ନୂଆପଡ଼ା ଉପନିର୍ବାଚନ: ନବୀନଙ୍କ ଇଙ୍ଗିତ; ବିରୋଧୀ ଶିବିରରେ କମ୍ପନ

Madhusudan Das Picture
Published On

ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ପାଖେଇ ଆସୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ପ୍ରଚାର କାର୍ଯ୍ୟ ଜୋର୍ ଧରିଛି। ନୂଆପଡ଼ା ବର୍ତ୍ତମାନ ମିନି ଭୁବନେଶ୍ୱର ପାଲଟିଥିବା ବେଳେ ୩ ଦଳର ନେତା ଓ କର୍ମୀମାନେ ଝାଳବୁହା ପରିଶ୍ରମ କରୁଛନ୍ତି। ତେବେ ନିର୍ବାଚନ ପରିଚାଳନାରେ ସବୁଠାରୁ ପାରଙ୍ଗମ ବିଜେଡିର ପ୍ରଚାର ଶୈଳୀ ଏବେ ନୂଆପଡ଼ାବାସୀଙ୍କୁ ବେଶ୍ ପ୍ରଭାବିତ କରିଥିବା କୁହାଯାଉଛି। ପଞ୍ଚାୟତୱାରୀ ଦଳୀୟ ନେତାଙ୍କୁ ଦାୟିତ୍ୱ, ସ୍ଥାନୀୟ ନେତାଙ୍କୁ ଅଗ୍ରାଧିକାର, ଛୋଟ ଛୋଟ ରାଜନୈତିକ ସଭା ମାଧ୍ୟମରେ ବିଜେଡିର ଛାମୁଆ ସଂଗଠକ ନିଜର ପ୍ରଚାର କାର୍ଯ୍ୟକୁ ଚଳାଇଛନ୍ତି। ବିଜେଡିର ଯୋଜନାଭିତ୍ତିକ ପ୍ରଚାର ଦଳକୁ ସୁବିଧାଜନକ ସ୍ଥିତିରେ ରଖିଥିବା ବେଳେ ଦୁଇ ଦିନରେ ନବୀନଙ୍କ ଦୁଇଟି ଇଙ୍ଗିତ ‘ଏଥର ବି ଶଙ୍ଖ’, ‘ବିଜୟ ହେବ ନୂଆପଡ଼ାର’ ବିରୋଧୀ ଶିବିରରେ କମ୍ପନ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ବିଜେଡି ସୁପ୍ରିମୋ ନବୀନ ଆଜି ଏକ ଟ୍ୱିଟ୍ କରିଥିଲେ। ଏଥିରେ ସେ ନୂଆପଡ଼ାରେ ସେବା ଓ ବିକାଶର ନୂଆଧାରା ଆରମ୍ଭ ହେବ ବୋଲି ଉଲ୍ଲେଖ କରିବା ସହ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କର ପ୍ରଚାରର ଏକ ଭିଡ଼ିଓ ପୋଷ୍ଟ କରିଥିଲେ। କେଇଘଣ୍ଟା ମଧ୍ୟରେ ଏହା ଦଳୀୟ କର୍ମୀ ଓ ନେତାଙ୍କ ମଧ୍ୟରେ ଏହି ଟ୍ୱିଟ୍‌ ଟ୍ରେଣ୍ଡ କରିଥିଲା। ଆସନ୍ତା ୩ ତାରିଖରେ କୋମନାରେ ଏକ ସମାବେଶ ଓ ୭ ତାରିଖରେ ନୂଆପଡ଼ାରୁ ଖରିଆର ରୋଡ୍‌ ପର୍ଯ୍ୟନ୍ତ ନବୀନଙ୍କ ଶୋଭାଯାତ୍ରା ପୂର୍ବରୁ ତାଙ୍କର ଟ୍ୱିଟ୍ ଦଳୀୟ କର୍ମୀ ଓ କର୍ମକର୍ତ୍ତାଙ୍କୁ ପୂରା ଉତ୍ସାହିତ କରିଛି। ନବୀନଙ୍କ ଏହି ଗସ୍ତ ସବୁ ରାଜନୈତିକ ସମୀକରଣକୁ ବଦଳାଇଦେବ ବୋଲି ରାଜନୈତିକ ସମୀକ୍ଷକମାନେ ମତବ୍ୟକ୍ତ କରିଛନ୍ତି। 

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ଦଳୀୟ ପ୍ରାର୍ଥୀ ରୂପେ ସ୍ନେହାଙ୍ଗିନୀଙ୍କୁ ମନୋନୀତ କରି ନବୀନଙ୍କ ନିଷ୍ପତ୍ତି ବିରୋଧୀଙ୍କୁ ଚକିତ କରିଥିଲା। ସେହିପରି ଦଳର ରଣନୀତିକୁ କାର୍ଯ୍ୟକାରୀ କରିବାକୁ ପଶ୍ଚିମ ଓଡ଼ିଶାର ଦମଦାର ନେତାମାନଙ୍କୁ  ପ୍ରଚାର ଏବଂ ନିର୍ବାଚନ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ବିଶେଷକରି ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ, ଏନ୍‌ଏସିଯାଏଁ ନିର୍ଦ୍ଦିଷ୍ଟ ନେତାଙ୍କୁ ନିର୍ଦ୍ଦିଷ୍ଟ ଦାୟିତ୍ୱ ପ୍ରଦାନ କରାଯାଇଛି। ନୂଆପଡ଼ା ରାଜନୀତି ପାଣିପାଗକୁ ମାପି ନବୀନ ପ୍ରଥମେ ଷ୍ଟିୟରିଂ କମିଟି, ଜୋନାଲ କମିଟି ଏବଂ ଲୋକାଲ ଆକ୍ସନ କମିଟି କରିଥିଲେ। ଏହାପରେ ପରେ ଦଳର ଆଗଧାଡ଼ିର ନେତାଙ୍କୁ ବିବିନ୍ନ ଦାୟିତ୍ୱ ନ୍ୟସ୍ତ କରିଥିବା ବେଳେ ଦଳ ସୁଚିନ୍ତିତ ଢଙ୍ଗରେ ନିଜର ପ୍ରଚାର କାର୍ଯ୍ୟକ୍ରମକୁ ଜାରି ରଖିଛି। ବଡ଼ ବଡ଼ ସଭା ବଦଳରେ ଦଳୀୟ ନେତାମାନେ ଗୋଟିଏ ଦିନରେ ପ୍ରାୟ ୨୦ରୁ ଅଧ଄କ ସଭା କରୁଛନ୍ତି। ଏପରିକି ବିଜେଡିର ଜଣେ ନେତାଙ୍କୁ ଜଗିବା ପାଇଁ ଶାସକ ବିଜେପି ୩ ଜଣଙ୍କୁ ଲଗାଇଥବା ନେଇ ସ୍ଥାନୀୟ ଅଞ୍ଚଳର ରାଜନୈତିକ ବିଶେଷଜ୍ଞ ମତପ୍ରକାଶ କରିଛନ୍ତି। ସେହିପରି ନିଜେ ପ୍ରାର୍ଥୀ ସ୍ନେହାଙ୍ଗିନୀ ଏକାଧିକ ସ୍ଥାନରେ ପଦଯାତ୍ରା କରି ନିଜ ପାଇଁ ଭୋଟ ମାଗୁଛନ୍ତି। ଏପଟେ ନବୀନ ଦଳରୁ ଦୂରେଇ ରହିଥିବା ଟାଣୁଆ ନେତାଙ୍କୁ ପୁଣିଥରେ ଦଳକୁ ଫେରାଇ ଦଳର ଶକ୍ତି ବୃଦ୍ଧି କରିଛନ୍ତି। 

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ସ୍ଥାନୀୟ ଅଞ୍ଚଳରେ ଦଳର ଟାଣୁଆ ନେତା ଭାନୁପ୍ରତାପ ସିଂହ ପ୍ରତ୍ୟକ୍ଷ ଭାବରେ ପ୍ରଚାରରେ ନିଜକୁ ସାମିଲ କରିଛନ୍ତି ଓ ସ୍ନେହାଙ୍ଗିନୀଙ୍କୁ ନୂଆପଡ଼ା ରାଜନୀତିର ସବୁ ଦାଓପେଞ୍ଚ ସମ୍ପର୍କରେ ଅବଗତ କରିଛନ୍ତି। ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ କ୍ଷମତାରେ ନ ଥିଲେ ବି ନୂଆପଡ଼ାରେ ନବୀନଙ୍କର ସ୍ୱତନ୍ତ୍ର କ୍ରେଜ ରହିଛି। ନୂଆପଡ଼ା ଜିଲ୍ଲାରେ ଯାହା କିଛି ବିକାଶ ହୋଇଛି, ତାହା ନବୀନଙ୍କ ସମୟରେ ହିଁ ହୋଇଛି। ନବୀନ ନିଜେ ପ୍ରଚାର ମଙ୍ଗ ଧରିଲେ ଏହାର ପ୍ରଭାବ ନିଶ୍ଚୟ ଅନୁଭୂତ ହେବ ବୋଲି ବିରୋଧୀ ଦଳର ସମର୍ଥକମାନେ ମଧ୍ୟ ମତ ଦେଉଛନ୍ତି। ନବୀନ ପ୍ରଚାର ମଇଦାନକୁ ଓହ୍ଲାଇବା ପରେ ନୂଆପଡ଼ା ପ୍ରଚାର ରାଜନୀତି ଆହୁରି ଉଷ୍ମତା ଧରିବ ବୋଲି ଏବେ ସାଧାରଣରେ ମତପ୍ରକାଶ ପାଇଛି। 

31 Oct 2025 By Madhusudan Das

ନୂଆପଡ଼ା ଉପନିର୍ବାଚନ: ନବୀନଙ୍କ ଇଙ୍ଗିତ; ବିରୋଧୀ ଶିବିରରେ କମ୍ପନ

ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ପାଖେଇ ଆସୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ପ୍ରଚାର କାର୍ଯ୍ୟ ଜୋର୍ ଧରିଛି। ନୂଆପଡ଼ା ବର୍ତ୍ତମାନ ମିନି ଭୁବନେଶ୍ୱର ପାଲଟିଥିବା ବେଳେ ୩ ଦଳର ନେତା ଓ କର୍ମୀମାନେ ଝାଳବୁହା ପରିଶ୍ରମ କରୁଛନ୍ତି। ତେବେ ନିର୍ବାଚନ ପରିଚାଳନାରେ ସବୁଠାରୁ ପାରଙ୍ଗମ ବିଜେଡିର ପ୍ରଚାର ଶୈଳୀ ଏବେ ନୂଆପଡ଼ାବାସୀଙ୍କୁ ବେଶ୍ ପ୍ରଭାବିତ କରିଥିବା କୁହାଯାଉଛି। ପଞ୍ଚାୟତୱାରୀ ଦଳୀୟ ନେତାଙ୍କୁ ଦାୟିତ୍ୱ, ସ୍ଥାନୀୟ ନେତାଙ୍କୁ ଅଗ୍ରାଧିକାର, ଛୋଟ ଛୋଟ ରାଜନୈତିକ ସଭା ମାଧ୍ୟମରେ ବିଜେଡିର ଛାମୁଆ ସଂଗଠକ ନିଜର ପ୍ରଚାର କାର୍ଯ୍ୟକୁ ଚଳାଇଛନ୍ତି। ବିଜେଡିର ଯୋଜନାଭିତ୍ତିକ ପ୍ରଚାର ଦଳକୁ ସୁବିଧାଜନକ ସ୍ଥିତିରେ ରଖିଥିବା ବେଳେ ଦୁଇ ଦିନରେ ନବୀନଙ୍କ ଦୁଇଟି ଇଙ୍ଗିତ ‘ଏଥର ବି ଶଙ୍ଖ’, ‘ବିଜୟ ହେବ ନୂଆପଡ଼ାର’ ବିରୋଧୀ ଶିବିରରେ କମ୍ପନ ସୃଷ୍ଟି କରିଛି।

ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ବିଜେଡି ସୁପ୍ରିମୋ ନବୀନ ଆଜି ଏକ ଟ୍ୱିଟ୍ କରିଥିଲେ। ଏଥିରେ ସେ ନୂଆପଡ଼ାରେ ସେବା ଓ ବିକାଶର ନୂଆଧାରା ଆରମ୍ଭ ହେବ ବୋଲି ଉଲ୍ଲେଖ କରିବା ସହ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କର ପ୍ରଚାରର ଏକ ଭିଡ଼ିଓ ପୋଷ୍ଟ କରିଥିଲେ। କେଇଘଣ୍ଟା ମଧ୍ୟରେ ଏହା ଦଳୀୟ କର୍ମୀ ଓ ନେତାଙ୍କ ମଧ୍ୟରେ ଏହି ଟ୍ୱିଟ୍‌ ଟ୍ରେଣ୍ଡ କରିଥିଲା। ଆସନ୍ତା ୩ ତାରିଖରେ କୋମନାରେ ଏକ ସମାବେଶ ଓ ୭ ତାରିଖରେ ନୂଆପଡ଼ାରୁ ଖରିଆର ରୋଡ୍‌ ପର୍ଯ୍ୟନ୍ତ ନବୀନଙ୍କ ଶୋଭାଯାତ୍ରା ପୂର୍ବରୁ ତାଙ୍କର ଟ୍ୱିଟ୍ ଦଳୀୟ କର୍ମୀ ଓ କର୍ମକର୍ତ୍ତାଙ୍କୁ ପୂରା ଉତ୍ସାହିତ କରିଛି। ନବୀନଙ୍କ ଏହି ଗସ୍ତ ସବୁ ରାଜନୈତିକ ସମୀକରଣକୁ ବଦଳାଇଦେବ ବୋଲି ରାଜନୈତିକ ସମୀକ୍ଷକମାନେ ମତବ୍ୟକ୍ତ କରିଛନ୍ତି। 

ଦଳୀୟ ପ୍ରାର୍ଥୀ ରୂପେ ସ୍ନେହାଙ୍ଗିନୀଙ୍କୁ ମନୋନୀତ କରି ନବୀନଙ୍କ ନିଷ୍ପତ୍ତି ବିରୋଧୀଙ୍କୁ ଚକିତ କରିଥିଲା। ସେହିପରି ଦଳର ରଣନୀତିକୁ କାର୍ଯ୍ୟକାରୀ କରିବାକୁ ପଶ୍ଚିମ ଓଡ଼ିଶାର ଦମଦାର ନେତାମାନଙ୍କୁ  ପ୍ରଚାର ଏବଂ ନିର୍ବାଚନ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ବିଶେଷକରି ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ, ଏନ୍‌ଏସିଯାଏଁ ନିର୍ଦ୍ଦିଷ୍ଟ ନେତାଙ୍କୁ ନିର୍ଦ୍ଦିଷ୍ଟ ଦାୟିତ୍ୱ ପ୍ରଦାନ କରାଯାଇଛି। ନୂଆପଡ଼ା ରାଜନୀତି ପାଣିପାଗକୁ ମାପି ନବୀନ ପ୍ରଥମେ ଷ୍ଟିୟରିଂ କମିଟି, ଜୋନାଲ କମିଟି ଏବଂ ଲୋକାଲ ଆକ୍ସନ କମିଟି କରିଥିଲେ। ଏହାପରେ ପରେ ଦଳର ଆଗଧାଡ଼ିର ନେତାଙ୍କୁ ବିବିନ୍ନ ଦାୟିତ୍ୱ ନ୍ୟସ୍ତ କରିଥିବା ବେଳେ ଦଳ ସୁଚିନ୍ତିତ ଢଙ୍ଗରେ ନିଜର ପ୍ରଚାର କାର୍ଯ୍ୟକ୍ରମକୁ ଜାରି ରଖିଛି। ବଡ଼ ବଡ଼ ସଭା ବଦଳରେ ଦଳୀୟ ନେତାମାନେ ଗୋଟିଏ ଦିନରେ ପ୍ରାୟ ୨୦ରୁ ଅଧ଄କ ସଭା କରୁଛନ୍ତି। ଏପରିକି ବିଜେଡିର ଜଣେ ନେତାଙ୍କୁ ଜଗିବା ପାଇଁ ଶାସକ ବିଜେପି ୩ ଜଣଙ୍କୁ ଲଗାଇଥବା ନେଇ ସ୍ଥାନୀୟ ଅଞ୍ଚଳର ରାଜନୈତିକ ବିଶେଷଜ୍ଞ ମତପ୍ରକାଶ କରିଛନ୍ତି। ସେହିପରି ନିଜେ ପ୍ରାର୍ଥୀ ସ୍ନେହାଙ୍ଗିନୀ ଏକାଧିକ ସ୍ଥାନରେ ପଦଯାତ୍ରା କରି ନିଜ ପାଇଁ ଭୋଟ ମାଗୁଛନ୍ତି। ଏପଟେ ନବୀନ ଦଳରୁ ଦୂରେଇ ରହିଥିବା ଟାଣୁଆ ନେତାଙ୍କୁ ପୁଣିଥରେ ଦଳକୁ ଫେରାଇ ଦଳର ଶକ୍ତି ବୃଦ୍ଧି କରିଛନ୍ତି। 

ସ୍ଥାନୀୟ ଅଞ୍ଚଳରେ ଦଳର ଟାଣୁଆ ନେତା ଭାନୁପ୍ରତାପ ସିଂହ ପ୍ରତ୍ୟକ୍ଷ ଭାବରେ ପ୍ରଚାରରେ ନିଜକୁ ସାମିଲ କରିଛନ୍ତି ଓ ସ୍ନେହାଙ୍ଗିନୀଙ୍କୁ ନୂଆପଡ଼ା ରାଜନୀତିର ସବୁ ଦାଓପେଞ୍ଚ ସମ୍ପର୍କରେ ଅବଗତ କରିଛନ୍ତି। ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ କ୍ଷମତାରେ ନ ଥିଲେ ବି ନୂଆପଡ଼ାରେ ନବୀନଙ୍କର ସ୍ୱତନ୍ତ୍ର କ୍ରେଜ ରହିଛି। ନୂଆପଡ଼ା ଜିଲ୍ଲାରେ ଯାହା କିଛି ବିକାଶ ହୋଇଛି, ତାହା ନବୀନଙ୍କ ସମୟରେ ହିଁ ହୋଇଛି। ନବୀନ ନିଜେ ପ୍ରଚାର ମଙ୍ଗ ଧରିଲେ ଏହାର ପ୍ରଭାବ ନିଶ୍ଚୟ ଅନୁଭୂତ ହେବ ବୋଲି ବିରୋଧୀ ଦଳର ସମର୍ଥକମାନେ ମଧ୍ୟ ମତ ଦେଉଛନ୍ତି। ନବୀନ ପ୍ରଚାର ମଇଦାନକୁ ଓହ୍ଲାଇବା ପରେ ନୂଆପଡ଼ା ପ୍ରଚାର ରାଜନୀତି ଆହୁରି ଉଷ୍ମତା ଧରିବ ବୋଲି ଏବେ ସାଧାରଣରେ ମତପ୍ରକାଶ ପାଇଛି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର