ବିଶ୍ୱର ଏପରି ଏକ ସ୍ଥାନ ଯେଉଁଠି ମାରିଥାଏ ସବୁଠୁ ଅଧିକ ବିଜୁଳି...

Madhusudan Das Picture
Published On

ବିଶ୍ୱରେ ଏମିତି ଏକ ସ୍ଥାନ ଅଛି, ଯେଉଁଠାରେ ପ୍ରତ୍ୟେକ ରାତିରେ ଶହ ଶହ ଥର ବିଜୁଳି ମାରିଥାଏ। ଏହି ସ୍ଥାନଟି ହେଉଛି କେଟାଟୁମ୍ବୋ ଲାଇଟ୍‌ନିଂ। ଏହା ଭେନେଜୁଏଲାର ଜୁଲିଆ ରାଜ୍ୟରେ ଅବସ୍ଥିତ । ଏଠାରେ କେଟାଟୁମ୍ବୋ ନଦୀର ସଙ୍ଗମ ବା ମିଳନ ମିରାକାଇବୋ ହ୍ରଦ ସହ ହୋଇଛି। ଏହି ଅଞ୍ଚଳର ଭୌଗୋଳିକ ସଂରଚନା ଏବଂ ଜଳବାୟୁ ଏତେ ନିଆରା ଯେ, ଏହି ସ୍ଥାନ ବିଜୁଳି ଓ ବଜ୍ରପାତ ଲାଗି ପରିଚିତ। 

ସେହିପରି ଏଠାକାର ଦୃଶ୍ୟ କୌଣସି ଫିଲ୍ମ ସେଟ୍‌ଠାରୁ କମ୍ ନୁହେଁ। କୋଟାଟୁମ୍ବୋ ଲାଇଟନିଂ ଅଞ୍ଚଳରେ ବର୍ଷକୁ ପ୍ରାୟ ୨୮୦ ରାତି ବିଜୁଳି ମାରେ ବୋଲି ବିଶେଷଜ୍ଞମାନେ କହନ୍ତି। କେବଳ ସେତିକି ନୁହେଁ, ଗୋଟିଏ ରାତିରେ ପ୍ରାୟ ୧୦ ଘଣ୍ଟା ବିଜୁଳି ମାରିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳେ। ତେଣୁ ଏଥିରୁ ଏକପ୍ରକାର ଏହି କଥା ସ୍ପଷ୍ଟ ହେଉଛି ଯେ, ଏଠାକାର ଆକାଶ କେବେ ବି ସମ୍ପୂର୍ଣ୍ଣ ଅନ୍ଧକାରମୟ ହୋଇ ନ ଥାଏ। ଗୋଟିଏ ରାତିରେ ଏଠାରେ  ୧୦୦ରୁ ୩୦୦ ଥର ବିଜୁଳି ମାରିବାର ନଜିର ରହିଛି। ଏହି କାରଣରୁ  ଏହାକୁ ବିଶ୍ୱର ସର୍ବାଧିକ ବିଜୁଳି ମାରିବା ସ୍ଥାନ ଭାବେ  ଗିନିଜ୍ ବିଶ୍ବ ରେକର୍ଡ ସ୍ବୀକୃତି ପ୍ରଦାନ କରିଛି। 

ସେହିପରି ଏଠାକାର ବିଜୁଳି ମାରିବା ଦୃଶ୍ୟ ଏତେ ବେଶୀ ଉଜ୍ଜ୍ବଳ ଯେ, ଏହାକୁ ୫୦ କିଲୋମିଟର ଦୂରରୁ ଦେଖିବା ସମ୍ଭବ। ଏ ଦୃଶ୍ୟ କେବଳ ବୈଜ୍ଞାନିକଙ୍କ ଲାଗି କେବଳ ଗବେଷଣାର ବିଷୟ ନୁହେଁ, ବରଂ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର। ରାତିର ଅନ୍ଧାରରେ ନିରନ୍ତର ବିଜୁଳି ମାରିବାର ଚମକ ଆକାଶକୁ ଏକ ବିଶାଳ ଆଲୋକ ପ୍ରଦର୍ଶନୀ ବା ଲାଇଟ୍ ଶୋ’ରେ ରୂପାନ୍ତରିତ କରିଥାଏ। ଏଠାରେ ପ୍ରତି ସମୟରେ ବିଜୁଳି କାହିଁକି ଗର୍ଜେ , ତାର ରହସ୍ୟ କାହାକୁ ଜଣା ନାହିଁ। ସାଧାରଣତଃ ଗୋଟିଏ ସ୍ଥାନରେ ଏକା ସାଙ୍ଗରେ ଏକରୁ ଅଧିକ ବିଜୁଳି ଗର୍ଜି ନ ଥାଏ। କିନ୍ତୁ  ଏଠାରେ ଗୋଟିଏ ସ୍ଥାନରେ ହଜାର ହଜାର ବିଜୁଳି ଏକା ସମୟରେ ଗର୍ଜିଥାଏ। ୧୯୬୦ ମସିହାରେ ଏକ ରିପୋର୍ଟରେ  କୁହାଯାଇଥିଲା ଯେ, ଏହି ସ୍ଥାନରେ ୟୁରାନିୟମର ମାତ୍ରା ଅଧିକ ରହିଛି , ତେଣୁ ଏଭଳି ଘଟଣା ଘଟୁଛି। ବୈଜ୍ଞାନିକମାନେ ଏହାକୁ ନେଇ ଅନେକ ଗବେଷଣା ମଧ୍ୟ କରିଛନ୍ତି। ଏଠାରେ ମିଥେନର ମାତ୍ରା ଅଧିକ କାରଣରୁ ଏମିତି ଘଟୁଛି ବୋଲି ବୈଜ୍ଞାନିକମାନେ କହିଛନ୍ତି। କିନ୍ତୁ ଏବେବି ଏହି ୨ଟି ତଥ୍ୟକୁ ନେଇ କୌଣସି ସଠିକ ପ୍ରମାଣ ମିଳିନାହିଁ। ତେଣୁ ଏବେ ବି ଏହା ରହସ୍ୟ ଘେରରେ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର