ଇଣ୍ଡିଆନ୍‌ ଆଇଡଲ୍‌ରେ ଓଡ଼ିଆ ଝିଅ ଜ୍ୟୋତିର୍ମୟୀ: କର୍କଟ ରୋଗୀଙ୍କୁ ଦେଉଛନ୍ତି ମ୍ୟୁଜିକ୍‌ ଥେରାପି, ଜାତୀୟ ମଞ୍ଚରେ ବିଚାରକଙ୍କ ପ୍ରଶଂସା

Madhusudan Das Picture
Published On

ଭୁବନେଶ୍ୱର: ଇଣ୍ଡିଆନ୍‌ ଆଇଡଲ ସିଜନ୍‌-୧୬ରେ ଜଲ୍‌ୱା ଦେଖାଇଛନ୍ତି ଓଡ଼ିଆ ଝିଅ ଜ୍ୟୋତିର୍ମୟୀ। ଏହି ଜାତୀୟ ମଞ୍ଚରେ ତାଙ୍କ ତାଙ୍କ କଣ୍ଠସ୍ୱର ଓ ସଙ୍ଗୀତକୁ ବିଚାରକମଣ୍ଡଳୀ ବେଶ୍‌ ପ୍ରଶଂସା କରିଛନ୍ତି। ତେବେ ସଙ୍ଗୀତ ସାଙ୍ଗକୁ ତାଙ୍କର ମହନୀୟତା ଏବେ ଦେଶ ବିଦେଶରେ ବି ପ୍ରଶଂସା ସାଉଁଟିଛି। କାରଣ ଜ୍ୟୋତିର୍ମୟୀ କେବଳ ଜଣେ କଣ୍ଠଶିଳ୍ପୀ ନୁହଁନ୍ତି ବରଂ ତାଙ୍କ ସଙ୍ଗୀତ ଅନେକଙ୍କ ଜୀବନରେ ପ୍ରାଣ ଭରିଦେଇଛି। ଦୀର୍ଘ ୨ବର୍ଷ ହେବ ସଙ୍ଗୀତକୁ ମାଧ୍ୟମ କରି କ୍ୟାନ୍‌ସର ରୋଗୀଙ୍କର ସେବାରେ ନିଜକୁ ସମର୍ପି ଦେଇଛନ୍ତି। କ୍ୟାନ୍ସର ପୀଡ଼ିତ ଏବଂ ଗର୍ଭବତୀ ମହିଳାଙ୍କୁ ମଧ୍ୟ ମ୍ୟୁଜିକ୍‌ ଥେରାପି ଦେଇ ତାଙ୍କର ଅନେକ କଷ୍ଟ ଲାଘବ କରିବାରେ ମାଧ୍ୟମ ପାଲଟିଛନ୍ତି। ଇଣ୍ଡିଆନ୍‌ ଆଇଡଲ୍‌ ମଞ୍ଚରେ ତାଙ୍କର ଏହି ମହାନ କାର୍ଯ୍ୟ ପାଇଁ ବିଚାରକଙ୍କ ସମେତ ଉପସ୍ଥିତ ମ୍ୟୁଜିସିଆନ୍‌ ଏବଂ ଦର୍ଶକମାନେ ତାଙ୍କୁ ସାଧୁବାଦ୍‌ ଜଣାଇବା ସହ ଏଭଳି ମହତ କାର୍ଯ୍ୟ ଆଗକୁ ଜାରୀ ରଖିବାକୁ କହିଥିଲେ। 

ଆହୁରି ପଢ଼ନ୍ତୁ: ମହଙ୍ଗା ପଡ଼ିଲା ମଦ୍ୟପାନ; ସ୍କୁଲ୍ ପରିସରରେ ମଦ ପିଇ ପ୍ରଧାନ ଶିକ୍ଷକ ନିଲମ୍ବିତ

ଭୁବନେଶ୍ୱର ପଳାଶୁଣୀରେ ବାପା ଚକ୍ରଧର ନାୟକ ଓ ମା’ଗୌରୀ ନାୟକଙ୍କ ସହ ରୁହନ୍ତି ଜ୍ୟୋତିର୍ମୟୀ। ସେ କିଟ୍‌ ବିଶ୍ୱବିଦ୍ୟାଳୟରୁ ବିଟେକ୍‌ କରିବା ପରେ ଚେନ୍ନାଇସ୍ଥିତ ସ୍କୁଲ ଅଫ୍‌ ମ୍ୟୁଜିକ ଥେରାପିରୁ ଶିକ୍ଷା ଗ୍ରହଣ କରିଛନ୍ତି। ଏହାପରେ ସେ କ୍ୟାନ୍ସର ରୋଗୀଙ୍କୁ ମ୍ୟୁଜିକ୍‌ ଥେରାପି ଦେବା ଆରମ୍ଭ କରିଥିଲେ। କ୍ୟାନ୍ସର ରୋଗୀଙ୍କୁ ସଙ୍ଗୀତ ଥେରାପି ଦେବା ପରେ ଯେଉଁ ଆଶୀର୍ବାଦ ମିଳେ, ତାହା ବହୁତ ଆନନ୍ଦ ଦେଇଥାଏ। ସଙ୍ଗୀତ ଥେରାପି ମାଧ୍ୟମରେ ରୋଗୀଙ୍କ ମୁହଁରେ ହସ ଓ ଖୁସି ଦେଖିଲେ, ଅନେକ ଦୁଃଖ କଷ୍ଟ ଭୁଲି ଯାଇଥାଏ ବୋଲି କହିବା ସହ ଏହା ତାଙ୍କ ଜୀବନର ଏକ ବଡ଼ ଉପଲବ୍ଧି ବୋଲି କହିଛନ୍ତି। କ୍ୟାନ୍ସର ରୋଗୀଙ୍କୁ ନିକଟକୁ ଯାଇ ସଙ୍ଗୀତ ମାଧ୍ୟମରେ ରୋଗୀଙ୍କୁ ଥେରାପି ଦେଇଥା’ନ୍ତି, ଯାହା ସେମାନଙ୍କ ମାନସିକ ଓ ଶାରୀରିକ ସ୍ତରରେ ସକରାତ୍ମକ ପ୍ରଭାବ ପକାଇଥାଏ। ସଙ୍ଗୀତ ମାଧ୍ୟମରେ ମଧ୍ୟ ଜଣଙ୍କ ମନକୁ ଖୁସିବାରେ ଭରପୂର ଆନନ୍ଦ ମିଳିଥାଏ। ଏହି ଥେରାପି ରୋଗୀଙ୍କ ମଧ୍ୟରେ ଅନେକ ସାହାସ ସୃଷ୍ଟି କରିଥାଏ ବୋଲି ସେ କହିଛନ୍ତି। ଜ୍ୟୋତିର୍ମୟୀ ଅନେକ ଓଡ଼ିଆ ସିନେମାରେ ପ୍ରଚ୍ଛଦପଟ ଗାୟିକା ଭାବେ ସୁନାମ ଅର୍ଜନ କରିଥିବା ବେଳେ ନିକଟରେ ତାଙ୍କର ଭଜନ ‘ଚାରିଧାମ ଭିତରୁ ଗୋଟିଏ ଧାମ’, ‘ପାଗଳ ଭଅଁର’, ‘ଆମ ଗାଁ ଝିଅ ଖାଣ୍ଟି ଗୁଆ ଘିଅ’ ଆଦି ସଙ୍ଗୀତ ବେଶ୍‌ ଲୋକପ୍ରିୟତା ହାସଲ କରିଛି।  ଜ୍ୟୋତିର୍ମୟୀ ବଲିଉଡରେ ଓ ରିୟାଲିଟି ଶୋ’ ମାଧ୍ୟମରେ ନିଜର ପ୍ରତିଭା ପ୍ରଦର୍ଶନ କରିବାକୁ ଇଚ୍ଛା ରଖିଥିବା ବେଳେ ତାହା ପୂରଣ ହେବାକୁ ଯାଉଥିବାରୁ ପରିବାର ସଦସ୍ୟଙ୍କ ସମେତ ସମ୍ପର୍କୀୟ ଓ ଦର୍ଶକଙ୍କ ଶୁଭେଚ୍ଛାର ସୁଅ ଛୁଟିଛି।

ଆହୁରି ପଢ଼ନ୍ତୁ: ହର୍ଣ୍ଣ ବଜାଇବାକୁ କେନ୍ଦ୍ର କରି ଭୁବନେଶ୍ୱରରେ ଲଙ୍କାକାଣ୍ଡ: ଏଏସଓ ଓ ସାମ୍ବାଦିକଙ୍କୁ ସଂଘବଦ୍ଧ ଆକ୍ରମଣ, ୩ ଅଟକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର