ଆଜି ପବିତ୍ର ଅଁଳା ନବମୀ, ଓଡିଆଣୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀରାଧା

Madhusudan Das Picture
Published On

ସାକ୍ଷୀଗୋପାଳ: ଆଜି ପବିତ୍ର ଅଳାଁ ନବମୀ । ଆଜି ହେଉଛି ପବିତ୍ର କାର୍ତ୍ତିକ ଶୁକ୍ଳ ନବମୀ ତିଥି । ଏହି ପବିତ୍ର ତିଥିକୁ ଅଁଳା ନବମୀ ଭାବରେ ପାଳନ କରିବାର ବିଧି ରହିଛି ।  ଏହାକୁ ‘ଧାତ୍ରୀ ନବମୀ’ ବୋଲି ମଧ୍ୟ କୁହାଯାଏ ।  ଏହି ଦିନ ଦାନପୁଣ୍ୟ କଲେ ଜନ୍ମ ଜନ୍ମାନ୍ତର ଶୁଭଫଳ ମିଳିଥାଏ ବୋଲି କୁହାଯାଏ। ରାଧା ପାଦ ଦର୍ଶନ ପାଇଁ ସାକ୍ଷୀଗୋପାଳରେ ପ୍ରବଳ ଭକ୍ତଙ୍କ ଭିଡ଼ ଲାଗିଛି । ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ । ବିଳମ୍ବିତ ରାତିରୁ ଧାଡ଼ିରେ ଠିଆ ହୋଇ ରାଧାପାଦ ଦର୍ଶନ କରୁଛନ୍ତି ଭକ୍ତ । ରାତି ୧ଟାରୁ ମନ୍ଦିର ଖୋଲାଯାଇ ମଙ୍ଗଳ ଆଳତୀ ଅବକାଶ ବେଶ ମଇଲମ ମର୍ଦ୍ଦନ ଅବକାଶ କରାଯାଇ ନଟବର ବେଶ ସୂର୍ଯ୍ୟପୂଜା ଦ୍ୱାରପାଳ ପୂଜା ବଲ୍ଲଭ ମଦନମୋହନ ଭୋଗ କରାଯିବା ପରେ ସେବାୟତ ଓ କର୍ମଚାରୀଙ୍କ ପରିବାର ଦର୍ଶନ କରିଥିଲେ । ବର୍ଷକୁ ଥରେ ଓଡ଼ିଆଣୀ ବେଶକୁ ନେଇ ଭକ୍ତଙ୍କ ମନରେ ଉତ୍ସାହ ରହିଛି । ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ତିନି ଥାକିଆ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । ଶାନ୍ତି ଶୃଙ୍ଖଳା ସହିତ ଶ୍ରଦ୍ଧାଳୁମାନେ ମା’ ଙ୍କୁ ଦର୍ଶନ କରୁଛନ୍ତି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

31 Oct 2025 By Madhusudan Das

ଆଜି ପବିତ୍ର ଅଁଳା ନବମୀ, ଓଡିଆଣୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀରାଧା

ସାକ୍ଷୀଗୋପାଳ: ଆଜି ପବିତ୍ର ଅଳାଁ ନବମୀ । ଆଜି ହେଉଛି ପବିତ୍ର କାର୍ତ୍ତିକ ଶୁକ୍ଳ ନବମୀ ତିଥି । ଏହି ପବିତ୍ର ତିଥିକୁ ଅଁଳା ନବମୀ ଭାବରେ ପାଳନ କରିବାର ବିଧି ରହିଛି ।  ଏହାକୁ ‘ଧାତ୍ରୀ ନବମୀ’ ବୋଲି ମଧ୍ୟ କୁହାଯାଏ ।  ଏହି ଦିନ ଦାନପୁଣ୍ୟ କଲେ ଜନ୍ମ ଜନ୍ମାନ୍ତର ଶୁଭଫଳ ମିଳିଥାଏ ବୋଲି କୁହାଯାଏ। ରାଧା ପାଦ ଦର୍ଶନ ପାଇଁ ସାକ୍ଷୀଗୋପାଳରେ ପ୍ରବଳ ଭକ୍ତଙ୍କ ଭିଡ଼ ଲାଗିଛି । ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ । ବିଳମ୍ବିତ ରାତିରୁ ଧାଡ଼ିରେ ଠିଆ ହୋଇ ରାଧାପାଦ ଦର୍ଶନ କରୁଛନ୍ତି ଭକ୍ତ । ରାତି ୧ଟାରୁ ମନ୍ଦିର ଖୋଲାଯାଇ ମଙ୍ଗଳ ଆଳତୀ ଅବକାଶ ବେଶ ମଇଲମ ମର୍ଦ୍ଦନ ଅବକାଶ କରାଯାଇ ନଟବର ବେଶ ସୂର୍ଯ୍ୟପୂଜା ଦ୍ୱାରପାଳ ପୂଜା ବଲ୍ଲଭ ମଦନମୋହନ ଭୋଗ କରାଯିବା ପରେ ସେବାୟତ ଓ କର୍ମଚାରୀଙ୍କ ପରିବାର ଦର୍ଶନ କରିଥିଲେ । ବର୍ଷକୁ ଥରେ ଓଡ଼ିଆଣୀ ବେଶକୁ ନେଇ ଭକ୍ତଙ୍କ ମନରେ ଉତ୍ସାହ ରହିଛି । ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ତିନି ଥାକିଆ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । ଶାନ୍ତି ଶୃଙ୍ଖଳା ସହିତ ଶ୍ରଦ୍ଧାଳୁମାନେ ମା’ ଙ୍କୁ ଦର୍ଶନ କରୁଛନ୍ତି ।

https://www.thesakala.in/latest-odisha-news/today-is-holy-anla-navami-radha-pada-darshan-at-sakhigopal-temple/article-42906
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର