଚାର କରିଛି। ଭାରତୀୟ ପାଣିପାଗ ବିଭାଗ- ଆଇଏମ୍‌ଡିର ସୂଚନା ଅନୁସାରେ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଶୁକ୍ରବାର ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ୨୫ ତାରିଖରେ ଅବପାତର ରୂପ ନେବ। ୨୬ ତାରିଖ ସକାଳୁ ଏହା ଗଭୀର ଅବପାତରେ ପରିଣତ ହୋଇ ୨୭ ତାରିଖରେ ବାତ୍ୟାର ରୂପ ନେବ। ବାତ୍ୟା ପ୍ରଭାବରେ ୨୭ ତାରିଖରୁ ବର୍ଷା ଆରମ୍ଭ ହେବ।

ଆହୁରି ପଢ଼ନ୍ତୁ: କାଠଯୋଡି ନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

ବିଶେଷକରି ଦକ୍ଷିଣ ଓଡ଼ିଶାରେ ପ୍ରଥମେ ବର୍ଷା ଆରମ୍ଭ ହୋଇ ଧୀରେ ଧୀରେ ଅନ୍ୟ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ହେବ। ଯଦିଓ ବାତ୍ୟାଟି ଓଡ଼ିଶାରେ ସ୍ଥଳଭାଗ ଛୁଇଁବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ, ତଥାପି ରାଜ୍ୟର ବିଭିନ୍ନ ସ୍ଥାନରେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ପ୍ରବଳରୁ ଅତିପ୍ରବଳ ବର୍ଷାର ଆଶଙ୍କା ରହିଛି। ଏହି ବାତ୍ୟା ସୃଷ୍ଟି ହେବା ପରେ ଏହାର ନାମ ‘ମୋନ୍ଥା’ ରହିବ। ଥାଇଲାଣ୍ଡ ଦ୍ୱାରା ନାମିତ ହୋଇଥିବା ଏହି ବାତ୍ୟା ‘ମୋନ୍ଥା’ ଶବ୍ଦର  ଅର୍ଥ ସୁଗନ୍ଧିତ ଫୁଲ।

ଆହୁରି ପଢ଼ନ୍ତୁ: ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ: ପଟ୍ଟାମୁଣ୍ଡାଇ ଅବକାରୀ SI ଛାୟାକାନ୍ତ ନାୟକଙ୍କ ନାଁରେ ରୁଜୁ ହେଲା ମାମଲା

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ୨୭ ବେଳକୁ ବାତ୍ୟାର ରୂପ ନେବ। ୨୮ ବେଳକୁ ବାତ୍ୟାଟି ଅଧିକ ଘନୀଭୂତ ହେବା ପାଇଁ ପାଗ ଅନକୂଳ ରହୁଛି। ତେବେ ପଶ୍ଚିମାଝଡ଼ର ପ୍ରଭାବ ୨୮ ତାରିଖ ଓ ୨୯ ତାରିଖରେ ରହିବାର ସମ୍ଭାବନା ରହିଛି। ତେଣୁ ଏହି ବାତ୍ୟାକୁ ନେଇ ବର୍ତ୍ତମାନ ଦୁଇଟି ଦୃଶ୍ୟପଟ ରହିଛି। ପ୍ରଥମ ଦୃଶ୍ୟପଟରେ ୨୮ରେ ବାତ୍ୟ ଅଧିକ ଘନୀଭୂତ ହୋଇ ଆନ୍ଧ୍ର ଉପକୂଳ ନେଲୋର-ବିଶାଖାପାଟ୍ଟନମ୍‌ ମଧ୍ୟରେ ୨୮ ତାରିଖ ରାତି କିମ୍ବା ୨୯ ତାରିଖତାରିଖ ସକାଳେ ସ୍ଥଳଭାଗ ଅତିକ୍ରମ କରିପାରେ। ଯଦି ପଶ୍ଚିମାଝଡ଼ ପ୍ରଭାବ ପଡେ଼, ତେବେ ୨୯ ତାରିଖରେ ଏହା ଦୁର୍ବଳ ହୋଇ ଓଡ଼ିଶା ଉପକୂଳ ମୁହାଁ ହୋଇପାରେ।

ଆହୁରି ପଢ଼ନ୍ତୁ: କାର୍ଯ୍ୟରେ ଅବହେଳା ଅଭିଯୋଗରେ ଜଳ ସଂପଦ ବିଭାଗର ୩ ଇଂଜିନିୟର ସସ୍‌ପେଣ୍ଡ

ବର୍ତ୍ତମାନର ଆକନଳ କହୁଛି, ରାଜ୍ୟରେ ୨୬ ତାରିଖ ପର୍ଯ୍ୟନ୍ତ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା ରହିଛି। ୨୭ ତାରିଖରୁ ମାଲକାନଗିରି, ରାୟଗଡ଼ା, ଗଜପତି ସହିତ ଗଞ୍ଜାମରୁ ଜଗତସିଂହପୁର ଓ ସଂଲଗ୍ନ ଜିଲ୍ଲାରେ ମଧ୍ୟମ ବର୍ଷା ହୋଇପାରେ। ୨୮ ତାରିଖରେ ସେହି ଜିଲ୍ଲା ସହିତ ସମଗ୍ରହ ଉପକୂଳ ଓ ସଂଲଗ୍ନ ଜିଲ୍ଲା (କେତେକ ପଶ୍ଚିମ ସୀମାନ୍ତ ଜିଲ୍ଲାକୁ ଛାଡ଼ି) ବର୍ଷା ହେବ। ୨୯ ତାରିଖରେ ପ୍ରାୟ ଅଧିକାଂଶ ଜିଲ୍ଲାରେ ବର୍ଷା ହେବାକୁ ଥିବା ବେଳେ ୩୦ତାରିଖରେ ଉପକୂଳ ବର୍ଷାର ପ୍ରଭାବ କମି ଉତ୍ତର ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ଏବଂ ୩୧ ତାରିଖରେ ଉତ୍ତର ଓଡ଼ିଶାରେ ବର୍ଷା ହେବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ବର୍ତ୍ତମାନ ରାଜ୍ୟର ଅଧିକାଂଶ ସ୍ଥାନରେ ଧାନ ଫସଲ ଗୁରୁତ୍ୱପୂର୍ଣ୍ଣ ସମୟ ଦେଇ ଗତି କରୁଛି। ବର୍ଷା କିମ୍ବା ପବନ ହେଲେ ଧାନ ଫସଲ ଗୁରୁତର ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଆଇଏମ୍‌ଡିର ସମ୍ଭାବ୍ୟ ବାତ୍ୟା ଆକଳନକୁ ନେଇ ଜନସାଧାରଣ ଆତଙ୍କିତ ହୁଅନ୍ତୁ ନାହିଁ। ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ସ୍ୱାସ୍ଥ୍ୟ ବିଭାଗ ସଜାଗ ରହିଛି। ବାତ୍ୟା ଆଶ୍ରୟସ୍ଥଳୀ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ଆବଶ୍ୟକସ୍ଥଳେ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ଶୁଖିଲା ଖାଦ୍ୟ ମହଜୁଦ ରଖାଯାଇଛି। ଶକ୍ତି ବିଭାଗକୁ ମଧ୍ୟ ସତର୍କ କରାଯାଇଛି। ଯଦି ସେଭଳି ସ୍ଥିତି ଉପୁଜେ, କିପରି ପୁନଃସ୍ଥାପନ କରାଯାଇ ପାରିବ ସେନେଇ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଲଘୁଚାପ ଜନିତ ବର୍ଷା ସହିତ ସମ୍ଭାବ୍ୟ ବାତ୍ୟା ସ୍ଥିତି ମୁକାବିଲା ନେଇ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।

25 Oct 2025 By Deviprasad Mohanty

Cyclone Alert: ଆସୁଛି ବାତ୍ୟା ‘ମୋନ୍ଥା’ , ପଶ୍ଚିମାଝଡ଼ ଯୋଗୁଁ ହୋଇପାରେ ଦିଗ ପରିବର୍ତ୍ତନ...

୨୭ ତାରିଖରୁ ବର୍ଷା, ୨୮ରୁ ବଢ଼ିବ ପ୍ରଭାବ ...

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ୧୯୯୯ ମହାବାତ୍ୟାକୁ ଆସନ୍ତା ୨୯ରେ ୨୬ ବର୍ଷ ପୂରିବାକୁ ଯାଉଥିବା ବେଳେ ଠିକ୍‌ ଏହି ସମୟ ବେଳକୁ ପାଣିପାଗ ବିଭାଗର ଏକ ସମ୍ଭାବ୍ୟ ବାତ୍ୟା ଆକଳନ ରାଜ୍ୟବାସୀଙ୍କ ମନରେ ଭୟ ସଂଚାର କରିଛି। ଭାରତୀୟ ପାଣିପାଗ ବିଭାଗ- ଆଇଏମ୍‌ଡିର ସୂଚନା ଅନୁସାରେ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଶୁକ୍ରବାର ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ୨୫ ତାରିଖରେ ଅବପାତର ରୂପ ନେବ। ୨୬ ତାରିଖ ସକାଳୁ ଏହା ଗଭୀର ଅବପାତରେ ପରିଣତ ହୋଇ ୨୭ ତାରିଖରେ ବାତ୍ୟାର ରୂପ ନେବ। ବାତ୍ୟା ପ୍ରଭାବରେ ୨୭ ତାରିଖରୁ ବର୍ଷା ଆରମ୍ଭ ହେବ।

ବିଶେଷକରି ଦକ୍ଷିଣ ଓଡ଼ିଶାରେ ପ୍ରଥମେ ବର୍ଷା ଆରମ୍ଭ ହୋଇ ଧୀରେ ଧୀରେ ଅନ୍ୟ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ହେବ। ଯଦିଓ ବାତ୍ୟାଟି ଓଡ଼ିଶାରେ ସ୍ଥଳଭାଗ ଛୁଇଁବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ, ତଥାପି ରାଜ୍ୟର ବିଭିନ୍ନ ସ୍ଥାନରେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ପ୍ରବଳରୁ ଅତିପ୍ରବଳ ବର୍ଷାର ଆଶଙ୍କା ରହିଛି। ଏହି ବାତ୍ୟା ସୃଷ୍ଟି ହେବା ପରେ ଏହାର ନାମ ‘ମୋନ୍ଥା’ ରହିବ। ଥାଇଲାଣ୍ଡ ଦ୍ୱାରା ନାମିତ ହୋଇଥିବା ଏହି ବାତ୍ୟା ‘ମୋନ୍ଥା’ ଶବ୍ଦର  ଅର୍ଥ ସୁଗନ୍ଧିତ ଫୁଲ।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ୨୭ ବେଳକୁ ବାତ୍ୟାର ରୂପ ନେବ। ୨୮ ବେଳକୁ ବାତ୍ୟାଟି ଅଧିକ ଘନୀଭୂତ ହେବା ପାଇଁ ପାଗ ଅନକୂଳ ରହୁଛି। ତେବେ ପଶ୍ଚିମାଝଡ଼ର ପ୍ରଭାବ ୨୮ ତାରିଖ ଓ ୨୯ ତାରିଖରେ ରହିବାର ସମ୍ଭାବନା ରହିଛି। ତେଣୁ ଏହି ବାତ୍ୟାକୁ ନେଇ ବର୍ତ୍ତମାନ ଦୁଇଟି ଦୃଶ୍ୟପଟ ରହିଛି। ପ୍ରଥମ ଦୃଶ୍ୟପଟରେ ୨୮ରେ ବାତ୍ୟ ଅଧିକ ଘନୀଭୂତ ହୋଇ ଆନ୍ଧ୍ର ଉପକୂଳ ନେଲୋର-ବିଶାଖାପାଟ୍ଟନମ୍‌ ମଧ୍ୟରେ ୨୮ ତାରିଖ ରାତି କିମ୍ବା ୨୯ ତାରିଖତାରିଖ ସକାଳେ ସ୍ଥଳଭାଗ ଅତିକ୍ରମ କରିପାରେ। ଯଦି ପଶ୍ଚିମାଝଡ଼ ପ୍ରଭାବ ପଡେ଼, ତେବେ ୨୯ ତାରିଖରେ ଏହା ଦୁର୍ବଳ ହୋଇ ଓଡ଼ିଶା ଉପକୂଳ ମୁହାଁ ହୋଇପାରେ।

ବର୍ତ୍ତମାନର ଆକନଳ କହୁଛି, ରାଜ୍ୟରେ ୨୬ ତାରିଖ ପର୍ଯ୍ୟନ୍ତ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା ରହିଛି। ୨୭ ତାରିଖରୁ ମାଲକାନଗିରି, ରାୟଗଡ଼ା, ଗଜପତି ସହିତ ଗଞ୍ଜାମରୁ ଜଗତସିଂହପୁର ଓ ସଂଲଗ୍ନ ଜିଲ୍ଲାରେ ମଧ୍ୟମ ବର୍ଷା ହୋଇପାରେ। ୨୮ ତାରିଖରେ ସେହି ଜିଲ୍ଲା ସହିତ ସମଗ୍ରହ ଉପକୂଳ ଓ ସଂଲଗ୍ନ ଜିଲ୍ଲା (କେତେକ ପଶ୍ଚିମ ସୀମାନ୍ତ ଜିଲ୍ଲାକୁ ଛାଡ଼ି) ବର୍ଷା ହେବ। ୨୯ ତାରିଖରେ ପ୍ରାୟ ଅଧିକାଂଶ ଜିଲ୍ଲାରେ ବର୍ଷା ହେବାକୁ ଥିବା ବେଳେ ୩୦ତାରିଖରେ ଉପକୂଳ ବର୍ଷାର ପ୍ରଭାବ କମି ଉତ୍ତର ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ଏବଂ ୩୧ ତାରିଖରେ ଉତ୍ତର ଓଡ଼ିଶାରେ ବର୍ଷା ହେବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ବର୍ତ୍ତମାନ ରାଜ୍ୟର ଅଧିକାଂଶ ସ୍ଥାନରେ ଧାନ ଫସଲ ଗୁରୁତ୍ୱପୂର୍ଣ୍ଣ ସମୟ ଦେଇ ଗତି କରୁଛି। ବର୍ଷା କିମ୍ବା ପବନ ହେଲେ ଧାନ ଫସଲ ଗୁରୁତର ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଆଇଏମ୍‌ଡିର ସମ୍ଭାବ୍ୟ ବାତ୍ୟା ଆକଳନକୁ ନେଇ ଜନସାଧାରଣ ଆତଙ୍କିତ ହୁଅନ୍ତୁ ନାହିଁ। ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ସ୍ୱାସ୍ଥ୍ୟ ବିଭାଗ ସଜାଗ ରହିଛି। ବାତ୍ୟା ଆଶ୍ରୟସ୍ଥଳୀ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ଆବଶ୍ୟକସ୍ଥଳେ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ଶୁଖିଲା ଖାଦ୍ୟ ମହଜୁଦ ରଖାଯାଇଛି। ଶକ୍ତି ବିଭାଗକୁ ମଧ୍ୟ ସତର୍କ କରାଯାଇଛି। ଯଦି ସେଭଳି ସ୍ଥିତି ଉପୁଜେ, କିପରି ପୁନଃସ୍ଥାପନ କରାଯାଇ ପାରିବ ସେନେଇ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଲଘୁଚାପ ଜନିତ ବର୍ଷା ସହିତ ସମ୍ଭାବ୍ୟ ବାତ୍ୟା ସ୍ଥିତି ମୁକାବିଲା ନେଇ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର