ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ହୋଇଥାଏ ଧୂପକାଠି ଧୂଆଁ

Madhusudan Das Picture
Published On

ହିନ୍ଦୁ ଧର୍ମରେ ପୂଜା, ହୋମଯଜ୍ଞ ଆଦି ସମୟରେ ଧୂପକାଠି ଜଳାଯାଇଥାଏ। ଏହା ଘରେ ସକାରାତ୍ମକ ଶକ୍ତି ଆଣିଥାଏ ବୋଲି ବିଶ୍ବାସ ରହିଛି । ଧୂପକାଠିର ସୁଗନ୍ଧରେ ପରିବେଶ ମହକିବା ସହ ସକାରାତ୍ମକ ଓ ଆଧ୍ୟାତ୍ମିକ ବାତାବରଣ ଖେଳିଯାଏ। ହେଲେ ଏହାର ଧୂଆଁ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ। ଏପରିକି ଏହି ଧୂଆଁ ଧୀରେ ଧୀରେ ଗମ୍ଭୀର ରୋଗର କାରଣ ହୋଇପାରେ। ଏଥିରେ ବ୍ୟବହାର ହେଉଥିବା ରସାୟନ ଏବଂ ସୁଗନ୍ଧିତ ତତ୍ତ୍ବ ଜଳିବା ଦ୍ବାରା ହାନିକାରକ ଗ୍ୟାସ୍ ନିର୍ଗତ ହୁଏ। ଏଥିରୁ କାର୍ବନ ମନୋକସାଇଡ୍‌, ବେନଜେନ୍‌, ଫରମାଲଡିହାଇଡ୍ ତତ୍ତ୍ବ ମିଳିଥାଏ। ତେଣୁ ଲଗାତାର ଧୂପକାଠି ଧୂଆଁ ସଂସ୍ପର୍ଶରେ ଆସିଲେ ଏହା ଫୁସ୍‌ଫୁସ୍‌ ପାଇଁ କ୍ଷତିକାରକ ହୋଇଥାଏ। ଏହାର ବାସ୍ନା ଶ୍ବାସକ୍ରିୟା ମାଧ୍ୟମରେ ଶରୀରକୁ ଗଲେ ଏହା ଅନେକ ଗମ୍ଭୀର ରୋଗର କାରଣ ମଧ୍ୟ ହୋଇପାରେ। 

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଇ-ହୁଣ୍ଡି' ବ୍ୟବସ୍ଥା: ଘରେ ବସି ଶ୍ରୀଜୀଉଙ୍କୁ ଦାନ କରିପାରିବେ ଦେଶବିଦେଶର ଭକ୍ତ

ସେହିପରି ଧୂଆଁରେ  ଥିବା ରସାୟନ ଚର୍ମ ଓ ଚକ୍ଷୁକୁ କ୍ଷତି ପହଞ୍ଚାଏ। ଏପରିକି ଏହା ହୃଦ୍‌ଯନ୍ତ୍ର ଉପରେ ମଧ୍ୟ ପ୍ରଭାବ ପକାଏ। ତେବେ ଲଗାତାର ଏହାର ସଂସ୍ପର୍ଶରେ ଆସିବା ଦ୍ବାରା କର୍କଟ ଆଶଙ୍କା ବଢ଼ିଥାଏ। ତେଣୁ ଏହାକୁ ସାବଧାନତାର ସହ ବ୍ୟବହାର କରିବା ଦରକାର। ଏହାକୁ ବ୍ୟବହାର କରିବା ବେଳେ ଘରେ ବାୟୁଚଳାଚଳ ହେଉଥିବା ଆବଶ୍ୟକ। ନିତିଦିନ ଦୀର୍ଘ ସମୟ ପର୍ଯ୍ୟନ୍ତ ଧୂପକାଠି ଜାଳିବା ଅନୁଚିତ। ପିଲା ଓ ବୟସ୍କଙ୍କ ରୁମ୍‌ରେ  ଧୂପକାଠି ବ୍ୟବହାର ନ କରିବା ଭଲ। ତେବେ ପରିବେଶକୁ ସୁଗନ୍ଧିତ ରଖିବାକୁ ଚାହୁଁଥିଲେ ଏସେନସିଆଲ ଅଏଲ ଡିଫ୍ୟୁଜର ବ୍ୟବହାର କରିବା ହେଉଛି ଏକ ଉତ୍ତମ ବିକଳ୍ପ । ଅନ୍ୟପଟେ ପ୍ରାକୃତିକ ଫୁଲକୁ ଘରେ ରଖିଲେ ପରିବେଶ ସୁଗନ୍ଧମୟ ହୋଇଥାଏ। 

ଆହୁରି ପଢ଼ନ୍ତୁ: ଆର୍ଥିକ ଅନଟନରେ ଶିକ୍ଷାର ଆଲୁଅ ଖୋଜୁଛନ୍ତି ମାନସ; +୩ ଆଡମିସନ୍‌ ପାଇଁ ପରଘରେ ମୂଲ ଲାଗୁଛନ୍ତି

20 Oct 2025 By Madhusudan Das

ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ହୋଇଥାଏ ଧୂପକାଠି ଧୂଆଁ

ହିନ୍ଦୁ ଧର୍ମରେ ପୂଜା, ହୋମଯଜ୍ଞ ଆଦି ସମୟରେ ଧୂପକାଠି ଜଳାଯାଇଥାଏ। ଏହା ଘରେ ସକାରାତ୍ମକ ଶକ୍ତି ଆଣିଥାଏ ବୋଲି ବିଶ୍ବାସ ରହିଛି । ଧୂପକାଠିର ସୁଗନ୍ଧରେ ପରିବେଶ ମହକିବା ସହ ସକାରାତ୍ମକ ଓ ଆଧ୍ୟାତ୍ମିକ ବାତାବରଣ ଖେଳିଯାଏ। ହେଲେ ଏହାର ଧୂଆଁ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ। ଏପରିକି ଏହି ଧୂଆଁ ଧୀରେ ଧୀରେ ଗମ୍ଭୀର ରୋଗର କାରଣ ହୋଇପାରେ। ଏଥିରେ ବ୍ୟବହାର ହେଉଥିବା ରସାୟନ ଏବଂ ସୁଗନ୍ଧିତ ତତ୍ତ୍ବ ଜଳିବା ଦ୍ବାରା ହାନିକାରକ ଗ୍ୟାସ୍ ନିର୍ଗତ ହୁଏ। ଏଥିରୁ କାର୍ବନ ମନୋକସାଇଡ୍‌, ବେନଜେନ୍‌, ଫରମାଲଡିହାଇଡ୍ ତତ୍ତ୍ବ ମିଳିଥାଏ। ତେଣୁ ଲଗାତାର ଧୂପକାଠି ଧୂଆଁ ସଂସ୍ପର୍ଶରେ ଆସିଲେ ଏହା ଫୁସ୍‌ଫୁସ୍‌ ପାଇଁ କ୍ଷତିକାରକ ହୋଇଥାଏ। ଏହାର ବାସ୍ନା ଶ୍ବାସକ୍ରିୟା ମାଧ୍ୟମରେ ଶରୀରକୁ ଗଲେ ଏହା ଅନେକ ଗମ୍ଭୀର ରୋଗର କାରଣ ମଧ୍ୟ ହୋଇପାରେ। 

ସେହିପରି ଧୂଆଁରେ  ଥିବା ରସାୟନ ଚର୍ମ ଓ ଚକ୍ଷୁକୁ କ୍ଷତି ପହଞ୍ଚାଏ। ଏପରିକି ଏହା ହୃଦ୍‌ଯନ୍ତ୍ର ଉପରେ ମଧ୍ୟ ପ୍ରଭାବ ପକାଏ। ତେବେ ଲଗାତାର ଏହାର ସଂସ୍ପର୍ଶରେ ଆସିବା ଦ୍ବାରା କର୍କଟ ଆଶଙ୍କା ବଢ଼ିଥାଏ। ତେଣୁ ଏହାକୁ ସାବଧାନତାର ସହ ବ୍ୟବହାର କରିବା ଦରକାର। ଏହାକୁ ବ୍ୟବହାର କରିବା ବେଳେ ଘରେ ବାୟୁଚଳାଚଳ ହେଉଥିବା ଆବଶ୍ୟକ। ନିତିଦିନ ଦୀର୍ଘ ସମୟ ପର୍ଯ୍ୟନ୍ତ ଧୂପକାଠି ଜାଳିବା ଅନୁଚିତ। ପିଲା ଓ ବୟସ୍କଙ୍କ ରୁମ୍‌ରେ  ଧୂପକାଠି ବ୍ୟବହାର ନ କରିବା ଭଲ। ତେବେ ପରିବେଶକୁ ସୁଗନ୍ଧିତ ରଖିବାକୁ ଚାହୁଁଥିଲେ ଏସେନସିଆଲ ଅଏଲ ଡିଫ୍ୟୁଜର ବ୍ୟବହାର କରିବା ହେଉଛି ଏକ ଉତ୍ତମ ବିକଳ୍ପ । ଅନ୍ୟପଟେ ପ୍ରାକୃତିକ ଫୁଲକୁ ଘରେ ରଖିଲେ ପରିବେଶ ସୁଗନ୍ଧମୟ ହୋଇଥାଏ। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp