ଚନ୍ଦକାରେ ଚାଞ୍ଚଲ୍ୟ; ଜଙ୍ଗଲ ଭିତରୁ ମିଳିଲା ନର କଙ୍କାଳ, ଅଧାଦେହ ମାଟି ତଳେ, ଅଧା ମାଟି ଉପରେ...
 
                 
              
                ଭୁବନେଶ୍ବର: ଚନ୍ଦକା ଜଙ୍ଗଳରୁ ମିଳିଲା ନର କଙ୍କାଳ I କଙ୍କାଳ ଦେଖି ସ୍ଥାନୀୟ ଲୋକେ ଆତଙ୍କିତ I ମୁଣ୍ଡ, ଖପୁରି, ମାଢି, ଜଙ୍ଘହାଡ଼ ଆଦି ଏଣେ ତେଣେ  ଛିଟକି ପଡ଼ିଥିବା ଦେଖିବାକୁ ମିଳିଛିI ଖବର ପାଇଁ ସ୍ଥାନୀୟ ପୁଲିସ ଓ ଫରେଷ୍ଟ ଡିପାର୍ଟମେଣ୍ଟ ପହଞ୍ଚି ତଦନ୍ତ ଚଳାଇଛନ୍ତି I  ଅଧାଦେହ ମାଟି ତଳେ ପୋତା ଯାଇଥିବା ବେଳେ, ଅଧା ମାଟି ଉପରେ ରହିଛିI
କୁହା ଯାଉଛି ଯେ, ସେ ଅଞ୍ଚଳରୁ ମାସେ ତଳୁ ଜଣେ ବ୍ୟକ୍ତି  ନିଖୋଜ ଥିଲେ I କିନ୍ତୁ ପ୍ରଶ୍ନ ଉଠୁଛି, ସେ ବ୍ୟକ୍ତିଙ୍କୁ କିଏ ଓ କାହିଁକି ମାଟିରେ ପୋତିଲା ? ହତ୍ୟାକାଣ୍ଡ ସନ୍ଦେହ କରିବା ସହ ସାଇଣ୍ଟିଫିକ ଟିମକୁ ଅପେକ୍ଷା କରି ତଦନ୍ତ ଚଳାଇଛି ପୁଲିସ।




 
                 
                 
                 
                 
                 
                 
                 
                 
                 
             
                

 
                 
                 
                 
                 
                 
         
         
         
        